Posted inଖେଳ

ଏହି ଭାରତୀୟ କ୍ରିକେଟର୍‌ଙ୍କ ପୂର୍ବତନ ସ୍ତ୍ରୀଙ୍କୁ ମିଳିଲା ବଳାତ୍କାର ଧମକ

ନୂଆଦିଲ୍ଲୀ, ୬।୮: ଭାରତୀୟ କ୍ରିକେଟ୍‌ ଦଳର ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ସାମି ତାଙ୍କ ସ୍ତ୍ରୀ ହାସିନ ଜାହାନଙ୍କଠାରୁ କେବେଠୁ ଅଲଗା ହୋଇସାରିଛନ୍ତି। କିନ୍ତୁ ହାସିନ ଅଧିକାଂଶ ସମୟ କୌଣସି କାରଣ ଲାଗି ଖବରର ଶିରୋନାମାରେ ରହିଥାନ୍ତି। କେତେବେଳେ ସୋସିଆଲ ମିଡିଆରେ ଡ୍ୟାନ୍ସ ଭିଡିଓ ପୋଷ୍ଟ କରି ପୁଣି କେତେବେଳେ ବୋଲ୍ଡ ଫଟୋ ଛାଡ଼ି ସେ ଚର୍ଚ୍ଚାରେ ରହିଥାନ୍ତି। ଲକ୍‌ ଡାଉନ୍‌ ପରଠାରୁ ହାସିନ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହୁଛନ୍ତି। ସଦ୍ୟତମ ଘଟଣାକ୍ରମେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ଉତ୍ସବ ଅବସରରେ ସେ ହିନ୍ଦୁ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଅଧିକାଂଶ ଲୋକ ତାଙ୍କୁ ଏଥିପାଇଁ ଟ୍ରୋଲ କରିଥିବା ଜଣାପଡ଼ିଛି। ହାସିନ ଶେୟାର କରିଥିବା ଏକ ଫଟୋରେ ପ୍ରଭୁ ଶ୍ରୀରାମ ଓ ରାମ ମନ୍ଦିର ରହିଥିବା ଦେଖିବାକୁ ମିଳିଛି। ‘ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ସମଗ୍ର ହିନ୍ଦୁ ସମାଜକୁ ହାର୍ଦ୍ଦିକ ଅଭିନନ୍ଦନ’ ବୋଲି ହାସିନ ଏହି ଫଟୋତଳେ କ୍ୟାପସନରେ ଉଲ୍ଳେଖ କରିଛନ୍ତି। ଏଥିସହ ସେ ଅନେକ ପ୍ରକାରର ଇମୋଜି ମଧ୍ୟ କ୍ୟାପସନରେ ବ୍ୟବହାର କରିଛନ୍ତି। ତେବେ ହାସିନଙ୍କୁ କିଛି ପ୍ରଶଂସକ ଅଭିନନ୍ଦନ ଜଣାଇଥିବାବେଳେ ଆଉ କିଛିଜଣ ସେ ଏପରି କରିବାର ନ ଥିଲା ବୋଲି କମେଣ୍ଟ୍ସରେ କହିଛନ୍ତି। କିନ୍ତୁ ଏମିତି ମଧ୍ୟ କିଛି ଲୋକ ଥିଲେ ଯେଉଁମାନେ ହାସିନଙ୍କୁ ବଳାତ୍କାର ଓ ହତ୍ୟା ଧମକ ଦେବାକୁ ମଧ୍ୟ ପଛାଇ ନ ଥିଲେ। ଏଠାରେ ପ୍ରକାଶଯୋଗ୍ୟ, ୨୦୧୮ରେ ହାସିନ ସ୍ବାମୀ ସାମିଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଶାମି ମ୍ୟାଚ୍‌ ଫିକ୍ସିଂରେ ଜଡ଼ିତ ଅଛନ୍ତି ବୋଲି ସେ ଗଣମାଧ୍ୟମରେ ବିବୃତି ରଖିଥିଲେ। ଯେଉଁଥି ପାଇଁ ସେତେବେଳେ ବିସିସିଆଇକୁ ମଧ୍ୟ ଏହି ଘଟଣାର ଯାଞ୍ଚ କରିବାକୁ ପଡ଼ିଥିଲା। ଏଥିସହ ଶାମି ଅନେକ ମହିଳାଙ୍କ ସହ ସମ୍ପର୍କ ରଖିଛନ୍ତି ବୋଲି ମଧ୍ୟ ସେ ଗୁରୁତର ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ଦେଖାଯାଉଥିବା ତାରା ଜିଅନ୍ତା ଅଟନ୍ତି? ସତ ଜାଣିଲେ ଚମକି ପଡିବେ…

ଆକାଶରେ ଚମକୁଥିବା ପ୍ରତ୍ୟେକ ତାରା ପଛରେ ଆଶ୍ଚର୍ଯ୍ୟଜନକ ରହସ୍ୟ ଲୁଚି ରହିଛି। ରାତିରେ ଆପଣ ଯେଉଁ ତାରାସବୁ ଦେଖନ୍ତି, ତାହା ହୁଏତ ସେଗୁଡ଼ିକର ବର୍ତ୍ତମାନ ନୁହେଁ ବରଂ…

ଆନ୍ଦୋଳନକୁ ଓହ୍ଲାଇଲେ Gen-Z କୃଷକ, କଲେ ଏହି ୨ ଦାବି; ବଢିଲା ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ, ୨୯।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାରକୃଷକମାନଙ୍କର ପ୍ରଦର୍ଶନ ଜାରି ରହିଛି। ‘କିଷାନ କ୍ରାନ୍ତି ପଦଯାତ୍ରା’ ଭୋପାଳରେ ପହଞ୍ଚିସାରିଛି ଏବଂ ବର୍ତ୍ତମାନ ଆନ୍ଦୋଳନରତ କୃଷକମାନେ ଭୋପାଳରେ ମୁଖ୍ୟମନ୍ତ୍ରୀ…

ଚାଇନାକୁ ବଡ଼ ଝଟକା ଦେଲେ ଟ୍ରମ୍ପ; କାହିଁକି ଏହି ନିଷ୍ପତ୍ତି ନେଲା ଟ୍ରମ୍ପ ପ୍ରଶାସନ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକା ଏପରି ଏକ ନିଷ୍ପତ୍ତି ନେଇଛି ଯାହା ଚାଇନା ପାଇଁ ଏକ ଆଘାତ ସୃଷ୍ଟି କରୁଛି। ଟ୍ରମ୍ପ ପ୍ରଶାସନ ଚାଇନାରୁ ଆମଦାନି ହେଉଥିବା କିଛି ପ୍ରଯୁକ୍ତିବିଦ୍ୟା…

‘ରାହୁଲ ଗାନ୍ଧୀଙ୍କୁ ବିବାହ ପାଇଁ ମନାନ୍ତୁ’, କାହାକୁ ଏମିତି ଅନୁରୋଧ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୨୯।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନରୁ ଚର୍ଚ୍ଚାକୁ ଆସିଥିବା ମହମ୍ମଦ ଇରଫାନ ସୋସିଆଲ ମିଡ଼ିଆରେ ବେଶ ଛାଇ ହୋଇ ରହିଛନ୍ତି। ଜନ୍ତର-ମନ୍ତରରେ ପ୍ରଦର୍ଶନ ସମୟର ତାଙ୍କର…

ଜାପାନରେ ଭୟଙ୍କର ଭୂମିକମ୍ପ: ୧୩ ମୃତ ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଟୋକିଓ,୨୯।୭: ମଙ୍ଗଳବାର, ଜୁଲାଇ ୨୮ରେ ଜାପାନର ଦକ୍ଷିଣ-ପଶ୍ଚିମ ଭାଗରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ଅନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଥମେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ…

ଜିଲାପାଳଙ୍କ ବଡ଼ ସୂଚନା: ଗଞ୍ଜାମ ଲକ୍ଷ୍ୟ ନିକେତନ ଭଳି ପ୍ରଶିକ୍ଷଣ ଏବେ ପଞ୍ଚାୟତସ୍ତରରେ, ଛାତ୍ରୀଛାତ୍ରଙ୍କୁ…

ଛତ୍ରପୁର, ୨୯।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ) : ଭାରତବର୍ଷରେ ପ୍ରଶାସନିକ ସେବା ଗୌରବମୟ ଏବଂ ଉଚ୍ଚକୋଟୀ ଚାକିରି ଭାବେ ପରିଚିତ ଅଟେ। ଏହାକୁ ପାଇବାକୁ ହେଲେ ଆଶାୟୀ…

ମୋଦି ସରକାରଙ୍କୁ ଚେତାବନୀ: ସାବଧାନ ହୋଇଯାଅ ନଚେତ୍‌…

ନୂଆଦିଲ୍ଲୀ,୨୯।୭: ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM) ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପେପର ଲିକ ବିରୋଧୀ ବିଲ ସମ୍ପର୍କରେ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ ସରକାରଙ୍କୁ…

ଏତେ ଟଙ୍କା ବକେୟା ପଡିଛି ବିଦ୍ୟୁତ୍‌ ବିଲ: ବନ୍ଦ ହେଲା ପାଣି ପମ୍ପ, ସମସ୍ୟାର ସମାଧାନ ନ ହେଲେ…

ମୋହନା, ୨୯।୭( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ପାନୀୟ ଜଳ ସଙ୍କଟ ଆଶଙ୍କା। ବକେୟା ବିଦ୍ୟୁତ୍‌ ବିଲ ପୈଠ ନହେବାରୁ ପଞ୍ଚାୟତର ପାନୀୟ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri