Posted inଫୁରସତ

ପ୍ରେମିକାଙ୍କୁ ପ୍ରଭାବିତ କରିବା ପାଇଁ ଯୁବକମାନଙ୍କୁ କୋଚିଂ ଦେଉଛନ୍ତି ଏହି ମଡେଲ୍‌: ଏକ ଘଣ୍ଟା ପାଇଁ ଫି’ ରହିଛି…

କଟରେ ଭାଲେଣ୍ଟାଇନ୍ସ ସପ୍ତାହ ସରିଛି। ଏହି ସମୟରେ ପ୍ରେମିକା-ପ୍ରେମିକମାନେ ପରସ୍ପରକୁ ଉପହାର ଦେବା ସହ ନିଜ ପ୍ରେମକୁ ପ୍ରକାଶ କରିଥିଲେ। କିଛି ଜଣ ପ୍ରେମିକ କିମ୍ବା ପ୍ରେମିକା ନ ଥିବାରୁ ମନ ଦୁଃଖ କରିଥିଲେ। ଏମିତି କିଛି ଯୁବକ କିମ୍ବା ଯୁବତୀ ଯଦି କାହାକୁ ମନ ଦେବାକୁ ଚାହୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଟ୍ୟୁସନ୍‌ ହେବାକୁ ପଡିବ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜଣେ ବ୍ରିଟିଶ ମଡେଲ ଡେଟିଂ ପାଇଁ କୋଚିଂ ଦେଉଛନ୍ତି। ସେ ଝିଇମାନଙ୍କୁ ପୁଅମାନେ କିପରି ପ୍ରଭାବିତ କରିବେ ସେନେଇ ଟିପ୍ସ ଦେଉଛନ୍ତି। କୋଚିଂ ପାଇଁ ମଡେଲ୍‌ ଜଣଙ୍କ ଘଣ୍ଟାକୁ ଫି’ ଭାବରେ ୩୦ ହଜାର ଟଙ୍କା ଚାର୍ଜ କରନ୍ତି।
କେଜିଆ ନୋବେଲ ନାମକ ଏହି ମଡେଲ ଡେଟିଂ ପାଇଁ ଆକର୍ଷଣୀୟ ଟିପ୍ସ ଦେଇଥାନ୍ତି। କେଜିଆ ୧୫ ବର୍ଷ ବୟସରେ ତାଙ୍କ ସ୍କୁଲ ପାଠପଢା ଛାଡିଦେଇଥିଲେ। ସେ ଏବେ ନିଜ କାମକୁ ବହୁତ ଉପଭୋଗ କରନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଏଥିରୁ ବହୁତ ରୋଜଗାର କରନ୍ତି। ୨୦୦୬ ମସିହାରେ କେଜିଆ ଲଣ୍ଡନର ଏକ ବାରରେ ବସିଥିଲେ। ଏହି ସମୟ ମଧ୍ୟରେ, ଏପରି କୋଚିଂର ଚିନ୍ତା ତାଙ୍କ ମନକୁ ଆସିଲା। ସେତେବେଳେ ତାଙ୍କୁ ୨୫ ବର୍ଷ ହୋଇଥିଲା। ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସି ପଚାରିଲେ ଯେ ସେ ସିଙ୍ଗ୍‌ଲ ପୁଅମାନଙ୍କୁ ମହିଳାଙ୍କା କେମିତି କଥାବାର୍ତ୍ତା କରିବେ କିଛି ମତାମତ ଦେଇପାରିବେ କିଛି। ଏହି ବ୍ୟକ୍ତି ଜଣକ ବୁଟକ୍ୟାମ୍ପର ଅଂଶ ଥିଲେ। ବୁଟକ୍ୟାମ୍ପରେ ପୁଅମାନଙ୍କୁ ଝିଅଙ୍କ ସହିତ କଥାବାର୍ତ୍ତା କରିବାକୁ ତାଲିମ ଦିଆଯାଏ। ଏହି ସମୟରେ, କେଜିଆ ମଧ୍ୟ ଜାଣିବାକୁ ପାଇଲେ ଯେ ବ୍ୟକ୍ତିଗତ ବିକାଶ କ୍ଷେତ୍ରରେ ମହିଳାଙ୍କ ଅଭାବ ରହିଛି। ଏହାପରେ କେଜିଆ ନିଜର ଏହି ଅନନ୍ୟ ବ୍ୟବସାୟ ଆରମ୍ଭ କରିଥିଲେ।
କେଜିଆ ଏକ ୟୁଟ୍ୟୁବ ଚ୍ୟାନେଲ ଚଲାନ୍ତି। ଏଠାରେ ତାଙ୍କୁ ୪ ଲକ୍ଷରୁ ଅଧିକ ସବ୍‌ସ୍ରାଇବର୍‌ ଅଛନ୍ତି। କେବଳ ଏତିକି ନୁହେଁ, ସେ ଏଥିରେ ୨୫ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଲୋକମାନେ ଡେଟିଂ କର୍ମଶାଳାର ଆୟୋଜନ କରନ୍ତି। ଏପର୍ଯ୍ୟନ୍ତ କେଜିଆ ଏହି ଅନନ୍ୟ ବ୍ୟବସାୟରୁ ୧୦ କୋଟି ଟଙ୍କା ରୋଜଗାର କରିଛି। ସେ ଏକ ଘଣ୍ଟା କୋଚିଂ ପାଇଁ ୩୦ ହଜାର ଟଙ୍କା ଆଦାୟ କରନ୍ତି। କରୋନା ମହାମାରୀ ସମୟରେ ସେ ଅନଲାଇନରେ ନିଜର ପାଠ୍ୟକ୍ରମ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କେଜିଆ ନିଜେ ଛାଡପତ୍ର ପାଇଛନ୍ତି ଏବଂ ତାଙ୍କର ୬ ବର୍ଷର ପୁଅ ଅଛି।

 

View this post on Instagram

 

A post shared by Kezia Noble (@kezianoble18)


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri