Posted inଖେଳ

କୋଚ୍‌ଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୨।୭- ଜିମ୍ବାଓ୍ବେର ପୂର୍ବତନ କ୍ରିକେଟର୍‌ ଗ୍ରାଣ୍ଟ ପ୍ଲାଓ୍ବାର ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପାକିସ୍ତାନ ଜାତୀୟ କ୍ରିକେଟ୍‌ ଦଳର ବ୍ୟାଟିଂ କୋଚ୍‌ ରହିଥିଲେ। ଏହି ସମୟ ମଧ୍ୟରେ ଘଟିଯାଇଥିବା ଏମିତି ଏକ ଘଟଣାକୁ ଫ୍ଲାଓ୍ବାର ଏବେ ସାମ୍ନାକୁ ଆଣିଛନ୍ତି, ଯାହାକୁ ଶୁଣିଲେ ସହଜେ ବିଶ୍ୱାସ କରିହେବ ନାହିଁ। ‘ପୂର୍ବତନ ଅଧିନାୟକ ୟୁନିସ ଖାନ୍‌ଙ୍କୁ ଦିନେ କିଛି ବ୍ୟାଟିଂ ଟିପ୍ସ ଦେଉଥିବାବେଳେ ହଠାତ୍‌ ସେ ରାଗିଯାଇ ମୋ ବେକରେ ଛୁରୀ ଲଗାଇ ଦେଇଥିଲେ’ ବୋଲି ଫ୍ଲାଓ୍ବାର ଦାବି କରିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାର ଅବସରରେ ଯେତେବେଳେ ଫ୍ଲାଓ୍ବାରଙ୍କୁ ପଚରା ଯାଇଥିଲା କି ତୁମ କୋଚିଂ କ୍ୟାରିୟରରେ କେଉଁ କଷ୍ଟଦାୟକ ଖେଳାଳିଙ୍କ ସମ୍ମୁଖୀନ ହୋଇଥିଲେ। ଏହାର ଉତ୍ତରରେ ୟୁନିସ ଖାନଙ୍କ ନାମ ନେଇଥିଲେ ଫ୍ଲାଓ୍ବାର। ‘ବ୍ରିସବେନର ଗୋଟିଏ ଘଟଣା ମୋର ମନେ ରହିଛି। ସେଠାରେ ଖେଳାଯାଉଥିବା ଏକ ଟେଷ୍ଟ ମ୍ୟାଚ୍‌ର ସକାଳ ଟିଫିନ ସମୟରେ ମୁଁ ତାଙ୍କୁ (ୟୁନିସ) କିଛି ବ୍ୟାଟିଂ ଟିପ୍ସ ଦେବାକୁ ଚେଷ୍ଟା କରୁଥିଲି। କିନ୍ତୁ ମୋ ଉପଦେଶ ତାଙ୍କୁ ଭଲ ଲାଗି ନ ଥିଲା ଏବଂ ସେ ଏକ ଛୁରୀ ମୋ ବେକ ପାଖକୁ ଆଣିଥିଲେ। ସେଠାରେ ମୁଖ୍ୟକୋଚ୍‌ ମିକି ଆର୍ଥର ବସିଥିଲେ। ସେତେବେଳେ ତାଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା’ ବୋଲି ୪୯ ବର୍ଷୀୟ ଫ୍ଲାଓ୍ବାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ ଥିଲା। କିନ୍ତୁ କୋଚିଂ କ୍ୟାରିୟରର ଏକ ଅଂଶ। ଯାହାକି ଏହି ଯାତ୍ରାକୁ ଆହୁରି କଠିନ କରିଥାଏ। ମୁଁ ପ୍ରକୃତରେ କୋଚିଂକୁ ଉପଭୋଗ କରିଛି। ମୋତେ ଆହୁରି କିଛି ଶିଖିବାକୁ ବାକି ରହିଛି। ଆଜି ଯେଉଁସ୍ତରରେ ପହଞ୍ଚତ୍ଛି ସେଥିଲାଗି ଭାଗ୍ୟବାନ ମନେ କରୁଛି। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୬ରେ ପାକିସ୍ତାନ ଯେତେବେଳେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା ସେତେବେଳେ ପ୍ରଥମ ଟେଷ୍ଟ ବ୍ରିସବେନରେ ଖେଳିଥିଲା। ସେହି ସମୟରେ ଏହି ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି। ମ୍ୟାଚ୍‌ର ପ୍ରଥମ ଇନିଂସରେ ୟୁନୁସ ୦ ଓ ଦ୍ୱିତୀୟ ଇନିଂସରେ ୬୫ ରନ ସଂଗ୍ରହ କରିଥିଲେ। ସେହିଭଳି ସିରିଜର ଅନ୍ତିମ ମ୍ୟାଚ୍‌ରେ ୟୁନିସ ୧୭୫ ରନର ଅପରାଜିତ ଇନିଂସ ମଧ୍ୟ ଖେଳିବାରେ ସଫଳ ହୋଇଥିଲେ। ଗ୍ରାଣ୍ଟ ଫ୍ଲାଓ୍ବାର ବର୍ତ୍ତମାନ ଶ୍ରୀଲଙ୍କା କ୍ରିକେଟ୍‌ ଦଳର ବ୍ୟାଟିଂ କୋଚ୍‌ ଦାୟିତ୍ୱ ତୁଲାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND VS ZIM: ଭାରତ ଅବସ୍ଥା ଆମ ସହ ସମାନ, ମ୍ୟାଚ୍‌ ପୂର୍ବରୁ ଏଭଳି କହି ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୫।୨: ଟି-୨୦ ବିଶ୍ୱକପ୍ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଜିମ୍ବାୱେ ଅଲରାଉଣ୍ଡର ରୟାନ ବର୍ଲ ଏକ ବଡ଼ ବୟାନ ଦେଇଛନ୍ତି। ଭାରତୀୟ ମାଟିରେ ଭାରତ ବିରୋଧରେ ଖେଳିବା…

୯ କୋଟି କୃଷକଙ୍କୁ ମାର୍ଚ୍ଚରେ ମିଳିବ ୨୨ତମ କିସ୍ତି! ହେଲେ ଅଟକି ଯାଇପାରେ ଆପଣଙ୍କ ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ହିତାଧିକାରୀମାନେ ଗତ ତିନି ମାସ ହେବ ୨୨ତମ କିସ୍ତିକୁ ଅପେକ୍ଷା କରିଛନ୍ତି। ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି…

ଓଭରଟେକ କରୁଥିବା ବେଳେ ପରସ୍ପର ମଧ୍ୟରେ ପିଟି ହେଲେ ଦୁଇ ବାଇକ୍, ତାପରେ….

ବଲାଙ୍ଗୀର,୨୫।୨(ସୁନିଲ କୁମାର ମହାନ୍ତି): ବିଳମ୍ବିତ ସନ୍ଧ୍ୟାରେ ବଲାଙ୍ଗୀରରେ ସଡ଼କ ଦୁର୍ଘଟଣା । ବୁଧବାର ସନ୍ଧ୍ୟାରେ ବଲାଙ୍ଗୀର ଭିଆଇପି ରାସ୍ତା ଭାବେ ପରିଚିତ ଭାଗିରଥି ଛକ- ସର୍କିଟ ହାଉସ…

ବରିଷ୍ଠ  ଆଇନଜୀବୀଙ୍କ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ବରିଷ୍ଠ ଆଇନଜୀବୀ ଦିବାକର ପାଢ଼ୀ(୭୫) ଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ପରଲୋକ ହୋଇଛି । ସେ ଦୀର୍ଘବର୍ଷ ହେଲା…

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ରିଙ୍କୁ ସିଂଙ୍କ ବାପା, ଆଗକୁ ଖେଳିବେ କି ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୨: ଭାରତର ଷ୍ଟାର କ୍ରିକେଟର ରିଙ୍କୁ ସିଂହ ସମ୍ପ୍ରତି ଟିମ୍ ଇଣ୍ଡିଆ ଛାଡି ଘରକୁ ଫେରିଥିଲେ । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ତାଙ୍କ ଫେରିବାର…

କ’ଣ ଗୋଟିଏ ପୁଅ ନାଁରେ ସବୁ ସମ୍ପତ୍ତି କରିପାରିବେ ବାପା? ଜାଣନ୍ତୁ କ’ଣ ରହିଛି ନିୟମ

ପରିବାରରେ ସମ୍ପତ୍ତି ବିବାଦ କିଛି ନୂଆ ନୁହେଁ। ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, ପ୍ରାୟତଃ ଏହି ପ୍ରଶ୍ନ ଉଠେ: ଜଣେ ପିତା କ’ଣ ତାଙ୍କର ସମସ୍ତ ଜମି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ସ୍ତ୍ରୀକୁ ମାରିବାକୁ ଉଦ୍ୟମ ବେଳେ ମଝିରେ ଆସିଲେ ଶ୍ବଶୁର, ପେଟ୍ରୋଲ ଢାଳି ମାରିଦେଲେ ଜ୍ବାଇଁ

ବାଲିଆପାଳ,୨୫।୨(ଗୋପାଳ ଚନ୍ଦ୍ର ସାହୁ/ରାଜଶ୍ରୀ ପାଣିଗ୍ରାହୀ) ପ୍ରେମ ବିବାହର କରୁଣ ପରିଣତି । ଜ୍ବାଇଁ ସାଜିଲେ ନରରାକ୍ଷସ। ପେଟ୍ରୋଲ ଢ଼ାଳି ଜୀବନରୁ ସ୍ତ୍ରୀଙ୍କୁ ମାରିବା ଉଦ୍ୟମ କରୁଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri