Posted inଖେଳ

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌ ଭାବେ କାର୍ଯ୍ୟ କରୁଥିଲେ। ସମରବୀରା ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ତାଙ୍କୁ ଦଣ୍ଡିତ କରିଛି। ସମରବୀରା ଶ୍ରୀଲଙ୍କା ପାଇଁ ୭ ଟେଷ୍ଟ ଓ ୫ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି। ସେ ୨୦୦୮ରେ କ୍ରିକେଟ ଭିକ୍ଟୋରିଆର ବ୍ୟାଟିଂ କୋଚ୍‌ ଭାବେ ଯୋଗଦେଇଥିଲେ। ଶ୍ରୀଲଙ୍କାର ଏହି ୫୨ ବର୍ଷୀୟ ପୂର୍ବତନ କ୍ରିକେଟର ଏଣିକି ଦୁଇ ଦଶନ୍ଧି ଧରି ଅଷ୍ଟ୍ରେଲିଆରେ କ୍ରିକେଟ ସମ୍ବନ୍ଧିତ କୌଣସି ବଡ଼ ପଦବୀରେ ରହିପାରିବେ ନାହିଁ। କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ଘଟଣାଟି ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ଯଦିଓ କିଛି ଉଲ୍ଲେଖ କରାଯାଇ ନାହିଁ ଗଣମାଧ୍ୟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ସମରବୀରା ଜଣେ ଖେଳାଳିଙ୍କ ସହ ଜବରଦସ୍ତ ସମ୍ପର୍କ ରଖିବାକୁ ଚାହିଁଥିଲେ। ଦଣ୍ଡ ଉପରେ ସମରବୀରା ଏପର୍ଯ୍ୟନ୍ତ ତାଙ୍କର କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ଶ୍ରୀଲଙ୍କାର ଏହି ପୂର୍ବତନ କ୍ରିକେଟର ଗତବର୍ଷ ନଭେମ୍ବରରେ କାମଚଳା ମୁଖ୍ୟ କୋଚ୍‌ ଏବଂ ପରେ ଚଳିତବର୍ଷ ମେ ମାସରେ ତାଙ୍କୁ ଏହି ପଦବୀରେ ନିୟମିତ କରାଯାଇଥିଲା। ମାତ୍ର ଘଟଣାଟି ପ୍ରଘଟ ହେବାର ଦୁଇ ସପ୍ତାହ ମଧ୍ୟରେ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ସେ ଆହୁରି ମଧ୍ୟ ଓମେନ୍ସ ବିଗ୍‌ ବାଶ୍‌ ଲିଗ୍‌ ଦଳ ମେଲବୋର୍ନ ଷ୍ଟାର୍ସ ଦଳର ସହକାରୀ କୋଚ୍‌ ଭାବେ କାର୍ଯ୍ୟକରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ଆଇନ ସଚେତନତା କାର୍ଯ୍ୟକ୍ରମ: ଆଇନଗତ ଅଧିକାର ଓ ସରକାରୀ ଯୋଜନା ସମ୍ପର୍କରେ….

ଭଞ୍ଜନଗର, ୯।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ସ୍ଥିତ ହରେକୃଷ୍ଣ ପ୍ରଧାନ କଲ୍ୟାଣ ମଣ୍ଡପଠାରେ ରବିବାର ତାଲୁକ ଆଇନ ସେବା କମିଟି, ଭଞ୍ଜନଗର…

ଦଲକି ନାଳ ପୋଲ ଉପରେ ୪ ଫୁଟ୍‌ ବନ୍ୟାଜଳ: ଖଣ୍ଡହତା-ସାହାଜଲଥା ଯାତାୟାତ ବିଚ୍ଛିନ୍ନ

ଅମରପାଲି, ୯।୮ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ତଥା ରେଢ଼ାଖୋଲ ବ୍ଲକ ସୀମାବର୍ତ୍ତୀ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁ ବିଭିନ୍ନ ଜୋର ଓ…

ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ୪ ବଡ଼ ଘୋଷଣା କଲେ ସରକାର

ପାଟ୍‌ନା,୯ା୮: ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବିଚାରକୁ ନେଇ ବିହାର ସରକାର ୪ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରବିବାର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ୪ଟି…

ଆଇନ ଶୃଙ୍ଖଳା ହୁଗୁଳା: ସକ୍ରିୟ ହୋଇପଡ଼ିଛନ୍ତି ଅପରାଧୀ, ସହରବାସୀଙ୍କୁ ସୁରକ୍ଷା ନାହିଁ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ସମେତ ଜିଲାରେ କିଛିଦିନର ଆଇନ ଶୃଙ୍ଖଳା ହୁଗୁଳା ହୋଇପଡ଼ିଛି। କିଛିଦିନର ନୀରବତା ପରେ ଏଠାରେ ଅପରାଧୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ…

Mettle Meet 2026: Live Updates: ଆଜି ଗ୍ରାଣ୍ଡ୍‌ ଫିନାଲେ

ଭୁବନେଶ୍ୱର,୯।୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ ମିଟ-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି ପ୍ରିମିୟମ ହୋଟେଲ ଠାରେ…

୩୦୦ ଫୁଟ ତଳକୁ ବିମାନ ଖସିବା ଘଟଣା: ପାଇଲଟ୍‌ଙ୍କର ହେଲା ଡ୍ରଗ୍ସ ପରୀକ୍ଷା, ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୯ା୮: ଏୟାର ଇଣ୍ଡିଆର ଏକ ବିମାନରେ ସମ୍ପ୍ରତି ଘଟିଥିବା ସମସ୍ୟା ପରେ ଏକ ନୂଆ ଟ୍ବିଷ୍ଟ୍‌ ଆସିଛି। ଅଗଷ୍ଟ ୪ରେ ଫୁକେତରୁ ଦିଲ୍ଲୀ ଯାତ୍ରା କରୁଥିବା ଏୟାର…

ପେନ୍‌ସନ୍‌ଧାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ

ଛତ୍ରପୁର,୯ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଛତ୍ରପୁର ଶାଖାର ମାସିକ ବୈଠକ ସଭାପତି ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…

ଲମ୍ବା କେଶ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ନୂଆଦିଲ୍ଲୀ,୯।୮: ଭାରତର ଜଣେ ମହିଳା ନିଜର ଅତି ଲମ୍ବା କେଶ ପାଇଁ ଏକ ନୂତନ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ହଲଦଓ୍ବାନୀ ସହରର ରେଣୁ ଧାରିଓ୍ବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri