ଏଥର ଅକ୍ସିଜେନ୍‌ ରାଖୀ କିଟ୍‌

କଟକ ଅଫିସ, ୧୨ା୮: ଭାଇ-ଭଉଣୀର ସମ୍ପର୍କକୁ ଆଉଟିକେ ମଜଭୁତ କରିବା ପାଇଁ ପ୍ରତିବର୍ଷ ପାଳନ କରାଯାଏ ରକ୍ଷାବନ୍ଧନ ପର୍ବ ବା ଗହ୍ମାପୂର୍ଣ୍ଣିମା। ଆସନ୍ତା ୨୨ ତାରିଖରେ ଏହି ନିଆରା ପର୍ବ ପାଳନ ହେବାକୁ ଥିବାବେଳେ କରୋନା ମହାମାରୀ ଯୋଗୁ କଟକ ସହରର କିଛି ସ୍ଥାନରେ ରାଖୀ ଦୋକାନ ଖୋଲିଛି। ଗତବର୍ଷ କୋଭିଡ୍‌ ଯୋଗୁ ଗହ୍ମାପୂର୍ଣ୍ଣିମା ପର୍ବ ଫିକା ପଡିଥିଲା। ଚଳିତବର୍ଷ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି। ଏବେ ଦୋକାନରେ ଭିନ୍ନ ଧରଣର ରାଖୀ ଦେଖିବାକୁ ମିଳୁଥିବାବେଳେ ଲୋକମାନେ ଅନ୍‌ଲାଇନ୍‌ରେ କିଣିବାକୁ ପସନ୍ଦ କରୁଛନ୍ତି। ଚଳିତବର୍ଷ କଟକରେ ନୂତନ କରି ଆରମ୍ଭ ହୋଇଥିବା ଅକ୍ସିଜେନ୍‌ ରାଖୀ କିଟ୍‌ ଚାହିଦା ରହିଛି। ଏହି ରାଖୀ ଅନ୍‌ଲାଇନ୍‌ରେ ଉପଲବ୍ଧ। ଅର୍ଡର କରିବା ମାତ୍ରେ ଲୋକଙ୍କ ଘରେ ପହଞ୍ଚିଯାଉଛି ଅକ୍ସିଜେନ୍‌ ରାଖୀ କିଟ୍‌।
କରୋନା ମହାମାରୀ ସମୟରେ ରୋଜଗାର ପନ୍ଥା ଆପଣେଇଛନ୍ତି କଟକ ଚାଉଳିଆଗଞ୍ଜ ଅଞ୍ଚଳର ମୁକେଶ ମଲ୍ଲିକ, ଈଶ୍ୱର ସାହୁ, ଶେଷଦେବ ସାହୁ। ସେମାନେ ମିଶି ପ୍ରସ୍ତୁତ କରିଛନ୍ତି ଅକ୍ସିଜେନ୍‌ ରାଖୀ କିଟ୍‌। ଏକ କାଠ ଡବାରେ ଫଟୋ ରାଖୀ, ଚାଉଳ, ସାନିଟାଇଜର, ସ୍ପେଶାଲ୍‌ ସୁରକ୍ଷା ସ୍ପ୍ରେ (ଆୟୁର୍ବେଦିକ), ଚକୋଲେଟ୍‌, ସିନ୍ଦୁର, ମୋ ଭାଇ କାର୍ଡ, ଫଟୋ ଚାବି ରିଂ ଏବଂ ଏକ ଗଛ ରଖି ପ୍ରସ୍ତୁତ ହୋଇଛି ଅକ୍ସିଜେନ୍‌ ରାଖୀ କିଟ୍‌। ଏହାର ମୂଲ୍ୟ ୩୬୧ ଟଙ୍କା ରହିଛି। ଉକ୍ତ କିଟ୍‌ ବିକ୍ରି କରିବାର ମାଧ୍ୟମ ହେଉଛି ସୋସିଆଲ୍‌ ମିଡିଆ। ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌, ୟୁଟ୍ୟୁବରେ ଏହି ରାଖୀ କିଟ୍‌ର ଭିଡିଓ ଓ ଫଟୋ ପୋଷ୍ଟ କରି ଗ୍ରାହକଙ୍କୁ ଆକୃଷ୍ଟ କରିଛନ୍ତି। ନୂତନ କରି ଆରମ୍ଭ କରିଥିବା ଅକ୍ସିଜେନ୍‌ ରାଖୀ କିଟ୍‌ ଲୋକଙ୍କ ମଧ୍ୟରେ ବେଶ୍‌ ଆଦୃତ ହେବ ବୋଲି ଏହି ବ୍ୟବସାୟୀମାନେ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

ଗାଡ଼ିଚାଳକଙ୍କୁ ଗୋଲାପ ଦେଇ ସୁରକ୍ଷିତ ଯାତ୍ରାର ବାର୍ତ୍ତା ଦେଲା ପୁରୁଷୋତ୍ତମପୁର  ପୋଲିସ

ପୁରୁଷୋତ୍ତମପୁର, ୪।୮ (ସବିତା ମିଶ୍ର): ଗଞ୍ଜାମ ଜିଲ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଶୁକ୍ରବାର ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ଲକ୍ଷ୍ୟରେ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଆଇଆଇସି…

ମାଛଚାଷରେ ମାଇକ୍ରୋଆଲଗେ ବ୍ୟବହାର, ବାଣିଜ୍ୟ ସମ୍ଭାବନାକୁ ନେଇ…

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ମାଛଚାଷରେ ମାଇକ୍ରୋଆଲଗେର ବ୍ୟବହାର ଓ ଏହାର ବାଣିଜି୍ୟକ ସମ୍ଭାବନାକୁ ନେଇ ଭଞ୍ଜନଗର ନିକଟସ୍ଥ ଦୁବ ଫିସ ଫାର୍ମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗ, ଶେଷ ଦର୍ଶନ କଲେ ବିଧାୟକ

ଗଞ୍ଜାମ, ୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁଧୀର ବିଶ୍ୱାଳ (୬୧)ଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ସ୍ଥାନୀୟ…

କୋରାପୁଟର ୮୮,୨୮୯ ଚାଷୀଙ୍କ ଖାତାକୁ ଗଲା ୧୭.୮୮ କୋଟି ଟଙ୍କା

କୋରାପୁଟ,୪ା୯(ଅମିତାଭ ବେହରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri