ଏଥର ତ୍ରିମୁଖୀ ଲଢ଼େଇ

କେନ୍ଦୁଝର, ୮ା୩ (ସ୍ବ.ପ୍ର.) ପାୈରନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ସୋମବାର ଥିଲା ଶେଷ ଦିନ। ଚଳିତ ନିର୍ବାଚନରେ ପାୈରାଧ୍ୟକ୍ଷ ନିର୍ବାଚନ ବହୁ ବର୍ଷ ପରେ ସିଧାସଳଖ ହେବାକୁ ଯାଉଛି। ଏଣୁ ଏନେଇ ଉତ୍କଣ୍ଠା ପ୍ରକାଶ ପାଇଛି। କେନ୍ଦୁଝରଗଡ଼ ପାୈରପାଳିକାର ଅଧ୍ୟକ୍ଷ ପଦବୀ ଅଣ ସଂରକ୍ଷିତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ବହୁ ଆଶାୟୀ ନିରାଶ ହୋଇଛନ୍ତି। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସମେତ ଆମ ଆଦମୀ ପାର୍ଟି ଏବଂ ବିଏସ୍‌ପି ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଥିବା କୁହାଯାଉଛି। ଅନ୍ୟପକ୍ଷରେ ରାଜନୀତିରେ ଅଭିଜ୍ଞତା ନ ଥାଇ ମହିଳାମାନେ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବାରୁ ପରିବାର ବା ଦଳର ସ୍ଥିତି ସେମାନଙ୍କ ଜିତହାର ନିର୍ଦ୍ଧାରଣ କରିବ ବୋଲି ମତପ୍ରକାଶ ପାଉଛି।
୪ଥର କାଉନ୍‌ସିଲର ହୋଇଥିବା କୃଷ୍ଣଚନ୍ଦ୍ର ରାଉତଙ୍କ ସ୍ତ୍ରୀ ଅର୍ଚ୍ଚନା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଅର୍ଚ୍ଚନାଙ୍କ ବାପା ଯାଜପୁରରୋଡ୍‌ ପୌରପାଳିକାର ଉପାଧ୍ୟକ୍ଷ ଥିଲେ। ଏଣୁ ସିଧାସଳଖ ରାଜନୀତିରେ ସଂଶ୍ଳିଷ୍ଟ ନ ଥିଲେ ହେଁ ପରିବାରର ରାଜନୈତିକ ଅଭିଜ୍ଞତା ତାଙ୍କ ପାଇଁ ସୁବିଧାଜନକ ହେବ। ଏହା ବ୍ୟତୀତ ଜିଲା ପରିଷଦ ନିର୍ବାଚନରେ ବିଜେଡି ଏକତରଫା ବିଜୟ ହାସଲ କରି କର୍ମୀଙ୍କୁ ଉତ୍ସାହିତ କରିଥିବା ବେଳେ ଏହି ନିର୍ବାଚନରେ ପୁଣି ବାଜିମାତ କରିବା ନିଶ୍ଚିତ ଭାବରେ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତବ୍ୟକ୍ତ କରୁଛନ୍ତି। ଅର୍ଚ୍ଚନାଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ବିଜେଡିରେ ବହୁ ଆଶାୟୀଙ୍କ ମୁହଁ ଚୁପ ହୋଇଯାଇଛି ା କେତେକ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ପ୍ରତିବାଦ କରିଥିଲେ ହେଁ ନିର୍ବାଚନରେ ସେମାନଙ୍କ ଭୂମିକା କ’ଣ ହେବ ସେ ନେଇ ବିଜେଡି ଦଳ ତଥା ବିରୋଧୀ ଅନେଇ ରହିଛନ୍ତି। ଭାଜପା ସେଭଳି ଦୃଢ ରାଜନୈତିକ ଅଭିଜ୍ଞତା ନ ଥିବା ପରିବାରର ସଦସ୍ୟା ତଥା ବ୍ୟବସାୟୀ ସ୍ବର୍ଗତ ବାଇଧର ସାହୁଙ୍କ ବୋହୂ ନିକୁ ସାହୁଙ୍କୁ ପ୍ରାର୍ଥୀ କରିଛି। ଜିଲା ପରିଷଦ ନିର୍ବାଚନରେ ଭାଜପାର ଶୋଚନୀୟ ପରାଜୟ ପରେ ନିରୁତ୍ସାହିତ କର୍ମୀ ଓ ନେତାଙ୍କ ମଧ୍ୟରେ ନୂଆ ସେଭଳି ପ୍ରଭାବ ନାହିଁ। ତେବେ ସେମାନେ ଶୃଙ୍ଖଳିତ ଦଳର ନେତା ଓ କର୍ମୀ ଭାବେ କାମ କରିବେ ବୋଲି କହିଛନ୍ତି। କଂଗ୍ରେସ ଦଳ ପୂର୍ବତନ ପାୈରାଧ୍ୟକ୍ଷ ତଥା ସ୍ବର୍ଗତ ଡକ୍ଟର ଉଦୟନାଥ ସାହୁଙ୍କ ବୋହୂ ତଥା ସାମାଜିକକର୍ମୀ ଦିଲୀପ ସାହୁଙ୍କ ସ୍ତ୍ରୀ ପ୍ରାଚୀବାଳା ସାହୁଙ୍କୁ ପ୍ରାର୍ଥୀ କରିଛି। ଜଣେ ଉଚ୍ଚ ଶିକ୍ଷିତା ପ୍ରାଚୀବାଳାଙ୍କ ମଧ୍ୟ ସିଧାସଳଖ ରାଜନୀତିରେ ଅଭିଜ୍ଞତା ନ ଥିଲେ ହେଁ ପ୍ରଥମ ଥର ପାଇଁ ସିଧାସଳଖ ପାୈରାଧ୍ୟକ୍ଷ ନିର୍ବାଚନ ଜିତିଥିବା ତାଙ୍କ ଶ୍ୱଶୁରଙ୍କ କାମକାର୍ଯ୍ୟ ଓ ଲୋକାଦୃତ ସେବାର ଫାଇଦା କେତେଦୂର ଉଠାଇପାରିବେ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ସୁନା ଦୋକାନୀ ଗହଣା ଭର୍ତ୍ତି ବ୍ୟାଗ ଘରେ ଥୋଇ ଯାଇଥିଲେ ବଜାର: ଆସିଲା ବେଳକୁ …

କେନ୍ଦୁଝର,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନାରୁ ପ୍ରାୟ ଅଧ କି.ମି. ଦୂରରେ ସୋମବାର ରାତିରେ ଜଣେ ଗହଣା ବ୍ୟବସାୟୀ ସଞ୍ଜୟ ରାଣାଙ୍କ ଘରୁ...

ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀଙ୍କ ବିସ୍ଫୋରକ ବୟାନ: କହିଲେ ବଦଳିପାରେ…

ଭୁବନେଶ୍ୱର,୧୬।୧୨: ସାଂପ୍ରତିକ ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀ ବଡ଼ ବୟାନ ଦେଇଛନ୍ତି। ଅମର କହିଛନ୍ତି, ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳିପାରେ। ଓଡ଼ିଶା ରାଜନୈତିକ ଦୃଶ୍ୟପଟ...

ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...

ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଳିଲେ ମନ୍ତ୍ରୀ: ବିରୋଧୀଙ୍କୁ ଦେଲେ କଡ଼ା ଜବାବ

ଭୁବନେଶ୍ୱର,୧୬।୧୨: ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳୁନାହିଁ ଟୋକନ। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଦେଖାଦେଇଛି। ଏଭଳିସ୍ଥତିରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ...

ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ୍

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଝଟକା । ଖାରଜ ହେଲା ଜାମିନ...

ପବିତ୍ର ଧନୁ ସଂକ୍ରାନ୍ତି, ଆଜିିଠୁ ଶ୍ରୀଜୀଉଙ୍କୁ ପହିଲି ଭୋଗ ଲାଗି

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି। ପହିଲିଭୋଗ ନୀତି ଧନୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri