Posted inଖେଳ

ଏଥର ଏହି ବ୍ୟକ୍ତିଙ୍କ ହାତରେ ଟ୍ରଫି ଦେଲେ ରୋହିତ ଶର୍ମା

ବେଙ୍ଗାଲୁରୁ,୧୫।୩: ବେଙ୍ଗାଲୁରୁରେ ଖେଳାଯାଇଥିବା ପିଙ୍କ-ବଲ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୨୩୮ ରନରେ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୦ରେ କବ୍ଜା କରିଛି। ତୃତୀୟ ଦିନରେ ଭାରତ ଏହି ଟେଷ୍ଟ ମ୍ୟାଚ ଜିତିଛି। ଏହାପୂର୍ବରୁ ଟିମ ଇଣ୍ଡିଆ ମଧ୍ୟ ତିନି ଦିନ ମଧ୍ୟରେ ମୋହାଲି ଟେଷ୍ଟ ଜିତିଥିଲା। ସେହି ମ୍ୟାଚରେ ଭାରତ ଭ୍ରମଣକାରୀ ଶ୍ରୀଲଙ୍କାକୁ ଏକ ଇନିଂସ ଏବଂ ୨୨୨ ରନରେ ପରାସ୍ତ କରିଛି। ବେଙ୍ଗାଲୁରୁରେ ଏହି ସିରିଜ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମହେନ୍ଦ୍ର ସିଂ ଧୋନୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପରମ୍ପରାକୁ ଆଗକୁ ବଢାଇ ଏକ ଯୁବ ଖେଳାଳିଙ୍କୁ ଟ୍ରଫି ଦେଇଥିଲେ। ଏହା ପରେ ସେ ନିଜେ ପାର୍ଶ୍ୱରେ ଠିଆ ହୋଇଥିଲେ।
ଏଥର ଜିତିବା ପରେ ରୋହିତ ଶର୍ମା ଟ୍ରଫି ଦଳର ଯୁବ ଖେଳାଳି ପ୍ରିୟଙ୍କ ପଞ୍ଚଲଙ୍କୁ ଦେଇଥିଲେ। ଫଟୋ ସେଶନ୍‌ରେ ମଧ୍ୟ ପ୍ରିୟଙ୍କ ଟ୍ରଫି ଧରିଥିବାର ନଜର ଆସିଛନ୍ତି ଏବଂ ଦଳର ଅନ୍ୟ ଖେଳାଳିମାନେ ତାଙ୍କ ଚାରିପାଖରେ ଠିଆ ହୋଇଛନ୍ତି।
ପ୍ରିୟଙ୍କ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ବ୍ୟାକଅପ ଓପନର୍‌ ଭାବରେ ଦଳ ସହିତ ଥିଲେ। ଏହାପୂର୍ବରୁ ପ୍ରିୟଙ୍କ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତରେ ଦଳ ସହିତ ଯାଇଥିଲେ। ତା’ପରେ ସେ ଆହତ ରୋହିତ ଶର୍ମାଙ୍କ ସ୍ଥାନରେ ଓପନର୍‌ ଭାବରେ ଦଳରେ ଯୋଡି ହୋଇଥିଲେ। ତଥାପି, ତାଙ୍କୁ ଖେଳିବାର ସୁଯୋଗ ମିଳି ନ ଥିଲା। ସେ ଏପର୍ଯ୍ୟନ୍ତ ଭାରତ ପାଇଁ ଡେବ୍ୟୁ କରିବାକୁ ସକ୍ଷମ ହୋଇନାହାଁନ୍ତି।
ମହେନ୍ଦ୍ର ସିଂ ଧୋନୀ ଟିମ ଇଣ୍ଡିଆର ଅଧିନାୟକ ଥିବାବେଳେ ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କୁ ଟ୍ରଫି ହସ୍ତାନ୍ତର କରିବାର ଆରମ୍ଭ କରିଥିଲେ। ଏହା ପରେ ବିରାଟ କୋହଲି ଦୀର୍ଘ ଦିନ ଧରି ଏହି ପରମ୍ପରାକୁ ଅନୁସରଣ କରିଥିଲେ। ଏବେ ରୋହିତ ଶର୍ମା ମଧ୍ୟ ସମାନକାର୍ଯ୍ୟ କରୁଛନ୍ତି। ସେମାନେ ଧୋନୀ-ବିରାଟଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ଅବଶ୍ୟ ରୋହିତ ଏକ ନୂତନ ପଦକ୍ଷେପ ଆରମ୍ଭ କରିଥିଲେ।
ଶ୍ରୀଲଙ୍କା ବିପକ୍ଷ ୩ ଟି -୨୦ ସିରିଜ କ୍ଲିନ୍‌ସୁଇପ୍‌ ପରେ ରୋହିତ ପୁରସ୍କାର ଉତ୍ସବରେ ଟ୍ରଫି ନେବା ପରେ ସୌରାଷ୍ଟ୍ର୍ୟ କ୍ରିକେଟ ଆସୋସିଏସନ୍‌ ସଭାପତି ଜୟଦେବ ଶାହାଙ୍କୁ ଦେଇଥିଲେ। ସେ ବିସିସିଆଇର ପ୍ରତିନିଧୀ ଭାବରେ ଶ୍ରୀଲଙ୍କା ବିପକ୍ଷ ଟି -୨୦ ସିରିଜରେ ଜଡିତ ଥିଲେ। ଜୟଦେବ ହେଉଛନ୍ତି ସୌରାଷ୍ଟ୍ରର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଚିବ ନିରଞ୍ଜନ ଶାହାଙ୍କ ପୁଅ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରଣ୍‌ଜୀ ଟ୍ରଫି: ଧାଓ୍ବନଙ୍କ ଶତକ

ନୂଆଦିଲ୍ଲୀ, ୨୫।୧୨: ରଣ୍‌ଜୀ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାର ୩ୟ ପର୍ଯ୍ୟାୟ ବୁଧବାରଠାରୁ ଦେଶର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଆହତଜନିତ ସମସ୍ୟା ପରେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ...

ସଇନୀଙ୍କ କ୍ୟାରିୟର ଆରମ୍ଭ

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି)- କଟକର ବାରବାଟୀ ଷ୍ଟାଡିୟମରେ ରବିବାର ଭାରତର ୨୨୯ତମ ଖେଳାଳିଭାବେ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଛନ୍ତି ଦ୍ରୁତ ବୋଲର ନବଦୀପ...

ଗୋଟିଏ ବର୍ଷରେ ଅଧିକ ଇଭେଣ୍ଟରେ ପଦକ ଜିତିବାରୁ ପ୍ରୋତ୍ସାହନ ରାଶି କମିଲା

ଚଣ୍ଡିଗଡ଼,୨୬।୬- ହରିୟାଣା ସରକାର ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କ ପ୍ରୋତ୍ସାହନ ରାଶି ଲାଗି ୯ ମାସ ପୂର୍ବେ ନୂଆ ନିୟମ ଆଗତ କରିଥିଲେ। ରାଜ୍ୟର ଆଥ୍‌ଲେଟ,...

ଦିନେ ମାଗି ଖାଇ କଟୁଥିଲା ଦିନ, ଏବେ କୋଟି କୋଟି ଟଙ୍କାର ମାଲିକ ଏହି କ୍ରିକେଟର୍‌

ଟିମ ଇଣ୍ଡିଆର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କୁ ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ମାର୍ଚ୍ଚ ୨୪, ୧୯୯୧ରେ ଗୁଜରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ। କ୍ରୁନାଲଙ୍କ...

ଅଷ୍ଟ୍ରେଲିଆ ମ୍ୟାଚ୍‌ ପୂର୍ବରୁ ମିଳିଥିଲା ଏହି ଖାସ୍‌ ଉପହାର: ଭାବୁକ ହୋଇପଡିଲେ କୋହଲି

ଲଣ୍ଡନ,୧୦।୬: ଆଇସିସି ବିଶ୍ୱକପରେ ରବିବାର ଅନୁଷ୍ଠିତ ହାଇଭୋଲ୍ଟେଜ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଏହି ମ୍ୟାଚ୍‌ ପୂର୍ବରୁ...

ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ

ଦୁବାଇ,୬।୧୧: ପେସର ଯଶପ୍ରୀତ ବୁମରା ଶୁକ୍ରବାର ଏକ ବଡ଼ ସଫଳତା ହାସଲ କରିଛନ୍ତି। ସ୍କଟଲାଣ୍ଡ ବିପକ୍ଷରେ ଦୁଇ ଉଇକେଟ ନେଇ ସେ ନିଜ ନାମରେ କରିଛନ୍ତି...

ଆଇସିସି ମହିଳା ଟି୨୦ ବିଶ୍ୱକପ : ଭାରତର କ୍ରମାଗତ ଦ୍ୱିତୀୟ ବିଜୟ

ପର୍ଥ, ୨୫।୨- ଆଇସିସି ମହିଳା ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଥିବା ଭାରତ ସୋମବାର...

ସ୍ବଦେଶ ଫେରିବା ବଦଳରେ ଗିରଫ ହେଲେ ଶ୍ରୀଲଙ୍କାର ଷ୍ଟାର କ୍ରିକେଟର

ସିଡନୀ,୬।୧୧: ଜଣେ ୨୯ ବର୍ଷୀୟ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ଶ୍ରୀଲଙ୍କାର ଷ୍ଟାର୍‌ କ୍ରିକେଟର ଦାନୁଷ୍କା ଗୁନାଥିଲକା। ସିଡନୀ ପୋଲିସ ତାଙ୍କୁ ଗିରଫ କରିଥିବା...

Advertisement
Archives

Model This Week