ଏଥର ସପ୍ତାହେ ବଦଳରେ ମାସେ

ଯାଜପୁର ଅଫିସ,୧୫।୧: ଭାରତରେ ବାର୍ଷିକ ୧.୫୦ ଲକ୍ଷ ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଏବଂ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ପ୍ରତିବର୍ଷ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇ ଆସୁଛି। ତଥାପି ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଉନାହିଁ। ସେଥିପାଇଁ ଚଳିତବର୍ଷ ସପ୍ତାହେ ପରିବର୍ତ୍ତେ ଜାତୀୟ ସଡ଼କ ସୁରକ୍ଷା ୧ ମାସ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ରୋଡ ଟ୍ରାନ୍ସପୋର୍ଟ ଆଣ୍ଡ ହାଇୱେ ମନ୍ତ୍ରଣାଳୟ ପକ୍ଷରୁ ୧୮ା୧ା୨୦୨୧ ରୁ ୧୭ା୨ା୨୦୨୧ ପର୍ଯ୍ୟନ୍ତ ୧ ମାସ ଧରି ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ସ୍ଲୋଗାନ୍‌କୁ ନେଇ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରିବାକୁ ନିର୍ଦ୍ଦେଶ ଆସିଛି। ଅନ୍ୟପକ୍ଷେ କ୍ରାଇମ୍‌ ବ୍ରାଞ୍ଚ ଓ ସିଆଇଡି ରିପୋର୍ଟ ଅନୁସାରେ ଦୁର୍ଘଟଣାଜନିତ ମୃତ୍ୟୁରେ ଓଡ଼ିଶା ୧୨ ନମ୍ବର ସ୍ଥାନରେ ରହିଛି। ଏହାକୁ ଆଖି ଆଗରେ ରଖି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏହାକୁ ଗୁରୁତର ସହ ନେଇଛି। ସଡ଼କ ସୁରକ୍ଷା ମାସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହିକ୍ରମରେ ବିଭାଗୀୟ ଯୁଗ୍ମ ସଚିବ କିଶୋର ଚନ୍ଦ୍ର ଦାସ ଆସନ୍ତା ୧୫ରେ ଏକ ପ୍ରସ୍ତୁତି ବୈଠକ କରିବାକୁ ଘୋଷଣା କରିଥିବା ସୂଚନା ମିଳିଛି।
ପ୍ରାପ୍ତ ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୧୪ରେ ୩୯୩୧ ଏବଂ ୨୦୧୯ ରେ ୫୩୩୩ ଜଣଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଯାହାକି ଏହି ୫ ବର୍ଷ ମଧ୍ୟରେ ୩୬ ପ୍ରତିଶତ ଅଧିକ। ଏଥିଯୋଗୁ ସାରା ଭାରତରେ ଓଡ଼ିଶା ଦୁର୍ଘଟଣାଜନିତ ମୃତ୍ୟୁରେ ୧୬ରୁ ୧୨ ର଼୍ୟାଙ୍କକୁ ବୃଦ୍ଧି ଘଟିଛି। ଏହା ଏକ ନକାରାମତ୍କ ଧାରା ଭାବେ ବିବେଚିତ ହୋଇଛି। ଫଳରେ ସଡ଼କ ସୁରକ୍ଷାରେ ସୁପ୍ରିମକୋର୍ଟ କମିଟି ୫୦ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ସିଆଇଡି ଓ କ୍ରାଇମ୍‌ ବ୍ରାଞ୍ଚର ରିପୋର୍ଟ ଅନୁସାରେ ୨୦୧୯ ସେପ୍ଟେମ୍ବର ଓ ଅକ୍ଟୋବର (ମୃତ୍ୟୁସଂଖ୍ୟା ୬୮୪)ଠାରୁ ୨୦୨୦ ସେପ୍ଟେମ୍ବର ଓ ଅକ୍ଟୋବରରେ (ମୃତ୍ୟୁସଂଖ୍ୟା ୮୭୨) ୨୭.୫ ପ୍ରତିଶତ ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି। ଏଥିରେ ଯାଜପୁର ଜିଲାରେ ଯଥାକ୍ରମେ ୨୮ ଓ ୩୫ ଜଣଙ୍କ ମୃତ୍ୟୁ ଘଟିଛି।
ରାଜ୍ୟର ୩୫ ପରିବହନ ଆଞ୍ଚଳିକ କାର୍ଯ୍ୟାଳୟ ଓ ୩୪ ପୋଲିସ ଜିଲାରେ ଯାଞ୍ଚ ବ୍ୟବସ୍ଥାରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି। ସମସ୍ତ ଏସ୍‌ପି, ଡିସିପି ଓ ପରିବହନ ଆଞ୍ଚଳିକ ଅଧିକାରୀ(ଆରଟିଓ)ମାନଙ୍କୁ ରାସ୍ତାରେ ଗାଡି ପାର୍କିଂ ସହ ଦ୍ରୁତ ଚାଳନା, ହେଲ୍‌ମେଟ ଆଇନ, ମୋବାଇଲ ଫୋନ ଧରି ଓ ମଦପିଇ ଗାଡି ଚାଳନା କରୁଥିବା ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଜାତୀୟ ରାଜପଥ ନିର୍ମାଣ ଓ ସଂପ୍ରସାରଣରେ ବିଳମ୍ବ, ଅଣଓସାରିଆ ସଡ଼କ ପଥ, ଜବରଦଖଲ, ବେପରୁଆ ଗାଡିଚାଳନା, ଟ୍ରାଫିକ୍‌ ଆଇନର ଉଲ୍ଲଂଘନ, ଭାରିଯାନ ଚଳାଚଳରେ କଟକଣାର ଅଭାବ, ବିପର୍ଯ୍ୟସ୍ତ ରାସ୍ତା ଆଦି କାରଣରୁ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏ କ୍ଷେତ୍ରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ପୋଲିସର ଦୁର୍ବଳ ପଦକ୍ଷେପ ଯୋଗୁ ଆଇନ ଉଲ୍ଲଂଘନକାରୀମାନେ ସାବାଡ଼ ହୋଇ ପାରିନାହାନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦେଉଥିବା ପ୍ରତିଶ୍ରୁତି ମୁତାବକ ନିରାପଦ ରାସ୍ତା ନିର୍ମାଣ କରାଯାଇପାରୁନାହିଁ। ଏହି କାରଣରୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବା ସହ ବ୍ୟାପକ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ବୋଲି ବିଭିନ୍ନ ସମୟରେ ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଆରଟିଓ ସଚ୍ଚିଦାନନ୍ଦ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, କେନ୍ଦ୍ର ସରକାର ୧ ମାସ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଜିଲାମାନଙ୍କରେ କ’ଣ କରାଯିବ ତାହା ଏଯାଏ ଠିକ୍‌ ହୋଇନାହିଁ। ଆସନ୍ତା ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ କରିବାକୁ ଏଯାଏ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?