Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନର ଏହି ମହିଳା, ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ,୧୭।୮: ଖୁବ କମ ଲୋକ ଜାଣନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ପାକିସ୍ତାନୀ ମୂଳ ଭଉଣୀ ଅଛନ୍ତି। ପାକିସ୍ତାନର ଏହି ଭଉଣୀ ଆଜିକୁ ବର୍ଷ ବର୍ଷ ଧରି ମୋଦିଙ୍କ ହାତରେ ରାଖି ବାନ୍ଧୁଛନ୍ତି। ମୋଦିଙ୍କର ଏହି ପାକିସ୍ତାନୀ ଭଉଣୀ ତାଙ୍କୁ ରାଖି ବାନ୍ଧିବାକୁ ପ୍ରତିବର୍ଷ ପାକିସ୍ତାନରୁ ଭାରତକୁ ଆସନ୍ତି। ଆସନ୍ତୁ ଜାଣିବା ଏହି ମହିଳା ଜଣକ କିଏ?

ମୋଦିଙ୍କ ଏହି ଭଉଣୀଙ୍କ ନାମ କମର ଶେଖ, ସିଏ ଅଗଷ୍ଟ ୧୮ ଅର୍ଥାତ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବାକୁ ଯାଉଛନ୍ତି। ଏହାପରେ ରାଖି ପୂଣ୍ଣିମାରେ ସେ ମୋଦିଙ୍କୁ ରାଖି ବାନ୍ଧିବେ।

ବିଶେଷ କଥା ହେଉଛି କମର ଗତ ୩୦ ବର୍ଷ ଧରି ମୋଦିଙ୍କ ହାତରେ ରାଖୀ ବାନ୍ଧୁଛନ୍ତି। କମର ଯେଉଁ ରାଖି ବାନ୍ଧନ୍ତି ତାକୁ ସେ ନିଜ ହାତରେ ସ୍ନେହରେ ତିଆରି କରନ୍ତି। ଚଳିତ ବର୍ଷ ମଧ୍ୟ ସେ ମୋଦିଙ୍କ ପାଇଁ ଏକ ସ୍ବତନ୍ତ୍ର ରାଖୀ ପ୍ରସ୍ତୁତ କରିଛନ୍ତି।

କମର ଶେଖ ମୂଳତଃ ପାକିସ୍ତାନର ବାସିନ୍ଦା। ସେ ପାକିସ୍ତାନର କରାଚିରେ ରହୁଛନ୍ତି। ସେ ୧୯୮୧ରେ ଅହମ୍ମଦାବାଦ ନିବାସୀ ମୋହସିନ ଶେଖଙ୍କ ସହିତ ବିବାହ କରିଥିଲେ, ଯିଏ ଜଣେ ଚିତ୍ରକର ଅଟନ୍ତି। ସେବେଠାରୁ କମରର ଶେଖ ନିୟମିତ ଭାବେ ଭାରତରେ ରୁହନ୍ତି।

ତେବେ ଏହି କାହାଣୀ ତିନି ଦଶନ୍ଧିରୁ ଅଧିକ ପୁରୁଣା। ୧୯୯୦ରେ କମର ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସେହି ସମୟରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଗୁଜୁରାଟର ତତ୍କାଳୀନ ରାଜ୍ୟପାଳ ସ୍ବରୂପ ସିଂଙ୍କ ତାଙ୍କୁ ମୋଦିଙ୍କ ସହ ପରିଚିତ କରାଇଥିଲେ। ସେବେଠାରୁ, କମର ଶେଖ ପ୍ରତିବର୍ଷ ରାଖୀ ତିଆରି କରି ମୋଦିଙ୍କୁ ବାନ୍ଧିଥା’ନ୍ତି।

ପ୍ରଧାନମନ୍ତ୍ରୀ ମୋଦଙ୍କ ପାଇଁ ସେ ବଜାରରୁ ରାଖୀ କିଣନ୍ତି ନାହିଁ ବୋଲି କମର କହିଛନ୍ତି। ସେ ନିଜେ ପ୍ରତିବର୍ଷ ଅନେକ ରାଖୀ ତିଆରି କରନ୍ତି । ଏହା ପରେ ସେ ସେଗୁଡିକୁ ମଧ୍ୟରେ ଗୋଟିଏ ବିଶେଷ ରାଖିକୁ ତିଆରି କରି ଭାଇ ମୋଦିଙ୍କୁ ପିନ୍ଧାଇ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri