Posted inଜାତୀୟ

୩ଶହ ଟଙ୍କା ପାଇଁ ବଡ଼ ଭାଇ ନେଲା ଜୀବନ

ଭୋପାଳ,୧୬।୧୨: କୁହାଯାଏ ଭାଇ ଭାଇଠାରୁ କେହି ମିତ୍ର ନାହିଁ ଭାଇ ଭାଇଠାରୁ କେହି ଶତ୍ରୁ ନାହିଁ। କିଛି ଏଭଳି ଉକ୍ତିର ପ୍ରମାଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବୈତୁଲରେ। ବୈତୁଲରେ ୩ଶହ ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ହେବା ଯୋଗୁ ବଡ଼ ଭାଇ ସାନ ଭାଇଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ। ସୂଚନାଯୋଗ୍ୟ, କୋତଓ୍ବାଲି ଥାନା ଅଞ୍ଚଳର କୁପ୍ପା ଗ୍ରାମରେ ରହୁଥିବା ୩୬ବର୍ଷୀୟ ସୁମନ ସିଂହ କାକୋଡିଆ ଓ ତାଙ୍କ ବଡ଼ ଭାଇ ରମେଶ କାକୋଡିଆଙ୍କ ମଧ୍ୟରେ ବୁଧବାର ରାତିରେ ୩ଶହ ଟଙ୍କାକୁ ନେଇ ବିବାଦ ହୋଇଥିଲା। ଏହି ବିବାଦ ଏତେ ବଢ଼ିଯାଇଥିଲା ଯେ, ଦୁଇ ଭାଇଙ୍କ ମଧ୍ୟରେ ମାରପିଟ୍‌ ଆରମ୍ଭ ହୋଇଯାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ଼ ଭାଇ ରମେଶ ସାନ ଭାଇ ସୁମନଙ୍କ ମୁଣ୍ଡକୁ ଏକ ପାଇପରେ ଆକ୍ରମଣ କରିଥିଲେ। ଗୁରୁବାର ଭୋରରୁ ଘରେ ଶୋଇବା ଅବସ୍ଥାରେ ସୁମନଙ୍କ ମୃତ୍ୟୁ ହୋଇଥିଲା। ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେବା ସହ ତାଙ୍କ ମୃତ୍ୟୁ ପାଇଁ ରମେଶ ଦାୟୀ ବୋଲି ଅଭିଯୋଗ କରିଛନ୍ତି। ଖବର ପାଇ ପାଢ଼ର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରିବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପଟେ ଏହି ଘଟଣା ଘଟିବା ପରେ ରମେଶ ଫେରାର ଥିବା ବେଳେ ପୋଲିସ ତାଙ୍କୁ ଖୋଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ସର୍ବାଧିକ ୧୭,୨୯୬ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ମୃତ୍ୟୁ ସଂଖ୍ୟା ୧୫ହଜାର ଟପିଲା

ନୂଆଦିଲ୍ଲୀ,୨୬।୬: ଦେଶରେ ଲକ୍‌ଡାଉନ୍‌ ଖୋଲିବାର ୨୫ ଦିନ ବିତିଯାଇଛି। ଇତି ମଧ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ...

୨୧ ବର୍ଷ ବୟସ୍କା କଲେଜ ଛାତ୍ରୀ ହେବେ ମେୟର

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଜଣେ ୨୧ ବର୍ଷ ବୟସ୍କା କଲେଜ ଛାତ୍ରୀ ମେୟର ହେବାକୁ ଯାଉଛନ୍ତି। ଷ୍ଟୁଡେଣ୍ଟ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆର କର୍ମୀ ଭାବେ କାର୍ଯ୍ୟ କରୁଥିବା...

୪ ଆତଙ୍କବାଦୀ ନିପାତ

ଶ୍ରୀନଗର,୧୯।୧୧: ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁରୁବାର ହୋଇଥିବା ଗୁଳି ବିନିମିୟରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ଆତଙ୍କବାଦୀ...

ହୋଟେଲ ଛାଡିବେ ବିଧାୟକ

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭାରେ ଉଦ୍ଧବ ଠାକରେଙ୍କ ସରକାର ଆସ୍ଥା ଭୋଟରେ ଜିତିବା ପରେ ରବିବାର ମଧ୍ୟ ବାଚସ୍ପତି ନିର୍ବାଚନ ସରିଛି। ଏଥିରେ କଂଗ୍ରେସ ନେତା ନାନା...

ଜି-୨୩ ବା ୨୪ କିଛି ନାହିଁ, ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ଗୋଟିଏ: ବିରପ୍ପା ମୋଇଲି

ନୂଆଦିଲ୍ଲୀ,୫ ।୩: କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଜି-୨୩କୁ ନେଇ ବରିଷ୍ଠ ନେତା ବିରପ୍ପା ମୋଇଲି ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସରେ...

କରୋନା ସଂକ୍ରମଣ ରୋକିବ ହୋମିଓପ୍ୟାଥି ଔଷଧ ‘ଆର୍ସେନିକ୍‌ ଅଲବୁମ୍‌-୩୦’: ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏଡଭାଇଜରି ଜାରି

ଜୟପୁର,୩।୨: ସାରା ପୃଥିବୀରେ କରୋନା ଭୁତାଣୁ ସଂକ୍ରମଣ ନେଇ ଆତଙ୍କ ଖେଳି ଯାଇଛି। ଇତିମଧ୍ୟରେ ଭାରତର କେରଳରେ ୨ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି।...

ନାସା ଯିବେ ୩ ଭାରତୀୟ ଛାତ୍ରୀଛାତ୍ର

ଚେନ୍ନାଇ ୩ ଜଣ ଭାରତୀୟ ଛାତ୍ରୀଛାତ୍ର ଆମେରିକାର ମହାକାଶ ଗବେଷଣା କେନ୍ଦ୍ର (ନାସା) ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି। ସେମାନେ ହେଲେ ତାମିଲନାଡୁର ମଦୁରାଇସ୍ଥିତ ମହାତ୍ମା...

ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୧୯ ।୫: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସନ ମଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଟେରର ପଣ୍ଡିଂ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି...

Advertisement
Archives

Model This Week