Posted inଖେଳ

ନିଜର ଡେବ୍ୟୁ ମ୍ୟାଚ୍‌ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍‌: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୧୪।୮: ଜଣେ କ୍ରିକେଟ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା ତାଙ୍କୁ ପୁନର୍ବାର ସୁଯୋଗ ମିଳିବାର ସମ୍ଭାବନା ଥାଏ। କ୍ରିକେଟ ମଇଦାନରେ ଅନେକ ଖେଳାଳି ନିଜର ଡେବ୍ୟୁ ମ୍ୟାଚ୍‌ରେ ଚମତ୍କାର କରିଛନ୍ତି। ସେମାନଙ୍କ ମଧ୍ୟରୁ ଏଭଳି ଜଣେ ଖେଳାଳି ଅଛନ୍ତି ଯିଏ ନିଜର ଡେବ୍ୟୁ ମ୍ୟାଚ୍‌ରେ ଏପରି କିଛି କରିଥିଲେ, ଯାହା ଅନ୍ୟପକ୍ଷେ କରିବା ସହଜ ହେବ ନାହିଁ। ସେ ହେଲେ ଲେଗ୍‌ବ୍ରେକ୍‌ ଗୁଗଲି ପାଇଁ ଖ୍ୟାତ ପୂର୍ବତନ ଭାରତୀୟ କ୍ରିକେଟର ନରେନ୍ଦ୍ର ହିରଓ୍ବାନୀ। ୧୯୮୮ରେ ୧୯ ବର୍ଷ ବୟସରେ ଏହି ଭାରତୀୟ ସ୍ପିନର ଟେଷ୍ଟରେ ଡେବ୍ୟୁ କରଥିଲେ। ଚେନ୍ନାଇରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏହି ମ୍ୟାଚ୍‌ ଥିଲା। ସେତେବେଳେ ଭାରତୀୟ ଅଧିନାୟକ ରବି ଶାସ୍ତ୍ରୀ ହିରଓ୍ବାନୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିଲେ। ପରେ ଯାହା ହେଲା ତାହା ଆଜି ବି ଇତିହାସ ହୋଇ ରହିଛି।

ମ୍ୟାଚ୍‌ରେ ଭାରତ ପ୍ରଥମ ପାଳିରେ ୩୮୨ ରନ୍‌ କରିଥିଲା। ଏହାର ଜବାବ ଦେବାକୁ ପଡ଼ିଆକୁ ଓହ୍ଲାଇଥିବା ଓ୍ବେଷ୍ଟଇଣ୍ଡିଜ୍‌କୁ ୧୮୪ ରନ୍‌ରେ ଅଲଆଉଟ୍‌ କରିଥିଲା ଭାରତୀୟ ଦଳ। ଏହା ପଛରେ ହିରଓ୍ବାନୀଙ୍କ ବଡ଼ ହାତ ରହିଥିଲା। ସେ ୧୮.୩ ଓଭର ବୋଲିଂ କରି ୮ ଉଇକେଟ ନେଇଥିଲେ। ପ୍ରଥମ ପାଳିରେ ହିରଓ୍ବାନୀଙ୍କ ଐତିହାସିକ ବୋଲିଂ କେବଳ ଟ୍ରେଲର୍‌ ଥିଲା। ଦ୍ୱିତୀୟ ପାଳିରେ ଭାରତ ୨୧୭/୮ ରେ ପାଳି ଘୋଷଣା କରିଥିଲା। ଏଣୁ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୪୧୬ ରନ୍‌ର ବିଜୟ ଲକ୍ଷ୍ୟ ଥିଲା। ହିରଓ୍ବାନୀ ଦ୍ୱିତୀୟ ପାଳିରେ ୧୫.୨ ଓଭର ବୋଲିଂ କରିଥିଲେ। ଏଥିରେ ସେ ୭୫ ରନ୍‌ ଦେଇ ପୁଣି ୮ ଉଇକେଟ ନେଇଥିଲେ। ଏଭଳି ଭାବେ ଗୋଟିଏ ମ୍ୟାଚ୍‌ରେ ୧୬ ଉଇକେଟ ନେଇ ନିଜର ଡେବ୍ୟୁକୁ ସ୍ମରଣୀୟ କରିଦେଇଥିଲେ ହିରଓ୍ବାନୀ। ଆଜି ମଧ୍ୟ ଏହି ପ୍ରଦର୍ଶନ ସର୍ବଶ୍ରେଷ୍ଠ ବୋଲି ରେକର୍ଡ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?