Posted inଫୁରସତ

ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷଣା କରିବା ପରେ ଘଟିଲା ଏମିତି

ଯେଉଁମାନେ ବିଜ୍ଞାନରେ ଅଧିକ ବିଶ୍ୱାସ କରନ୍ତି ସେମାନେ ଚମତ୍କାରରେ ବିଶ୍ୱାସ କରନ୍ତି ନାହିଁ କିମ୍ବା ଭଗବାନଙ୍କ ଶକ୍ତି ଉପରେ ମଧ୍ୟ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ ଯେ, ଦୁନିଆରେ ନିଶ୍ଚିତ ଭାବରେ ଏକ ଶକ୍ତି ଅଛି ଯାହା ଆମକୁ ଚଳାଉଛି। କାରଣ ଆମ ଚାରିପାଖରେଏମିତି ଅନେକ ପ୍ରଶ୍ନ ଅଛି, ଯାହା ବିଜ୍ଞାନ ମଧ୍ୟ ଉତ୍ତର ଦେଇପାରିବ ନାହିଁ। ଏହି ପ୍ରଶ୍ନଗୁଡ଼ିକ ପ୍ରାୟତଃ ଚମତ୍କାର ରୂପରେ ମଣିଷ ସାମ୍ନାକୁ ଆସିଥାଏ। ଆମେରିକାର ଜଣେ ବ୍ୟକ୍ତିଙ୍କ ସହ ଏପରି ଏକ ଚମତ୍କାର ଘଟଣା ଘଟିଛି। ଯାହା ଡାକ୍ତରଙ୍କ ଦ୍ୱାରା ମସ୍ତିଷ୍କକୁ ଡେଡ୍‌ ବା ମୃତ ଘୋଷଣା କରାଯାଇଥିଲା କିନ୍ତୁ ହଠାତ୍‌ ସେ ଜୀବନ୍ତ ହୋଇଗଲେ।

ଏକ ରିପୋର୍ଟ ଅନୁଯାୟୀ, ୩୫ ବର୍ଷୀୟ ରିୟାନ ମାର୍ଲୋ ୩ ସନ୍ତାନର ପିତା କିନ୍ତୁ ସେ ଏକ ଗୁରୁତର ରୋଗରେ ପୀଡ଼ିତ ହୋଇଥିଲେ। ରିପୋର୍ଟ ଅନୁଯାୟୀ, ସେ ଲିଷ୍ଟେରିଆ ପାଇଥିଲେ। ଜୀବାଣୁ ଦ୍ୱାରା ଏହା ଏକ ରୋଗ ଯାହା ମଇଳା ଖାଦ୍ୟ ଖାଇବା ଦ୍ୱାରା ହୋଇଥାଏ। ଏହି ଜୀବାଣୁ ମାନବ ମସ୍ତିଷ୍କକୁ ସିଧାସଳଖ ଆଘାତ କରନ୍ତି। ତାଙ୍କୁ ଦୁଇ ସପ୍ତାହ ଧରି ଉତ୍ତର କାରୋଲିନାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କ ଅବସ୍ଥାରେ ଆଦୌ ସୁଧାର ଆସି ନ ଥିଲା। ଏହା ପରେ ଅଗଷ୍ଟ ୨୭ରେ ଡାକ୍ତରମାନେ ତାଙ୍କୁ ମସ୍ତିଷ୍କ ଡେଡ୍‌ ଘୋଷଣା କରିଥିଲେ।

ଡାକ୍ତରମାନେ ରିୟାନଙ୍କ ଅଙ୍ଗକୁ ବାହାର କରିବାକୁ ପ୍ରସ୍ତୁତ ଥିଲେ। ତାଙ୍କ ସ୍ତ୍ରୀ ମେଗାନ ସୋସିଆଲ ମିଡିଆରେ ଲାଇଭଷ୍ଟ୍ରିମିଂ କରି ସ୍ବାମୀଙ୍କ ସହ ଜଡ଼ିତ ସମସ୍ତ କଥା କହିଥିଲେ। ସେ କହିଛନ୍ତି, ଯେତେବେଳେ ଡାକ୍ତରମାନେ ଏ ବିଷୟରେ ସୂଚନା ଦେଇଥିଲେ। ସେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ।ରିୟାନ ଜଣେ ଅଙ୍ଗ ଦାତା ଥିଲେ, ତେଣୁ ତାଙ୍କ ଫୁସ୍‌ଫୁସ୍‌, ହୃଦୟ ଏବଂ ଯକୃତକୁ ଶରୀରକୁ ଭେଣ୍ଟିଲେଟରରେ ରଖି ସକ୍ରିୟ ରଖାଯାଉଥିଲା। ଅଗଷ୍ଟ ୩୦ରେ ରିୟାନଙ୍କୁ ଶେଷ ବିଦାୟ ଦେବା ପାଇଁ ସ୍ତ୍ରୀ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଏକାଠି ହୋଇଥିଲେ, କିନ୍ତୁ ପରେ କେହି ଜଣେ ମେଗାନଙ୍କୁ କହିଥିଲେ, ରିୟାନ ଗୋଡ଼ହାତ ହଲାଇଥିଲେ।

ଡାକ୍ତର କହିଛନ୍ତି, ସିଟି ସ୍କାନ୍‌ ପରେ ତାଙ୍କ ମସ୍ତିଷ୍କରେ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ସଙ୍ଗେ ସଙ୍ଗେ ବିଶେଷଜ୍ଞ ଦଳକୁ ଡକାଗଲା। ପରେ ଜଣାପଡ଼ିଲା ରିୟାନଙ୍କ ବ୍ରେନ୍‌ ଡେଡ୍‌ ହୋଇନାହିଁ। ମେଗାନଙ୍କ ପାଇଁ ଏହା ଖରାପ ଥିଲା ଯେ, ଲୋକମାନେ ରିୟାନଙ୍କ ଅଙ୍ଗକୁ ବାହାର କରିବା ପାଇଁ ସେଠାରେ ଠିଆ ହୋଇଥିଲେ। ସେ ସଙ୍ଗେ ସଙ୍ଗେ ସେହି ଲୋକମାନଙ୍କୁ ସେଠାରୁ ବାହାର କରିଦେଇଥିଲେ। ରିୟାନଙ୍କ ଅବସ୍ଥା ଗୁରୁତର ରହିଥିଲେ ହେଁ ତାଙ୍କ ଅଙ୍ଗପ୍ରତ୍ୟଙ୍ଗ ଚଳପ୍ରଚଳ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri