ପିତାଙ୍କୁ ବଞ୍ଚାଇବା ପାଇଁ ଭାଲୁ ସହ ଲଢିଲେ ୧୪ ବର୍ଷୀୟା ଝିଅ

ଜୟପୁର,୮।୯: ପିତାଙ୍କୁ ବଞ୍ଚାଇବା ପାଇଁ ଜଣେ ଝିଅ ଭାଲୁ ସହ ଲଢିଛନ୍ତି। ରାଜସ୍ଥାନର ସିରୋହି ଜିଲାର ସିଲଦାର ଗ୍ରାମରେ ଏକ ଭାଲୁ ଚାଷୀ କରମା ରାମ ଚୌଧୁରୀଙ୍କ ଉପରେ ଆକ୍ରମଣ କରିଥିଲା। ଭାଲୁକୁ ଦେଖି କୁକୁରମାନେ ଜୋରରେ ଭୋକିଥିଲେ। ଘରେ ଶୋଇଥିବା କରମାଙ୍କର ୧୪ ବର୍ଷୀୟା ଜ୍ୟୋତ୍ସ୍ନା ବାହାରକୁ ଆସିଥିଲେ। ସେ ନିଜ ପିତାଙ୍କୁ ବଞ୍ଚାଇବା ପାଇଁ ଭାଲୁ ସହ ଲଢିଥିଲେ। ସେତେବେଳକୁ ଭାଲୁ କରମାଙ୍କୁ ଗୁରୁତର ଭାବେ ଆଘାତ କରି ଦେଇଥିଲା। ଗୁରୁତର ଆହତ କରମାଙ୍କୁ ଗୁଜରାଟର ମେହସାନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବାହାଦୂର ବାଳିକା ଜ୍ୟୋତ୍ସ୍ନା କହିଛନ୍ତି, ଭାଲୁ ପିତାଙ୍କ ଉପରେ ଆକ୍ରମଣ କରୁଥିବାର ଦେଖି ମୁଁ ସଙ୍ଗେ ସଙ୍ଗେ ଭାଲୁ ସହିତ ସଂଘର୍ଷ କରିଥିଲି। ମୋ ମନରେ କେବଳ ଗୋଟିଏ ଜିନିଷ ଥିଲା ଯେ ମୋ ସହିତ ଯାହା ହେଉନା କାହିଁକି, ମୁଁ ମୋ ବାପାଙ୍କ ସହିତ କିଛି ଘଟିବାକୁ ଦେବି ନାହିଁ। ପ୍ରଥମେ ଭାଲୁ ସହ ଲଢିବାକୁ ଭୟ ଲାଗିଥିଲା, କିନ୍ତୁ ମୋ ପିତାଙ୍କୁ ବଞ୍ଚାଇବା ଉଦ୍ଦେଶ୍ୟରେ ମୁଁ ଏକ ଠେଙ୍ଗା ଉଠାଇ ଭାଲୁ ଉପରେ ଆକ୍ରମଣ କରିବାକୁ ଲାଗିଲି। ଭାଲୁ ମାଡ ଦେଖି ପରେ ଅଧିକ ଆକ୍ରମଣାତ୍ମକ ହୋଇଗଲା। ସେ ମୋ ଆଡ଼କୁ ଚାହିଁଲା। ଏହା ଦେଖି ମା’ ମଧ୍ୟ ପଥର ଫିଙ୍ଗିଲେ। ସାତରୁ ଆଠ ମିନିଟ ପର୍ଯ୍ୟନ୍ତ ମୁଁ ଭାଲୁ ସହିତ ଠେଙ୍ଗା ସାହାଯ୍ୟରେ ସଂଘର୍ଷ ଜାରି ରଖିଲି। ଏହା ପରେ ସେ ସେଠାରୁ ପଳାଛଲା।
ଗାଁ ସମେତ ସୋସିଆଲ ମିଡିଆରେ ଜ୍ୟୋତ୍ସ୍ନାଙ୍କୁ ବହୁତ ପ୍ରଶଂସା କରାଯାଉଛି। ଲୋକମାନେ ତାଙ୍କୁ ପୁରସ୍କାର ଦେବାକୁ ମଧ୍ୟ ଦାବି କରୁଛନ୍ତି। ତାଙ୍କ ସାହସର କାହାଣୀ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍‌, ମିଳିଛି ୬୦% ମାର୍କ

ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri