ଏଥର ଲଣ୍ଡନର ଐତିହାସିକ ମ୍ୟୁଜିୟମ୍‌

ବାରିପଦା ଅଫିସ,୩୦ା୯: ପୂଜାପାର୍ବଣ ସମୟରେ ବିଭିନ୍ନ ରାଜ୍ୟ ଓ ବିଦେଶର କଳାକୃତି ତୋରଣ ମାଧ୍ୟମରେ ଦେଖିବାକୁ ମିଳିଥାଏ। ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ତୁଳସୀ ଚଉରା ପୂଜା କମିଟି ଚଳିତ ବର୍ଷ ଲଣ୍ଡନର ନାଚୁରାଲ ହିଷ୍ଟରିକାଲ ମ୍ୟୁଜିୟମ ସଦୃଶ ତୋରଣ ନିର୍ମାଣ କରୁଛି। ଆଧ୍ୟାମତ୍ିକ ପରିବେଶ, ତୋରଣ, ପେଣ୍ଡାଲ ସାଜସଜ୍ଜା ଓ ଅତ୍ୟାଧୁନିକ ଆଲୋକମାଳା ଉପରେ ଗୁରୁତ୍ୱ ଦେଇ ଆସୁଥିବା ଏହି ପୂଜା କମିଟି ଏଥିଲାଗି ପ୍ରସ୍ତୁତି ଜୋରଦାର ଚଳାଇଛି।
ସଦରମହକୁମା ବାରିପଦାଠାରେ ଚଳିତ ବର୍ଷ ୨୬ଟି ସ୍ଥାନରେ ଦେବୀ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଛି ା ସେଥି ମଧ୍ୟରୁ ତୁଳସୀ ଚଉରା କମିଟି ପକ୍ଷରୁ ୩୮ବର୍ଷ ଧରି ମା’ଙ୍କ ପୂଜାକୁ ଧୂମଧାମରେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷ ୨୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୮୦ଫୁଟ ଉଚ୍ଚତା ଓ ୧୫୦ଫୁଟ ଓସାର ବିଶିଷ୍ଟ ଲଣ୍ଡନର ନ୍ୟାଚୁରାଲ ହିଷ୍ଟରିକାଲ ମ୍ୟୁଜିୟମ ସଦୃଶ ତୋରଣ ଶୋଭାମଣ୍ଡନ କରିବ। ଏଥି ନିମନ୍ତେ ପଶ୍ଚିମବଙ୍ଗର ୪୦ଜଣ କାରିଗର ନିଜର ନିଖୁଣ କାରିଗରୀ କୌଶଳକୁ ସରସ ସୁନ୍ଦର କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି। କଟକ ଜିଲାରୁ ଆସିଥିବା କାରିଗରମାନେ ମା’ଙ୍କ ମୂର୍ତ୍ତି ତିଆରି କରୁଥିବା ବେଳେ ପୂଜାସ୍ଥଳକୁ ଆକର୍ଷଣୀୟ କରିବା ପାଇଁ ନୂତନ କୌଶଳ ଅବଲମ୍ବନ କରାଯାଇଛି। ଚଳିତ ବର୍ଷ ତୁଳସୀ ଚଉରା ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ୧୩ଶହରୁ ଊର୍ଦ୍ଧ୍ୱ ସଦସ୍ୟଙ୍କ ସହଭାଗିତାରେ ପୂଜା ଅନୁଷ୍ଠିତ ହେଉଛି। ଏହି ପୂଜା ୩୮ବର୍ଷରେ ପଦାର୍ପଣ କରିଥିବା ବେଳେ ୪୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏ ନେଇ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଏକ ୨୪ଘଣ୍ଟିଆ କାର୍ଯ୍ୟାଳୟ ଖୋଲାଯାଇଛି।
ସୁରକ୍ଷା ଓ ଶାନ୍ତିଶୃଙ୍ଖଳାରେ ପୂଜା ପାଇଁ ପୋଲିସ, ଟ୍ରାଫିକ, ଅଗ୍ନିଶମ, ମ୍ୟୁନସିପାଲିଟି, ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅଷ୍ଟମୀ ଓ ନବମୀ ଦୁଇ ଦିନରେ ୧୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କୁ ଅନ୍ନଭୋଗ ବଣ୍ଟନ କରାଯିବା ବ୍ୟବସ୍ଥା କରାଯାଇଛି ା ମା’ଙ୍କ ପୂଜାକାର୍ଯ୍ୟ ପରିଚାଳନା ପାଇଁ ସଭାପତି ଭାବେ ଗିରିଶ ଚନ୍ଦ୍ର ଦାଶ, ସମ୍ପାଦକ ବାସୁଦେବ ପ୍ରଧାନ, କୋଷାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଦାଶଙ୍କ ସମେତ କମିଟିର କର୍ମକର୍ତ୍ତାମାନେ ୩ମାସ ପୂର୍ବରୁ ପୂଜା ପ୍ରସ୍ତୁତିକୁ ଆଗେଇ ନେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri