ପ୍ରତ୍ୟାଖ୍ୟାତ ରକ୍ତଗୋଲାପର ଇତିକଥା

ସୁପ୍ରଭା ବେହେରା

ଥିଲା ଜଣେ ଦର୍ଶନର ଛାତ୍ର। ସେହି ଯୁବକଙ୍କର ତାଙ୍କ ପ୍ରଫେସରଙ୍କ ଝିଅ ପ୍ରତି ପ୍ରେମ ଭାବ ଜାଗ୍ରତ ହେଲା। ସେ ସେହି ଝିଅଟିକୁ ପ୍ରେମ ନିବେଦନ କଲେ। ତା’ ସହ ନାଚିବାକୁ କହିଲେ। କିନ୍ତୁ ଝିଅଟିର ଥିଲା ଅଜବ ଜିଦ୍‌। ତାକୁ ଦରକାର ଥିଲା ଗୋଟିଏ ନାଲି ଗୋଲାପ। ଯୁବକଟିକୁ କିନ୍ତୁ ନାଲି ଗୋଲାପ କେଉଁଠି ମିଳୁ ନ ଥିଲା। ସତରେ କ’ଣ ଗୋଟିଏ ନାଲି ଗୋଲାପ ପାଇଁ ତା’ ହୃଦୟର ପ୍ରେମ ବୃଥା ଯିବ? ଦୁଃଖରେ ସେ ଭାଙ୍ଗି ପଡ଼ିଲା। ଏକଥା ଦେଖୁଥିଲା ଗଛ ଉପରେ ବସିଥିବା ଗୋଟିଏ ବୁଲ୍‌ବୁଲ୍‌ ପକ୍ଷୀ। ଯୁବକଟିର ପ୍ରେମସିକ୍ତ ହୃଦୟର ଅକୁହା ବେଦନାରେ ଭିଜିଗଲା ପକ୍ଷୀର ହୃଦୟ। ସେଠାରେ ଉଡ଼ି ବୁଲୁଥିବା ପ୍ରଜାପତି ଓ ଗଛ ଡାଳରୁ ଉଙ୍କି ମାରୁଥିବା ଝିଟିପିଟିକୁ କିନ୍ତୁ ଏସବୁ ପିଲାଳିଆମୀ ଲାଗିଲା। ପକ୍ଷୀଟି କିନ୍ତୁ ମନସ୍ଥ କଲା, ସେ ଯେଉଁଠୁ ବି ହେଉ, ଯୁବକଟି ନିମନ୍ତେ ନାଲି ଗୋଲାପ ଆଣିବ। ଉଡ଼ି ବୁଲିଲା ଏଠାରୁ ସେଠାକୁ। ସବୁଠି ନିରାଶାର ତପ୍ତ ବାଲିରେ ଝାଉଁଳିଯାଉଥିବା ଆଶାର କ୍ଷୀଣ ଧାରକୁ ହଠାତ୍‌ ରାହା ମିଳିଲା ଯେମିତି। ସନ୍ଧାନ ମିଳିଲା। ସ୍ଥାନଟି ଥିଲା ସେହି ଯୁବକର ଝରକା ପଛପାଖ । ଗଛଟି ବରଫପାତରେ ଜରାଜୀର୍ଣ୍ଣ ହୋଇଯାଇଥିଲା। ତାହାର ଶାଖା ପ୍ରଶାଖରେ ଯେ ନାଲି ଗୋଲାପ ଫୁଟିବ, ଏହା ଦୂର ଆକାଶର ସ୍ବପ୍ନ ପରି ଅହେତୁକ ଥିଲା। ପକ୍ଷୀଟି ଗଛ ନିକଟରେ ଖୁବ୍‌ ନେହୁରା ହେଲା ଫୁଲଟିଏ ପାଇଁ। ଶେଷରେ ଗଛଟି ଗୋଟିଏ ଉପାୟ କହିଲା। ଗୋଟିଏ ପୂର୍ଣ୍ଣମୀ ରାତିର ରୁପା ରଙ୍ଗରେ ଯେତେବେଳେ ସାରା ସହର ଭିଜୁଥିବ,ଠିକ୍‌ ସେତିକି ବେଳେ ପକ୍ଷୀଟି ତାହାର ସୁମଧୁର କଣ୍ଠରେ ସାରା ରାତି ଗୀତ ଗାଇବ। ଆଉ ଗୀତ ଗାଇବା ବେଳେ ତାହାର ହୃଦୟଟି ଗୋଲାପ କଣ୍ଟାରେ ବିଦ୍ଧ ହୋଇରହିବ।
ରାତିର ଆୟୁଷ ବଢ଼ିଚାଲିଲା। ବଢ଼ି ଚାଲିଲା ଶୂନ୍‌ଶାନ୍‌ ପଣ। ପକ୍ଷୀଟିର କରୁଣ ସଙ୍ଗୀତ ରାତିର ଶୂନ୍‌ଶାନ୍‌ ପଣକୁ ଚିରିପକାଇଲା। ରାତିର ଗଭୀରତା ମଧ୍ୟ ବଢ଼ି ଚାଲିଲା। ସେହି ଗଭୀରତାଠାରୁ ଆହୁରି ଗଭୀର ହେଲା କ୍ଷତ। ଗୋଲାପର ତୀକ୍ଷ୍‌ଣ କଣ୍ଟା ବିଦ୍ଧହେଲା ପକ୍ଷୀର କୋମଳ ହୃଦୟରେ। ଆଉ କୋମଳ ହୃଦୟର ରକ୍ତ ସବୁ ସଞ୍ଚରି ଗଲା ଗୋଲାପ ଗଛର ଶାଖାପ୍ରଶାଖାରେ। ସକାଳର ସୂରୁଯ ଆଉ ପକ୍ଷୀଟି ଦେଖି ପାରିଲା ନାହିଁ। କିନ୍ତୁ ତାହାର ତ୍ୟାଗର ଫଳ ରୂପାନ୍ତରିତ ହୋଇଯାଇଥିଲା ରକ୍ତ ରଙ୍ଗର ନାଲି ଗୋଲାପରେ। ଯୁବକଟି ସକାଳୁ ଉଠି ସଦ୍ୟ ପ୍ରସ୍ଫୁଟିତ ନାଲି ଗୋଲାପକୁ ଦେଖି ଖୁସି ହୋଇଯାଇଥିଲା। ଆତ୍ମହରା ହୋଇ ଗଛରୁ ନାଲି ଗୋଲାପଟିକୁ ତୋଳି ଧରି ଧାଇଁଲା ସେହି ଯୁବତୀ ପାଖକୁ। କିନ୍ତୁ ଯୁବତୀ ପାଖରେ ନାଲି ଗୋଲାପର ଆଉ କୌଣସି ମୂଲ୍ୟ ନ ଥିଲା। କାହିଁକି ନା ଜଣେ ଧନୀ ଶ୍ରେଣୀର ଯୁବକଠାରୁ ସେ ଉପହାର ରୂପରେ ଖୁବ୍‌ ମୂଲ୍ୟବାନ୍‌ ଅଳଙ୍କାର ପାଇଥିଲା। ସେ ସେହି ନାଲି ଗୋଲାପଟିକୁ ରାସ୍ତାକଡ଼ ନାଳକୁ ପିଙ୍ଗି ଦେଲା। ଏହି ଗଳ୍ପଟି ପ୍ରଖ୍ୟାତ ଲେଖକ ଓସ୍କାର ୱାଇଲ୍ଡ ଙ୍କ ‘ଦ ନାଇଟ ଏଙ୍ଗେଲ୍ସ ଆଣ୍ଡ୍‌ ଦ ରେଡ୍‌ ରୋଜ୍‌’ ର ପଟ୍ଟକଥା।
ଏହି ସମସ୍ତ ଧାରା ପ୍ରେମର ବାରିଧାରାରେ ସିକ୍ତ। ପୁଣି ପ୍ରେମରେ ପଲ୍ଲବିତ ସମସ୍ତ ସୃଷ୍ଟି। ସେ ଫୁଲକଢ଼ିଟିଏ ହେଉ ଅବା କଅଁଳା ପକ୍ଷୀର ଖଣ୍ଡିଉଡ଼ା ,କୁନି ଶିଶୁର ଦରୋଟି ହସ ସବୁଥିରେ ପ୍ରେମର ସାକ୍ଷର। ପ୍ରେମ ଏକ ଈଶ୍ବରୀୟ ବରଦାନ। ପ୍ରେମ ଶାଶ୍ୱତ। ପ୍ରେମ ସର୍ତ୍ତହୀନ। ସେ ଦେବାନେବାର ହିସାବ ରଖେ ନାହିଁ। ଦୁଇଟି ହୃଦୟକୁ ଯୋଡୁଥିବା ରଜ୍ଜୁର ନାମ ହେଉଛି ପ୍ରେମ। ପ୍ରେମ ଆଶା, ପ୍ରତ୍ୟାଶା ରଖେ ନାହିଁ। ନ ଥାଏ ଦୂରତା କିମ୍ବା ହରାଇବାର ଭୟ। ନ ହେଲେ ଯୋଜନ ଯୋଜନ ଥିବା ଦୂର ଆକାଶର ଚାନ୍ଦ ପାଇଁ କୁମୁଦିନୀ ଝୁରି ହୁଅନ୍ତା ନାହିଁ। ଚାକୋର ଅପେକ୍ଷା କରନ୍ତା ନାହିଁ ଚକୋରୀ ପାଇଁ।
ଏବେ ସାରା ବିଶ୍ୱ ପ୍ରଦୂଷଣମୟ। ସବୁଆଡ଼େ ପ୍ରଦୂଷଣର ବିକଟ ଗନ୍ଧ। ଏଥିରୁ ସମ୍ପର୍କର ପ୍ରଦୂଷଣ ଅବା ବାଦ୍‌ ପଡ଼ିବ କେମିତି? ମାଟି, ପାଣି, ବାୟୁ ଯେପରି ମନୁଷ୍ୟର ମୌଳିକ ଆବଶ୍ୟକତା, ସମ୍ପର୍କ ମଧ୍ୟ ବଞ୍ଚିବା ପାଇଁ ଏକ ଆବଶ୍ୟକ ଉପାଦାନ। ଏହି ସମ୍ପର୍କ ମଧ୍ୟରେ ସବୁଠାରୁ ଯେଉଁ ସମ୍ପର୍କଟି ବେଶି ପ୍ରଦୂଷିତ, ତାହା ହେଉଛି ପ୍ରେମ ସମ୍ପର୍କ। ଆଜିର ଯୁବକଯୁବତୀ ଅନଳକୁ ଦେଖି ପତଙ୍ଗ ଯେସନେ, ଧାବମାନ ସେ ସମ୍ପର୍କ ଆଡ଼କୁ। ଯେଉଁଠି ନିଜର କାମନା ବାସନା ଚରିତାର୍ଥ ମୂଳ ଲକ୍ଷ୍ୟ ହୋଇ ପଡିଛି। ଦୈହିକ ସମ୍ପର୍କ, ଅର୍ଥ ଲୋଭ ଇତ୍ୟାଦି ସମ୍ପର୍କକୁ ନିମ୍ନଗାମୀ କରାଉଛି। ସେହି ସବୁ ଲକ୍ଷ୍ୟ ପୂରଣ ପରେ ପ୍ରେମ ଅର୍ଥହୀନ ହୋଇଯାଉଛି, ଯାହାର ଫଳାଫଳ ପ୍ରତ୍ୟହ ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି। କେଉଁଠି କିଏ ପ୍ରେମିକାକୁ ତିରିଶ ଖଣ୍ଡ କରି କାଟି ଫ୍ରିଜ୍‌ରେ ରଖିଲାଣି, ପୁଣି କିଏ ପ୍ରେମିକକୁ ପଥରରେ ଛେଚି ହତ୍ୟାକଲାଣି। କିଏ ପ୍ରେମ ନାମରେ କାହାଠାରୁ ଟଙ୍କା ପଇସା ଲୁଟି ନେଲାଣି ତ କିଏ ପୁଣି ଏସିଡ୍‌ ଫିଙ୍ଗି କାହାକୁ ବିକୃତ କଲାଣି। ପ୍ରତ୍ୟହ ନୂତନ ପରିକଳ୍ପନାରେ ହତ୍ୟା, ଠକେଇ, ପ୍ରତାରଣା। ଏହାର କୁପ୍ରଭାବ ଏମିତି କାୟା ବିସ୍ତାର କଲାଣି ଯେ ସୁସ୍ଥ ସାମାଜିକ ଚଳଣିର ପରିକଳ୍ପନା ତାସଘର ଭଳି ଭୁଶୁଡ଼ିବାକୁ ଲାଗିଲାଣି। ବିଶ୍ବାସ ଓ ଭଲପାଇବା ସମ୍ପର୍କର ଦୋଛକିରେ ରାହା ଧରି କାନ୍ଦିଲେଣି। ଓସ୍କାର ୱାଇଲ୍ଡଙ୍କ ଗଳ୍ପର ସେଇ ପ୍ରତ୍ୟାଖ୍ୟାତ ନାଲି ଗୋଲାପଟି ଏବେ ମଧ୍ୟ ପ୍ରେମର ସାତସୁରକୁ ଗାଉଛି। କିନ୍ତୁ ସେଇ ସ୍ବରରେ ତ୍ୟାଗ, ବିଶ୍ବାସ, ନିଷ୍ଠା, ଧୈଯ୍ୟ, ଭଲପାଇବା, ପରସ୍ପର ପ୍ରତି ସମ୍ମାନ ଓ ଅଙ୍ଗୀକାରବଦ୍ଧତା ରହିବା ଏକାନ୍ତ ଆବଶ୍ୟକ।
ମୁକୁନ୍ଦପୁର, ତିହିଡି, ଭଦ୍ରକ
ମୋ: ୯୦୪୦୩୬୦୨୫୯


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri