ଏସିଡ୍‌ ଆଟାକ୍‌ ସର୍ଭାଇଭର୍‌ଙ୍କ ପାଇଁ ବରଦାନ ପାଲଟିଛି ନୋଏଡାର ଏହି କାଫେ

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶରେ ପ୍ରାୟ ୧୦୦ ଏସିଡ ଆକ୍ରମଣ ମାମଲା ସାମ୍ନାକୁ ଆସିଥାଏ। ଏଥିରେ ପୀଡ଼ିତ ଝିଅମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଚାଲିଯାଇଥାଏ। ତାଙ୍କୁ ସମାଜ ସହଜରେ ଗ୍ରହଣ କରେନାହିଁ। କାରଣ ସେମାନେ ଆଖିରେ ଆଖି ମିଶାଇ କଥା ହେବା ତ ଦୂରର କଥା ସାରା ଜୀବନ ନିଜକୁ ବୋଝ ମନେକରି ମାନସିକ ଦୁଶ୍ଚିନ୍ତାରେ କାଳାତିପାତ କରନ୍ତି। ହେଲେ ସେଭଳି ଝିଅମାନଙ୍କ ଲାଗି ବରଦାନ ପାଲଟିଛି ଏକ କାଫେ। ନୋଏଡ଼ାର ସେକ୍ଟର ୨୧ରେ ଏଭଳି ଏକ କାଫେ ରହିଛି, ଯାହାକୁ ଏସିଡ୍‌ ଆଟାକ୍‌ ସର୍ଭାଇଭର୍‌ ଚଳାଉଛନ୍ତି।

ଉକ୍ତ କାଫେର ନାମ ‘ସିରୋଜ’। ଏପରି ନାମକରଣ ପଛରେ ‘ସି(ସେ) ଏବଂ ହିରୋଜ୍‌(ହିରୋମାନଙ୍କ)ର ମିଶ୍ରଣ ରହିଛି। ଏହି କାଫେକୁ ୭ରୁ ଅଧିକ ଏସିଡ୍‌ ଆଟାକ୍‌ ସର୍ଭାଇଭର୍‌ ମିଶି ଚଳାଉଛନ୍ତି। ସେମାନେ ଜୀବନର ସବୁଠାରୁ କଠିନ ସମୟ ସହ ଲଢ଼ି ନିଜକୁ ଶକ୍ତିଶାଳୀ କରିଛନ୍ତି। ଏବେ କିନ୍ତୁ ଝିଅମାନେ ସମସ୍ତଙ୍କ ଭଳି କଠିନ ପରିଶ୍ରମ କରି ନିଜ ଘର ଚଳାଉଛନ୍ତି।

‘ଶିରୋଜ ହ୍ୟାଙ୍ଗଆଉଟ୍‌’ର ପିଆର୍‌ଓ ଅଜୟ ତୋମାର କହିଛନ୍ତି, ଏସିଡ ଆକ୍ରମଣରୁ ବର୍ତ୍ତି ଯାଇଥିବା ଝିଅମାନଙ୍କୁ ସାହାଯ୍ୟ କରିବାରେ ନୋଏଡା ପ୍ରାଧିକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନୋଏଡା କର୍ତ୍ତୃପକ୍ଷ ତାଙ୍କୁ ସେକ୍ଟର ୨୧ ଅଞ୍ଚଳରେ ଥିବା ଷ୍ଟାଡିୟମ୍‌ର ଏକ ସ୍ଥାନ ଦେଇଥିଲେ। କର୍ତ୍ତୃପକ୍ଷଙ୍କ ବ୍ୟତିତ ଛାଓଁ ଫାଉଣ୍ଡେସନ ତାଙ୍କୁ ସାହାର୍ଯ୍ୟ କରିଥିଲା। ଏହାଛଡ଼ା ସେ ବିଭିନ୍ନ ଏନ୍‌ଜିଓ ମାଧ୍ୟମରେ ସମୟ ସମୟରେ ସାମାଜିକ ଏବଂ ଅର୍ଥନୈତିକ ସହଯୋଗ ପାଉଛନ୍ତି।

୨୦୧୪ରେ ଆଗ୍ରାରୁ ଏହି କାଫେ ଆରମ୍ଭ ହୋଇଥିଲା। ଏହାପରେ ୨୦୧୬ରେ ଲକ୍ଷ୍ନୌ, ୨୦୨୧ରେ ନୋଏଡାରେ ଅନ୍ୟ କାଫେ ଖୋଲାଯାଇଥିଲା। ନୋଏଡାରେ କାଫେ ଚଳାଉଥିବା ସର୍ଭାଇଭର୍‌ଙ୍କ ମଧ୍ୟରେ ହରିୟାଣାର ରିତୁ, ୟୁପିର ନଗମା, ଓଡ଼ିଶାର ମାନିନି ପ୍ରମୁଖ ଅଛନ୍ତି। ତେବେ ଏହି କାଫେର ଅନ୍ୟତମ ପ୍ରତିଷ୍ଠାତା ଆଶିଷ ଶୁକ୍ଳା କହିଛନ୍ତି, ଏସିଡ ଆକ୍ରମଣରେ ସର୍ଭାଇଭ୍‌ କରିଥିବା ଲୋକଙ୍କ ପାଇଁ ସରକାରଙ୍କ ପୃଥକ ଯୋଜନା ରହିବା ଆବଶ୍ୟକ। ଘଟଣା ପରେ ପୀଡ଼ିତାଙ୍କୁ ସଠିକ୍‌ ପରାମର୍ଶ, ଅଧ୍ୟୟନ ଏବଂ ଭବିଷ୍ୟତ ବିଷୟରେ ଆଲୋଚନା କରାଯିବା ଉଚିତ। ଏହାଛଡ଼ା ପ୍ରଶାସନ ପକ୍ଷରୁ ସମୟ ସମୟରେ ବଜାରରେ ଏସିଡର ଯାଞ୍ଚ କରିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri