ଭିନ୍ନ ଏହି ନେଲ୍‌ ଆର୍ଟ

ଆକର୍ଷଣୀୟ ଲୁକ୍‌ ପାଇବା ପାଇଁ କେବଳ ତ୍ୱଚାର ଯତ୍ନ ନେଲେ ତ ହେବନି ପୂରା ଶରୀରର ଏପରିକି ନଖର ମଧ୍ୟ ଦେଖାଶୁଣା କରିବା ନିହାତି ଜରୁରୀ। ସେଥିପାଇଁ ତ ଯୁବତୀମାନେ ବେଳେବେଳେ ହାତରେ ସୁନ୍ଦର ସୁନ୍ଦର ଆର୍ଟିଫିସିଆଲ୍‌ ନେଲ୍‌ ବା ନଖ ଲଗାଇବା ସହ ନେଲଆର୍ଟ ବି କରାଇଥାନ୍ତି। ହେଲେ ଏଠାରେ ଏମିତି କିଛି ଆର୍ଟିଫିସିଆଲ୍‌ ନେଲ୍‌ ତଥା ନେଲଆର୍ଟ ସମ୍ପର୍କରେ ଉଲ୍ଲେଖ କରାଯାଉଛି, ଯାହା ନଖକୁ ଆକର୍ଷଣୀୟ ଲୁକ୍‌ ଦେବା ତ ଦୂର କଥା ଦେଖିବାକୁ ହିଁ ବେଶ୍‌ ଅଜବ ଲାଗିଥାଏ…

କଟ୍‌ଲେରୀ ନେଲ୍‌ଆର୍ଟ: ଚାମଚ, ଛୁରି, କଣ୍ଟାଚାମଚ ଆଦିକୁ ସାଧାରଣତଃ କଟ୍‌ଲେରୀ କୁହାଯାଇଥାଏ। ଏବେ ଏହି ଡିଜାଇନ୍‌ର ନେଲ୍‌ଆର୍ଟ ବି କେତେକ ଯୁବତୀ କରୁଥିବା ଦେଖିବାକୁ ମିଳୁଛି। ସାଧାରଣତଃ ଆର୍ଟିଫିସିଆଲ୍‌ ନେଲ୍‌କୁ କଟ୍‌ଲେରୀର ଶେପ୍‌ ଦେଇ ସେଥିରେ ନେଲ୍‌ ଆର୍ଟ କରାଯିବା ପରେ ଅଠା ସାହାଯ୍ୟରେ ଏହାକୁ ନଖରେ ଲଗାଯାଇଥାଏ। ଏହା ଦେଖିବାକୁ ସିନା ଅଜବ ଲାଗିଥାଏ, କିନ୍ତୁ ବେଳେବେଳେ ଏହା ବ୍ୟବହାର ଯୋଗ୍ୟ ବି ହୋଇଥାଏ।

କାକ୍‌ଟସ୍‌ ନେଲ୍‌ଆର୍ଟ: ଅବିକଳ କାକ୍‌ଟସ୍‌ ଭଳି ଦେଖାଯାଉଥିବା ଆର୍ଟିଫିସିଆଲ୍‌ ନେଲ୍‌ ବି ଏବେ ମିଳିଲାଣି। ଏହାକୁ ଆଣି ଅଠା ସାହାଯ୍ୟରେ ସିଧାସଳଖ ନଖରେ ଲଗାଇପାରିବେ। ନଚେତ୍‌ ନଖରେ କାକ୍‌ଟସ୍‌ ଡିଜାଇନ୍‌ର ନେଲ୍‌ଆର୍ଟ କରି ଭିନ୍ନ ଲୁକ୍‌ ବି ପାଇପାରିବେ।

ସ୍କୃଡ୍ରାଇଭର୍‌ ନେଲ୍‌ଆର୍ଟ: ସତସତିକା ସ୍କୃଡ୍ରାଇଭର୍‌ ଲାଗିଥିବା ଆର୍ଟିଫିସିଆଲ୍‌ ନେଲ୍‌ ବା ନଖକୁ ବି ଅଠା ସାହାଯ୍ୟରେ ହାତ ନଖରେ ଲଗାଇ ଅନେକ କାମ କରିହୋଇପାରିବ। ଅବଶ୍ୟ ଏହା ହାତକୁ ଟିକେ ଫନି ଲୁକ୍‌ ଦେବ କିନ୍ତୁ ଏହାକୁ ବେଶ୍‌ ସାବଧାନତାର ସହ କ୍ୟାରି କରିବାକୁ ପଡ଼ିବ। ନଚେତ୍‌ ଟିକେ ଅସାବଧାନତା ହେଲେ ଏହି ନେଲ୍‌ ଦ୍ୱାରା ଖଣ୍ଡିଆଖାବରା ବି ହୋଇଯାଇପାରେ।

ବଗ୍‌ ନେଲ୍‌ଆର୍ଟ: ବଗ୍‌ ହେଉଛି ଏକପ୍ରକାର ପୋକ। ଯଦି ଅବିକଳ ଏହି ପୋକ ଡିଜାଇନ୍‌ର ଆର୍ଟିଫିସିଆଲ୍‌ ନେଲ୍‌କୁ ଆଣି ନଖରେ ଲଗାଇବା ତା’ହେଲେ ତାହା କେମିତି ଦେଖାଯିବ ଥରେ ଚିନ୍ତା କରନ୍ତୁ ତ! ବେଶ୍‌ ଅଜବ ତ ନିହାତି ଲାଗିବ ତା’ସହ ତାକୁ ଦେଖୁଦେଖୁ ଭୟରେ ଦେହ ଶୀତେଇ ବି ଉଠିବ।

ପ୍ଲାଣ୍ଟ ନେଲ୍‌ଆର୍ଟ: ଅବଶ୍ୟ ଆଜିକାଲି ଅଧିକାଂଶ ଲୋକ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଗଛ ଲଗାଇବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଯଦି ନଖରେ ଗଛ ଲଗାଇବାର ନେଲ୍‌ଆର୍ଟ କରିବା କିମ୍ବା ଗଛ ଡିଜାଇନ୍‌ର ଆର୍ଟିଫିସିଆଲ୍‌ ନେଲ୍‌କୁ ଆଣି ଲଗାଇବା ତା’ହେଲେ ତାହା ଆଖିକୁ ହୁଏତ ସେତେ ଆକର୍ଷଣୀୟ ଲାଗିବ ନାହିଁ। କିନ୍ତୁ ଏବେ ଏହି ଭିନ୍ନ ଟ୍ରେଣ୍ଡର ଚଳଣି ବିଦେଶରେ ବେଶ୍‌ ଚାଲିଥିବା ଦେଖିବାକୁ ମିଳୁଛି।

ମାଉଥ୍‌ ଅର୍ଗାନ୍‌ ନେଲ୍‌ଆର୍ଟ: ଅତି ଛୋଟ ମାଉଥ୍‌ ଅର୍ଗାନ୍‌କୁ ବି ଆପଣ ଚାହିଁଲେ ଅଠା ସାହାଯ୍ୟରେ ନଖରେ ଲଗାଇ ଏକ ଭିନ୍ନ ନେଲ୍‌ଆର୍ଟ କରିପାରିବେ। ଯାହା ଦେଖିବାକୁ ହୁଏତ ଅଜବ ଲାଗିବ କିନ୍ତୁ ବୋରିଂ ସମୟରେ ଆପଣ ଏହି ମାଉଥ୍‌ ଅର୍ଗାନ୍‌କୁ ବଜାଇ ଟିକେ ରିଲାକ୍ସ ଫିଲ୍‌ ବି ତ କରିପାରିବେ।

ଫିଶର୍‌ମ୍ୟାନ୍‌ ନେଲ୍‌ଆର୍ଟ: ମାଛ ଧରାଳିଟିଏ ବସି ମାଛ ଧରୁଥିବାର ନେଲ୍‌ଆର୍ଟ ଦେଖିବାକୁ ସିନା ଟିକେ ନିଆରା ଲାଗେ କିନ୍ତୁ ଏହା ଜଣେ ନେଲ୍‌ ଆର୍ଟିଷ୍ଟଙ୍କର ସୃଜନଶୀଳତାର ଭିନ୍ନ ପରିଚୟ ବି ଦେଇଥାଏ।

ଥୋର୍ନ ନେଲ୍‌ଆର୍ଟ: ଥୋର୍ନ ବା କଣ୍ଟା ଦେହରେ ଫୋଡି ହୋଇଗଲେ ଯେମିତି ଦେଖାଯାଏ ଅବିକଳ ସେହି ଡିଜାଇନ୍‌ର ନେଲ୍‌ଆର୍ଟ ବି ଆପଣ ଚାହିଁଲେ ନଖରେ କରିପାରିବେ। କିନ୍ତୁ ଏହା ଦେଖିବାକୁ ଟିକେ ଲୋମ ଟାଙ୍କୁରା ହୋଇଥାଏ।

ବେବି ବଟଲ୍‌ ନେଲ୍‌ଆର୍ଟ: ଛୋଟ ପିଲାମାନେ ପିଉଥିବା କ୍ଷୀର ବୋତଲ ଡିଜାଇନ୍‌ର ନେଲ୍‌ଆର୍ଟ ବି ଦେଖିବାକୁ ବେଶ୍‌ ଅଜବ ଲାଗେ। କିନ୍ତୁ ଏହା କିଛିଲୋକଙ୍କୁ ବି ଆକର୍ଷିତ କରିଥାଏ।

କେବଳ ଏତିକି ନୁହେଁ, ସତସତିକା ଛୋଟ ଛୋଟ ଶାମୁକା ଓ ଶଙ୍ଖ, ଦାନ୍ତଘଷା ବ୍ରଶ ଡିଜାଇନ୍‌, ଇୟରଫୋନ୍‌ ଡିଜାଇନ୍‌ ତଥା ରାକ୍ଷସଙ୍କ ନଖ ଭଳି ଦେଖାଯାଉଥିବା ଆର୍ଟିଫିସିଆଲ୍‌ ନେଲ୍‌ କିମ୍ବା ନେଲ୍‌ଆର୍ଟରେ ବି ଆପଣ ଚାହିଁଲେ ଆପଣଙ୍କ ହାତର ନଖକୁ ଡିଜାଇନ୍‌ କରି ଟିକେ ଭିନ୍ନ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍‌ ଶନିବାର ଠାରୁ...

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ

ଜି.ଉଦୟଗିରି,୨୭।୧୨(ଚିନ୍ମୟ କୁମାର ସେଠୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଲୋକ ମହୋତ୍ସବ: ପାରମ୍ପରିକ ନୃତ୍ୟରେ ଝୁମିଲେ ଦର୍ଶକ

କେସିଙ୍ଗା, ୨୮ା୧୨ (ତୁମେଶର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସହର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri