ଏଥର ଛାତ ଉପରୁ ବି ଦେଖି ପାରିବେନି ଜଗାକୁ

ପୁରୀ ଅଫିସ, ୩।୭: ଏଥର ଛାତ ଉପରୁ ଥାଇ କେହି ରଥଯାତ୍ରା ଦେଖି ପାରିବେ ନାହିଁ। ଶନିବାର ପୁରୀ ଜିଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରଥଯାତ୍ରା ପାଇଁ ପୂରା ପୁରୀ ସହରରେ ୧୪୪ ଧାରା ଜାରି ହେବ। ରଥଯାତ୍ରାର ଗୋଟିଏ ରାତି ପୂର୍ବରୁ ଓ ତା’ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ବଡ଼ ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘରଗୁଡ଼ିକ ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖି ପାରିବେ ନାହିଁ। କାରଣ ଏହା ବି କର୍ଫ୍ୟୁ ଅଧୀନରେ ଯାଉଛି। ରଥଯାତ୍ରା ବେଳେ ଲୋକମାନେ ଘର ଭିତରେ ରହିବେ।
ସେ ଆହୁରି କହିଛନ୍ତି, ବଡ଼ ଦାଣ୍ଡରେ ଥିବା ହୋଟେଲ ଓ ଲଜଗୁଡ଼ିକରେ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରି ଦିଆଯିବ। ସହରର ଅନ୍ୟ ଅଞ୍ଚଳରେ ଥିବା ହୋଟେଲଗୁଡ଼ିକରେ ଲୋକେ ରହିପାରିବେ, କିନ୍ତୁ କର୍ଫ୍ୟୁ ବେଳେ ବାହାରକୁ ଯାଇପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଯୁକ୍ତ୨ କଳା ପରୀକ୍ଷାଫଳ

ଭୁବନେଶ୍ୱର,୫।୯(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ପରୀକ୍ଷା ଫଳ ଆଜି  ପ୍ରକାଶ ପାଇବ। ଏଥିସହିତ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା...

କାମ ଚାଲିଥିବାବେଳେ ଦବିଗଲା ସୁକତେଲ ବ୍ରିଜ, ୨ ଶ୍ରମିକଙ୍କ ଜୀବନ ଗଲା

ପାଟଣାଗଡ, ୨୯।୪ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ ଅଧୀନ ଟମିଆ ଗାଁ ନିକଟରେ ଥିବା ସୁକତେଲ ବ୍ରିଜ ବୁଧବାର ସକାଳ ୯ଟାରେ କାମ ଚାଲିଥିବାବେଳେ...

ସଞ୍ଜ ନଇଁଲେ ଶଙ୍କା

ଢେଙ୍କାନାଳ ଅଫିସ, ୨।୧୨(ରତନ ନାୟାର):ଜଳଭଣ୍ଡାର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ବୟ ‘ସାପୁଆ’। କଂକ୍ରିଟ୍‌ ଜଙ୍ଗଲଠାରୁ ଦୂରରେ ପ୍ରକୃତିରାଣୀର...

୧୬,୮୦୦ କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ):ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୬,୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷର ମୂଳ ବଜେଟ ୨ଲକ୍ଷ କୋଟି...

ଥମୁନି ଉତ୍ତେଜନା, ବାଲିଆପାଳ ପୋଲିସ ଛାଉଣୀ: ୨ ଢାବା କର୍ମଚାରୀ ଅଟକ, ଉଲୁଡାରେ ରାସ୍ତାରୋକୋ

ବାଲିଆପାଳ, ୨୮ା୭(ଡି.ଏନ.ଏ.)-ବାଲିଆପାଳ ଇଡକୋ ଛକରେ ରାଜଧାନୀ ଢାବା ଓ ହୋଟେଲରେ ଶୁକ୍ରବାର ନାବାଳକଙ୍କୁ ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ବାଲିଆପାଳରେ ଉତ୍ତେଜନା ଥମିବାର ନଁା ନେଉନି।...

ହାରିଯାଇଛି କ୍ୟାନ୍‌ସର

ଭୁବନେଶ୍ୱର, ୪ା୨(ବ୍ୟୁରୋ): କ୍ୟାନ୍‌ସର ନାଁ ଶୁଣିଲେ ଲୋକେ ଡରିଯାଆନ୍ତି। ଜୀବନ ସରିଗଲା, ମୃତ୍ୟୁ ସୁନିଶ୍ଚିତ ବୋଲି ଭାବନ୍ତି। କ୍ୟାନ୍‌ସର ଆକ୍ରାନ୍ତଙ୍କୁ ଛୁଇଁବାକୁ ବି ଭୟ କରନ୍ତି।...

ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଏଣିକି ବିନା ଅନୁମତିରେ ସ୍କୁଲ ପରିସରକୁ ଗଣମାଧ୍ୟମ ପ୍ରତିନିଧି ଯାଇପାରିବେ ନାହିଁ। କିଛି ଲୋକ କ୍ୟାମେରା ଧରି ସ୍କୁଲ ଭିତରେ ପଶି ପିଲା ଓ...

ବାଘ ଠାବ ପାଇଁ ଟ୍ରାପ୍‌ କ୍ୟାମେରା ଲାଗିପାରୁନାହିଁ: ଗୁଣ୍ଡିରିବାଡ଼ିବାସୀ ଆତଙ୍କିତ, ଘୁରି ବୁଲିଛି ବନ ବିଭାଗ

ଭଞ୍ଜନଗର,୫।୧୧(ଡି.ଏନ.ଏ)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡିରିବାଡ଼ି, ତେନ୍ତୁଳିଆ, ଲଣ୍ଡେଇହିଲ୍‌ ଅଞ୍ଚଳବାସୀଙ୍କୁ ବିଗତ କିଛିଦିନ ହେବ ବାଘ ଆତଙ୍କ ଘାରିଛି। ସୋମବାର ରାତିରେ...

Advertisement
Archives

Model This Week