୨୦୨୫ରେ ଭାରତର ଏହି ରାଜ୍ୟରେ ବିକ୍ରି ହେଲା ସବୁଠୁ ଅଧିକ ମଦ, ଓଡ଼ିଶାରେ ଆଖିଦୃଶିଆ ଅଭିବୃଦ୍ଧି

ମୁମ୍ବାଇ,୨୮ା୯: ଭାରତରେ ନିର୍ମିତ ବିଦେଶୀ ମଦ (IMFL) ବିକ୍ରିରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଆଧିପତ୍ୟ ବଜାୟ ରଖିଛନ୍ତି। ଅର୍ଥନୈତିକ ବର୍ଷ ୨୦୨୫ (FY25)ରେ ଦକ୍ଷିଣ ଭାରତ ସମୁଦାୟ ଦେଶୀୟ ଆୟର ୫୮% ଅଂଶ ଅର୍ଜନ କରିଛି, ଯେଉଁଥିରେ କର୍ଣ୍ଣାଟକ ୧୭% ଅଂଶ ସହିତ ଜାତୀୟ ସ୍ତରରେ ଶୀର୍ଷ ସ୍ଥାନରେ ରହିଛି। କନଫେଡେରେସନ ଅଫ ଇଣ୍ଡିଆନ ଆଲକୋହଲିକ ବେଭରେଜ କମ୍ପାନୀଜ (CIABC) ର ତଥ୍ୟ ଅନୁଯାୟୀ, ଓଡ଼ିଶା ଏହି ତାଲିକାରେ ପଛରେ ରହି ପୂର୍ବ ଭାରତରେ ୦.୯୮ କୋଟି କେସ ସହିତ ଟପ୍-୧୦ ସ୍ଥାନ ପାଇଛି।

ଦକ୍ଷିଣ ଭାରତର ଆଧିପତ୍ୟ
ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ତେଲଙ୍ଗାନା ଓ କେନ୍ଦ୍ରଶାସିତ ପୁଡୁଚେରୀ ମିଳିତ ଭାବେ FY25ରେ ୨୩.୧୮ କୋଟି କେସ ବିଦେଶୀ ମଦ ପିଇଛନ୍ତି, ଯାହା ଜାତୀୟ ବିକ୍ରିର ୫୮%। କର୍ଣ୍ଣାଟକ ୬.୮୮ କୋଟି କେସ ସହିତ ଶୀର୍ଷରେ ରହିଥିବା ବେଳେ ତାମିଲନାଡୁ ୬.୪୭ କୋଟି କେସ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ୩.୭୧ କୋଟି ଓ ୩.୫୫ କୋଟି କେସ ସହିତ ୯% ଅଂଶ ଯୋଗାଇଛନ୍ତି। କେରଳ ୨.୨୯ କୋଟି କେସ ସହିତ ସପ୍ତମ ଓ ପୁଡୁଚେରୀ ୦.୨୮ କୋଟି କେସ ସହିତ ୧୦% ବୃଦ୍ଧି ଦେଖାଇ ୧୯ତମ ସ୍ଥାନରେ ରହିଛି।

ଓଡ଼ିଶାର ସ୍ଥିତି
ପୂର୍ବ ଭାରତରେ ଓଡ଼ିଶା ୦.୯୮ କୋଟି କେସ IMFL ବିକ୍ରି ସହିତ ଜାତୀୟ ସ୍ତରରେ ପଛରେ ରହିଛି। ପୂର୍ବ ଭାରତ ଅଞ୍ଚଳ ମୋଟ ବିକ୍ରିରେ ମାତ୍ର ୧୦% ଅଂଶ ଯୋଗାଇଛି, ଯେଉଁଥିରେ ପଶ୍ଚିମବଙ୍ଗ ୧.୪୯ କୋଟି କେସ ସହିତ ଅଷ୍ଟମ ସ୍ଥାନରେ ରହିଛି। ଓଡ଼ିଶା ପଛକୁ ଆସାମ (୦.୯୬ କୋଟି କେସ) ଓ ଝାଡ଼ଖଣ୍ଡ (୦.୩୨ କୋଟି କେସ) ରହିଛନ୍ତି। ତଥାପି, CIABCର ନିର୍ଦ୍ଦେଶକ ଜେନେରାଲ ଅନନ୍ତ ଏସ ଆୟାର କହିଛନ୍ତି, ଓଡ଼ିଶାରେ ବିକ୍ରିରେ ଭଲ ବୃଦ୍ଧି ଦେଖାଯାଇଛି।

ଜାତୀୟ ସ୍ତରରେ ବିକ୍ରିରେ ମାନ୍ଦା
FY25ରେ IMFL ହ୍ୱିସ୍କି ବିକ୍ରି ୧.୪% ବୃଦ୍ଧି ସହିତ ୪୦.୧୭ କୋଟି କେସରେ ପହଞ୍ଚିଛି, ଯାହା FY24ରେ ୩୯.୬୨ କୋଟି କେସ ଥିଲା। ଆୟାରଙ୍କ ମତରେ, ଗତ ବର୍ଷର ପ୍ରଥମ ତ୍ରୈମାସିକରେ ସାଧାରଣ ନିର୍ବାଚନ ଓ କିଛି ରାଜ୍ୟରେ ଆବକାରୀ ନୀତି ସମସ୍ୟା ହେତୁ ବିକ୍ରି ମାନ୍ଦା ରହିଥିଲା। ସେ କହିଛନ୍ତି, “ଆମେ ରାଜ୍ୟ ସରକାରଙ୍କ ସହ ଆବକାରୀ ନୀତି ସମ୍ବନ୍ଧୀୟ ସମସ୍ୟା ଉଠାଇଛୁ। ପ୍ରତିବର୍ଷ ରାଜ୍ୟ ଆବକାରୀ ଶୁଳ୍କରେ ବୃଦ୍ଧି ଓ ନୀତି ପରିବର୍ତ୍ତନ ବିକ୍ରିକୁ ପ୍ରଭାବିତ କରୁଛି।”

ରିପୋର୍ଟ ଅନୁଯାୟୀ ଉତ୍ତର ଭାରତରେ ୨୦% ବିକ୍ରି ହୋଇଛି। ଏଥିରେ ଉତ୍ତରପ୍ରଦେଶ ୨.୫୦ କୋଟି କେସ ସହିତ ୬% ବୃଦ୍ଧି ଦେଖାଇ ଷଷ୍ଠ ସ୍ଥାନରେ, ରାଜସ୍ଥାନ (୧.୩୭ କୋଟି), ଦିଲ୍ଲୀ (୧.୧୮ କୋଟି) ଓ ହରିୟାଣା (୧.୧୭ କୋଟି) ଯଥାକ୍ରମେ ୯ମ, ୧୦ମ ଓ ୧୧ତମ ସ୍ଥାନରେ ରହିଛନ୍ତି।

ପଶ୍ଚିମ ଭାରତରେ ୧୨% ଅଂଶ ସହିତ ୪.୭୦ କୋଟି କେସ ବିକ୍ରି ହୋଇଛି। ମହାରାଷ୍ଟ୍ର ୨.୭୧ କୋଟି କେସ ସହିତ ୪% ବୃଦ୍ଧି ଦେଖାଇ ପଞ୍ଚମ ସ୍ଥାନରେ ରହିଛି।

ସେହିପରି ପୂର୍ବ ଭାରତରେ ୧୦% ବିକ୍ରି ହୋଇଛି। ପଶ୍ଚିମବଙ୍ଗ ଅଷ୍ଟମ ସ୍ଥାନରେ ଥିବା ବେଳେ ଓଡ଼ିଶା ତା’ପରେ ରହିଛି।

ପଞ୍ଜାବ ଓ ଜାମ୍ମୁ-କଶ୍ମୀରରେ IMFL ବିକ୍ରି FY25ରେ ଯଥାକ୍ରମେ ୨୦% ଓ ୧୫% ହ୍ରାସ ପାଇଛି। ଅନ୍ୟପକ୍ଷେ, ଝାଡ଼ଖଣ୍ଡ (୧୫%), ରାଜସ୍ଥାନ (୧୩%) ଓ ପୁଡୁଚେରୀ (୧୦%) ଉଲ୍ଲେଖନୀୟ ବୃଦ୍ଧି ଦେଖାଇଛନ୍ତି। ଆୟାର କହିଛନ୍ତି, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ବିକ୍ରି ବୃଦ୍ଧି ପାଇଛି। ଦିଲ୍ଲୀରେ ନୂଆ ଆବକାରୀ ନୀତି ବିକ୍ରିକୁ ଆହୁରି ବୃଦ୍ଧି କରିପାରେ।

ଆୟାରଙ୍କ ମତରେ, ପ୍ରିମିୟମ ଓ ଲଗ୍ଜୁରୀ ହ୍ୱିସ୍କି ବିଭାଗରେ ଉଲ୍ଲେଖନୀୟ ବୃଦ୍ଧି ଦେଖାଯାଇଛି। ଅନେକ କମ୍ପାନୀ ପ୍ରିମିୟମ ହ୍ୱିସ୍କି, ରମ ଓ ଭୋଡ଼କାରେ ନୂଆ ବ୍ରାଣ୍ଡ ଆଣୁଛନ୍ତି, ଯାହା ଶିଳ୍ପରେ ନୂଆ ସମ୍ଭାବନା ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?