ପିତାଙ୍କୁ ବଞ୍ଚାଇବା ପାଇଁ ଭାଲୁ ସହ ଲଢିଲେ ୧୪ ବର୍ଷୀୟା ଝିଅ

ଜୟପୁର,୮।୯: ପିତାଙ୍କୁ ବଞ୍ଚାଇବା ପାଇଁ ଜଣେ ଝିଅ ଭାଲୁ ସହ ଲଢିଛନ୍ତି। ରାଜସ୍ଥାନର ସିରୋହି ଜିଲାର ସିଲଦାର ଗ୍ରାମରେ ଏକ ଭାଲୁ ଚାଷୀ କରମା ରାମ ଚୌଧୁରୀଙ୍କ ଉପରେ ଆକ୍ରମଣ କରିଥିଲା। ଭାଲୁକୁ ଦେଖି କୁକୁରମାନେ ଜୋରରେ ଭୋକିଥିଲେ। ଘରେ ଶୋଇଥିବା କରମାଙ୍କର ୧୪ ବର୍ଷୀୟା ଜ୍ୟୋତ୍ସ୍ନା ବାହାରକୁ ଆସିଥିଲେ। ସେ ନିଜ ପିତାଙ୍କୁ ବଞ୍ଚାଇବା ପାଇଁ ଭାଲୁ ସହ ଲଢିଥିଲେ। ସେତେବେଳକୁ ଭାଲୁ କରମାଙ୍କୁ ଗୁରୁତର ଭାବେ ଆଘାତ କରି ଦେଇଥିଲା। ଗୁରୁତର ଆହତ କରମାଙ୍କୁ ଗୁଜରାଟର ମେହସାନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବାହାଦୂର ବାଳିକା ଜ୍ୟୋତ୍ସ୍ନା କହିଛନ୍ତି, ଭାଲୁ ପିତାଙ୍କ ଉପରେ ଆକ୍ରମଣ କରୁଥିବାର ଦେଖି ମୁଁ ସଙ୍ଗେ ସଙ୍ଗେ ଭାଲୁ ସହିତ ସଂଘର୍ଷ କରିଥିଲି। ମୋ ମନରେ କେବଳ ଗୋଟିଏ ଜିନିଷ ଥିଲା ଯେ ମୋ ସହିତ ଯାହା ହେଉନା କାହିଁକି, ମୁଁ ମୋ ବାପାଙ୍କ ସହିତ କିଛି ଘଟିବାକୁ ଦେବି ନାହିଁ। ପ୍ରଥମେ ଭାଲୁ ସହ ଲଢିବାକୁ ଭୟ ଲାଗିଥିଲା, କିନ୍ତୁ ମୋ ପିତାଙ୍କୁ ବଞ୍ଚାଇବା ଉଦ୍ଦେଶ୍ୟରେ ମୁଁ ଏକ ଠେଙ୍ଗା ଉଠାଇ ଭାଲୁ ଉପରେ ଆକ୍ରମଣ କରିବାକୁ ଲାଗିଲି। ଭାଲୁ ମାଡ ଦେଖି ପରେ ଅଧିକ ଆକ୍ରମଣାତ୍ମକ ହୋଇଗଲା। ସେ ମୋ ଆଡ଼କୁ ଚାହିଁଲା। ଏହା ଦେଖି ମା’ ମଧ୍ୟ ପଥର ଫିଙ୍ଗିଲେ। ସାତରୁ ଆଠ ମିନିଟ ପର୍ଯ୍ୟନ୍ତ ମୁଁ ଭାଲୁ ସହିତ ଠେଙ୍ଗା ସାହାଯ୍ୟରେ ସଂଘର୍ଷ ଜାରି ରଖିଲି। ଏହା ପରେ ସେ ସେଠାରୁ ପଳାଛଲା।
ଗାଁ ସମେତ ସୋସିଆଲ ମିଡିଆରେ ଜ୍ୟୋତ୍ସ୍ନାଙ୍କୁ ବହୁତ ପ୍ରଶଂସା କରାଯାଉଛି। ଲୋକମାନେ ତାଙ୍କୁ ପୁରସ୍କାର ଦେବାକୁ ମଧ୍ୟ ଦାବି କରୁଛନ୍ତି। ତାଙ୍କ ସାହସର କାହାଣୀ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri