ଏଥର ଆକର୍ଷଣ ସାଜିବ ଅକ୍ଷରଧାମ ମନ୍ଦିର

ଭୁବନେଶ୍ୱର,୮।୯(ବ୍ୟୁରୋ): ୩୦ବର୍ଷରେ ପହଞ୍ଚତ୍ଛି ରସୁଲଗଡ଼ ଦୁର୍ଗାପୂଜା। ୧୯୯୨ରେ ୧୦ରୁ ୧୫ ହଜାର ଟଙ୍କା ମଧ୍ୟରେ ଆରମ୍ଭ ହୋଇଥିବା ପୂଜା ୨୦୧୯ରେ ସର୍ବାଧିକ ୮୦ଲକ୍ଷ ଟଙ୍କାରେ ପହଞ୍ଚତ୍ଥିଲା। ତେବେ କୋଭିଡ୍‌ ପରିସ୍ଥିତି ପାଇଁ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥିବାରୁ ଚଳିତ ବର୍ଷ ପୂଜା ବଜେଟ୍‌ କମ୍‌ ରଖାଯାଇଛି। ଏଥରର ବଜେଟ ୪୦ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖିବାକୁ ରସୁଲଗଡ଼ ଦୁର୍ଗାପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଚଳିତବର୍ଷ ଏଠାରେ ଦିଲ୍ଲୀ ନୋଏଡାର ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିରର ତୋରଣ ଆକର୍ଷଣ ସାଜିବ। ୮୦ଫୁଟ୍‌ ଉଚ୍ଚ ଓ ୧୨୦ ଫୁଟ ଓସାରର ଏହି ତୋରଣ ନିର୍ମାଣରେ କୋଲକାତାର କାରିଗରମାନେ ଲାଗି ପଡିଛନ୍ତି। ତେବେ ମୂର୍ତ୍ତି ସହ ମେଢ଼ର ଉଚ୍ଚତା ୨୨ଫୁଟ ରହିବ। ସ୍ବତନ୍ତ୍ରତା ହେଲା, ସାଜସଜ୍ଜା ଓ ମୂର୍ତ୍ତିରେ ଆଇସକ୍ରିମ୍‌ କାଠି, ବିଭିନ୍ନ ଫଳର ଚୋପା, ଜାଇଫଳ, ଗୁଆ ଆଦି ଲାଗିବ। ସେହିପରି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ପୂଜାବିଧି ସହ ପ୍ରତିଦିନ ଖେଚୁଡ଼ି, ଚରୁଅନ୍ନ ଓ ଦହି ପଖାଳ ଆଦି ଭୋଗ ଲାଗିବ। କୋଭିଡ୍‌ ଭୟ ଏ ପର୍ଯ୍ୟନ୍ତ ଯାଇ ନଥିବାରୁ କମିଟି ପକ୍ଷରୁ ମଧ୍ୟ କେତେକ ବ୍ୟବସ୍ଥା କରାଯାଇଛି। ମାସ୍କ ବଣ୍ଟନ, ସିସିଟିଭି ଓ ଭିଡ ନିୟନ୍ତ୍ରଣ ପାଇଁ ୪୦ ସ୍ବେଚ୍ଛାସେବୀ ନିୟୋଜିତ କରାଯିବ। ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରାଯାଇଛି। ୫ଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଏଥି ସହିତ ମୀନା ବଜାର, ଖାଦ୍ୟ ଷ୍ଟଲ ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିବ।

କୋଭିଡ୍‌ ପରବର୍ତ୍ତୀ ଆର୍ଥିକ ସ୍ଥିତିରେ ବିଶେଷ ସୁଧାର ଆସିନାହିଁ। ଚାନ୍ଦା ଆଦାୟକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉନାହିଁ। ୨ବର୍ଷ ପରେ ମା’ ଦୁର୍ଗା ଧରାପୃଷ୍ଠକୁ ଅବତରଣ କରୁଥିବାରୁ ପୂଜା ପ୍ରସ୍ତୁତି ପାଖାପାଖି ୧୫ ଦିନ ହେବ ଆରମ୍ଭ ହୋଇଗଲାଣି। ସମସ୍ତଙ୍କ ସହଯୋଗରେ ପୂଜାର ଆୟୋଜନ କରାଯାଉଛି। ମା’ଙ୍କ ଆଶିଷରେ ସବୁ କିଛି ଠିକ୍‌ ଭାବରେ ହୋଇଯିବା ଆଶା ରହିଛି।
-ମଳୟ କୁମାର ରାଉତରାୟ, ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri