ଇରାନ୍‌ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ହୋଇଛି ଏତେ ଡଲାର, ଜାଣିଲେ ହୋଇଯିବେ ତାଜୁବ

ୱାଶିଂଟନ, ୨୩ା୭: ଇରାନ୍‌ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ଏପର୍ଯ୍ୟନ୍ତ ପ୍ରାୟ ୩୭.୫ ବିଲିୟନ ଡଲାର (ପ୍ରାୟ ୩.୧ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହୋଇସାରିଛି। ଆମେରିକା ପ୍ରତିରକ୍ଷା ସଚିବ ପିଟ୍‌ ହେଗ୍‌ସେଥ କଂଗ୍ରେସ (ସଂସଦ)ର ସାଂସଦମାନଙ୍କ ଆଗରେ ଏହି ତଥ୍ୟ ରଖିବା ସହ ଯୁଦ୍ଧ ପରିଚାଳନା ପାଇଁ ଅଧିକ ବଜେଟ ମଞ୍ଜୁର କରିବାକୁ ଅନୁରୋଧ କରିଛନ୍ତି। ଆସନ୍ତା ନଭେମ୍ବରରେ ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହି ଯୁଦ୍ଧ ଓ ଏହାର ବର୍ଦ୍ଧିତ ଆର୍ଥିକ ବୋଝକୁ ନେଇ ଆମେରିକା ସାଂସଦମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସଂସଦୀୟ ଶୁଣାଣି ସମୟରେ ହେଗ୍‌ସେଥ୍‌ ଜଣାଇଛନ୍ତି ଯେ, ଏହି ୩୭.୫ ବିଲିୟନ ଡଲାର ମଧ୍ୟରେ ଯୁଦ୍ଧର ବର୍ତ୍ତମାନର ଖର୍ଚ୍ଚ ସହ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଆନୁମାନିକ ବ୍ୟୟ ମଧ୍ୟ ସାମିଲ ରହିଛି। ଗତ ମାସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇରାନ୍‌ ସଂଘର୍ଷ ପାଇଁ ଅତିରିକ୍ତ ୯୦ ବିଲିୟନ ଡଲାରର ବଜେଟ ଦାବି କରିଥିଲେ। ଅନ୍ୟପକ୍ଷରେ ୨୦୨୭ ପାଇଁ ପେଣ୍ଟାଗନ ମୋଟ ୧.୫ ଟ୍ରିଲିୟନ ଡଲାର ବଜେଟ ମଞ୍ଜୁର କରିବାକୁ ସଂସଦକୁ ନିବେଦନ କରିଛି।
ଗତ ଫେବୃଆରୀ ୨୮ରୁ ଆମେରିକା ଓ ଇସ୍ରାଏଲ ଦ୍ୱାରା ଇରାନ୍‌ ଉପରେ ବୋମାବର୍ଷଣ ଆରମ୍ଭ ହେବା ଦିନଠାରୁ ଟ୍ରମ୍ପ୍‌ ସରକାର ଯୁଦ୍ଧ ନୀତି ସମ୍ପର୍କରେ ସଂସଦକୁ ଅବଗତ କରାଉନାହାନ୍ତି ବୋଲି ଉଭୟ ରିପବ୍ଲିକାନ ଓ ଡେମୋକ୍ରାଟିକ ସାଂସଦମାନେ ଅଭିଯୋଗ କରିଛନ୍ତି। ଆପ୍ରୋପ୍ରିଏସନ୍ସ କମିଟିର ବରିଷ୍ଠ ଡେମୋକ୍ରାଟ୍‌ ସାଂସଦ ପାଟି ମୁରେ ପ୍ରଶ୍ନ ଉଠାଇଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ୍‌ କ୍ରମାଗତ ଭାବେ ଯୁଦ୍ଧକୁ ଆହୁରି ଭୟାନକ ରୂପ ଦେବା ସହ ସାଧାରଣ ନାଗରିକଙ୍କ ଆବଶ୍ୟକ ଭିତ୍ତିଭୂମି ଉପରେ ଆକ୍ରମଣର ଧମକ ଦେଉଛନ୍ତି, ଯାହା ଏକ ଯୁଦ୍ଧ ଅପରାଧ ସହ ସମାନ।
କଂଗ୍ରେସର ପ୍ରତିନିଧି ସଭା (ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ) ଏବଂ ସିନେଟ୍‌ରେ ରିପବ୍ଲିକାନ ପାର୍ଟିର ସାମାନ୍ୟ ବହୁମତ ଥିବାରୁ ଏହି ନୂତନ ବଜେଟ ବିଲ୍‌ ପାସ୍‌ କରିବା ପାଇଁ ସରକାରଙ୍କୁ ଡେମୋକ୍ରାଟିକ୍‌ ସାଂସଦମାନଙ୍କ ସମର୍ଥନ ଆବଶ୍ୟକ। ସାଂସଦ କିର୍ଷ୍ଟେନ ଗିଲିବ୍ରାଣ୍ଡ ପ୍ରଶ୍ନ କରିଛନ୍ତି ଯେ, ଯୁଦ୍ଧ ଶେଷ ହେବା ନେଇ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ବକ୍ତବ୍ୟ ଓ ବାସ୍ତବ ସ୍ଥିତି ମଧ୍ୟରେ କୌଣସି ତାଳମେଳ ରହୁନାହିଁ, ଯାହା ନାଗରିକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରୁଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?