ଏସିଡ୍‌ ଆଟାକ୍‌ ସର୍ଭାଇଭର୍‌ଙ୍କ ପାଇଁ ବରଦାନ ପାଲଟିଛି ନୋଏଡାର ଏହି କାଫେ

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶରେ ପ୍ରାୟ ୧୦୦ ଏସିଡ ଆକ୍ରମଣ ମାମଲା ସାମ୍ନାକୁ ଆସିଥାଏ। ଏଥିରେ ପୀଡ଼ିତ ଝିଅମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଚାଲିଯାଇଥାଏ। ତାଙ୍କୁ ସମାଜ ସହଜରେ ଗ୍ରହଣ କରେନାହିଁ। କାରଣ ସେମାନେ ଆଖିରେ ଆଖି ମିଶାଇ କଥା ହେବା ତ ଦୂରର କଥା ସାରା ଜୀବନ ନିଜକୁ ବୋଝ ମନେକରି ମାନସିକ ଦୁଶ୍ଚିନ୍ତାରେ କାଳାତିପାତ କରନ୍ତି। ହେଲେ ସେଭଳି ଝିଅମାନଙ୍କ ଲାଗି ବରଦାନ ପାଲଟିଛି ଏକ କାଫେ। ନୋଏଡ଼ାର ସେକ୍ଟର ୨୧ରେ ଏଭଳି ଏକ କାଫେ ରହିଛି, ଯାହାକୁ ଏସିଡ୍‌ ଆଟାକ୍‌ ସର୍ଭାଇଭର୍‌ ଚଳାଉଛନ୍ତି।

ଉକ୍ତ କାଫେର ନାମ ‘ସିରୋଜ’। ଏପରି ନାମକରଣ ପଛରେ ‘ସି(ସେ) ଏବଂ ହିରୋଜ୍‌(ହିରୋମାନଙ୍କ)ର ମିଶ୍ରଣ ରହିଛି। ଏହି କାଫେକୁ ୭ରୁ ଅଧିକ ଏସିଡ୍‌ ଆଟାକ୍‌ ସର୍ଭାଇଭର୍‌ ମିଶି ଚଳାଉଛନ୍ତି। ସେମାନେ ଜୀବନର ସବୁଠାରୁ କଠିନ ସମୟ ସହ ଲଢ଼ି ନିଜକୁ ଶକ୍ତିଶାଳୀ କରିଛନ୍ତି। ଏବେ କିନ୍ତୁ ଝିଅମାନେ ସମସ୍ତଙ୍କ ଭଳି କଠିନ ପରିଶ୍ରମ କରି ନିଜ ଘର ଚଳାଉଛନ୍ତି।

‘ଶିରୋଜ ହ୍ୟାଙ୍ଗଆଉଟ୍‌’ର ପିଆର୍‌ଓ ଅଜୟ ତୋମାର କହିଛନ୍ତି, ଏସିଡ ଆକ୍ରମଣରୁ ବର୍ତ୍ତି ଯାଇଥିବା ଝିଅମାନଙ୍କୁ ସାହାଯ୍ୟ କରିବାରେ ନୋଏଡା ପ୍ରାଧିକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନୋଏଡା କର୍ତ୍ତୃପକ୍ଷ ତାଙ୍କୁ ସେକ୍ଟର ୨୧ ଅଞ୍ଚଳରେ ଥିବା ଷ୍ଟାଡିୟମ୍‌ର ଏକ ସ୍ଥାନ ଦେଇଥିଲେ। କର୍ତ୍ତୃପକ୍ଷଙ୍କ ବ୍ୟତିତ ଛାଓଁ ଫାଉଣ୍ଡେସନ ତାଙ୍କୁ ସାହାର୍ଯ୍ୟ କରିଥିଲା। ଏହାଛଡ଼ା ସେ ବିଭିନ୍ନ ଏନ୍‌ଜିଓ ମାଧ୍ୟମରେ ସମୟ ସମୟରେ ସାମାଜିକ ଏବଂ ଅର୍ଥନୈତିକ ସହଯୋଗ ପାଉଛନ୍ତି।

୨୦୧୪ରେ ଆଗ୍ରାରୁ ଏହି କାଫେ ଆରମ୍ଭ ହୋଇଥିଲା। ଏହାପରେ ୨୦୧୬ରେ ଲକ୍ଷ୍ନୌ, ୨୦୨୧ରେ ନୋଏଡାରେ ଅନ୍ୟ କାଫେ ଖୋଲାଯାଇଥିଲା। ନୋଏଡାରେ କାଫେ ଚଳାଉଥିବା ସର୍ଭାଇଭର୍‌ଙ୍କ ମଧ୍ୟରେ ହରିୟାଣାର ରିତୁ, ୟୁପିର ନଗମା, ଓଡ଼ିଶାର ମାନିନି ପ୍ରମୁଖ ଅଛନ୍ତି। ତେବେ ଏହି କାଫେର ଅନ୍ୟତମ ପ୍ରତିଷ୍ଠାତା ଆଶିଷ ଶୁକ୍ଳା କହିଛନ୍ତି, ଏସିଡ ଆକ୍ରମଣରେ ସର୍ଭାଇଭ୍‌ କରିଥିବା ଲୋକଙ୍କ ପାଇଁ ସରକାରଙ୍କ ପୃଥକ ଯୋଜନା ରହିବା ଆବଶ୍ୟକ। ଘଟଣା ପରେ ପୀଡ଼ିତାଙ୍କୁ ସଠିକ୍‌ ପରାମର୍ଶ, ଅଧ୍ୟୟନ ଏବଂ ଭବିଷ୍ୟତ ବିଷୟରେ ଆଲୋଚନା କରାଯିବା ଉଚିତ। ଏହାଛଡ଼ା ପ୍ରଶାସନ ପକ୍ଷରୁ ସମୟ ସମୟରେ ବଜାରରେ ଏସିଡର ଯାଞ୍ଚ କରିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri