ଏଇ ଭାରତରେ

ଲତା କଚ୍ଚାଓ୍ବା ନିଜର ନିଷ୍ଠା ଓ ନିରନ୍ତର ପ୍ରୟାସ ବଳରେ ମେଘଓ୍ବାଲା ସମ୍ପ୍ରଦାୟର ୧୫,୦୦୦ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି। ପାରମ୍ପରିକ ଏମ୍ବ୍ରୋଡୋରି ‘କାସିଡାକରି’ କାର୍ଯ୍ୟ ମାଧ୍ୟମରେ ସେ ଏହା କରିପାରିଛନ୍ତି। ମେଘଓ୍ବାଲା ସମ୍ପ୍ରଦାୟର ଲୋକମାନେ ୧୯୭୧ରେ ପାକିସ୍ତାନରୁ ଆସି ରାଜସ୍ଥାନର ବରମର ଜିଲାର ବିଭିନ୍ନ ଗାଁରେ ରହିଥିଲେ। ୧୯୮୫ରୁ ଲତା ଯୋଧପୁରରୁ ଆସି ବାରମର ଜିଲାରେ ରହୁଥିବା ଗ୍ରାମଗୁଡ଼ିକରେ ପହଞ୍ଚତ୍ ଥିଲେ। ସେତେବେଳେ ତାଙ୍କ ବୟସ ଥିଲା ୨୨। ସେବେଠୁ ଲତା ‘ସୋସାଇଟି ଟୁ ଅପ୍‌ଲିଫ୍ଟ ରୁରାଲ ଇକୋନୋମି’ ନାମକ ଏନ୍‌ଜିଓ ମାଧ୍ୟମରେ ସେମାନଙ୍କୁ ସଶକ୍ତ କରୁଛନ୍ତି। ମହିଳାମାନଙ୍କୁ ଶାଲ୍‌, ରୁମାଲ, ବେଡ୍‌କଭର, ପରଦା, ବ୍ୟାଗ୍‌ରେ କାଶିଡାକରି ଏମ୍ବ୍ରୋଡୋରି କାର୍ଯ୍ୟରେ ନିଯୁକ୍ତ କରିବାରେ ଲାଗିଛନ୍ତି। ଲତା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଡିଜାଇନର ସହଯୋଗରେ ବି ଏହାକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଏହି ଏମ୍ବ୍ରୋଡୋରିକୁ ନେଇ ୨୫୦ରୁ ଅଧିତ୍କ ଡିଜାଇନ ଏବକାର ଫ୍ୟାଶନ ଟ୍ରେଣ୍ଡରେ ସାମିଲ କରିଛନ୍ତି। ପରେ ଟେକ୍ସଟାଇଲ ମନ୍ତ୍ରଣାଳୟ ସାହାଯ୍ୟରେ ଏହାକୁ ସେ ଜର୍ମାନୀ, ଜାପାନ, ସିଙ୍ଗାପୁର ଏବଂ ଶ୍ରୀଲଙ୍କାକୁ ପଠାଉଛନ୍ତି। ଏହି କାର୍ଯ୍ୟରେ ଏବେ ଜଣେ ମହିଳା ମାସକୁ ୫,୦୦୦ ଟଙ୍କା ରୋଜଗାର କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri