ଅଙ୍ଗନୱାଡି କର୍ମୀଙ୍କୁ ସିଡିପିଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ: ଥାନାରେ ମାମଲା ରୁଜୁ

ସାରସକଣା,୫।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ କଳାପାଣି ଅଙ୍ଗନବାଡି କର୍ମୀଙ୍କୁ ସାରସକଣା ବ୍ଳକ ସିଡିପିଓ ମାନସିକ ଚାପ ଓ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି। ପୁଅ ଅଶୋକ କୁମାର ସିଂ ଝାରପୋଖରିଆ ଥାନାରେ ଏନେଇ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ମୁତାବକ, ଗତ ଶନିବାର ସାନଚାଟରା ନିକଟ ଅଙ୍ଗନୱାଡି କେନ୍ଦ୍ରରେ ସମସ୍ତ ଅଙ୍ଗନୱାଡି କେନ୍ଦ୍ର କର୍ମୀଙ୍କୁ ନେଇ ଆୟୋଜିତ ମାସିକ ବୈଠକ ଅବସରରେ ସୋମବାରୀ ସିଂ(୫୨) ବୈଠକ କକ୍ଷ ନିକଟରେ ପହଞ୍ଚିବା ପରେ ଉପସ୍ଥିତ ସିଡିପିଓ ଭାନୁମତି ବେହେରା ସମସ୍ତ କର୍ମୀଙ୍କୁ କହିଥିଲେ ଯେ, କଳାପାଣି ସେଣ୍ଟରର କର୍ମୀ ଆସିଛି ତାକୁ ଫୁଲମାଳ, ଧୂପ, ଦ୍ବୀପ ଦେଇ ବନ୍ଦାପନା କରି ବେକରେ ଫୁଲମାଳ ପିନ୍ଧାଇଦିଅ। ସିଡିପିଓଙ୍କ ଏଭଳି ବ୍ୟବହାର ଓ ଆଚରଣ ଦେଖି ସୋମବାରୀ ଚେତାଶୂନ୍ୟ ହୋଇପଡିଥିଲେ। ଚେତାଶୂନ୍ୟ ହେବାପରେ ତାଙ୍କୁ ମେଡିକାଲ ନେବା ପରିବର୍ତ୍ତ ସିଡିପିଓ ସେଠାରୁ ପଳାଇଥିଲେ। ସେଠାରେ ଉପସ୍ଥିତ ଅଙ୍ଗନୱାଡି କର୍ମୀମାନେ ସଙ୍ଗେ ସଙ୍ଗେ ତାଙ୍କୁ ଅଟୋରେ ନିକଟସ୍ଥ ଶୀର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ତାଙ୍କ ପରିବାର ଲୋକଙ୍କୁ ଖବର ଦେବାପରେ ମେଡ଼ିକାଲରେ ତାଙ୍କ ପୁଅ ପହଞ୍ଚି ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ।
ପ୍ରକାଶଥାଉ କି, ଗତ ୩୦ ଅଗଷ୍ଟରେ ବଡଚାଟରା ନିକଟରେ ଆୟୋଜିତ ବୈଠକରେ କଳାପାଣିର ଅଙ୍ଗନୱାଡି କର୍ମୀ ସୋମବାରୀଙ୍କୁ ଆଧାର ଲିଙ୍କ ସରିଛି କି ନାହିଁ ବୋଲି ସିଡିପିଓ ପଚାରିଥିଲେ। ସୋମବାରୀ ଲିଙ୍କ ସରିଛି ଏବଂ ଯାହାର ଆଧାର ଭୂଲ ଅଛି ତାହା ହୋଇନାହିଁ ବୋଲି କହିବାରୁ ସିଡିପିଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ବାହାରେ ଖରାରେ ଛିଡା ହେବାକୁ କହିଥିଲେ। କେବଳ ଏତିକି ନୁହେଁ, ଯେତେବେଳେ ଆଧାର ଲିଙ୍କ ଶେଷ କରିବୁ ବୈଠକରେ ବସିବୁ ବୋଲି ସିଡିପିଓ କହିଥିଲେ। ଅନେକ ନେହୁରା ହେବା ପରେ ମଧ୍ୟ ସୋମବାରୀଙ୍କୁ ବୈଠକରେ ବସିବାକୁ ଅନୁମତି ଦିଆଯାଇ ନ ଥିଲା। ଫଳରେ ସେ ଦୁଇ ଘଣ୍ଟା ଖରାରେ ଛିଡା ହୋଇରହିଥିଲେ। ଗତ ୩୧ ଅଗଷ୍ଟରେ ସିଡିପିଓ ଫୋନ ଯୋଗେ କହିଥିଲେ ଯେ, ଆଧାର ଲିଙ୍କ ଠିକ କଲୁ କି ନାହିଁ ନ ହେଲେ ତୋ ଦରମା ବନ୍ଦ କରିଦେବି । ଏହିଭଳି ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକୁ ନେଇ ତାଙ୍କ ମା’ଙ୍କୁ ସର୍ବ ସମ୍ମୁଖରେ ଗାଳି ଗୁଳଜ କରିବା ସହିତ ଅପମାନିତ କରୁଥିବାରୁ ତାଙ୍କ ପୁଅ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି।ତେବେ ଏହି ଘଟଣାକୁ ନେଇ ଅନେକ ସମୟରେ ଯୋଗାଯୋଗ କରିବା ପରେ ମଧ୍ୟ ସିଡିପିଓ ଫୋନ ରିସିଭ କରି ନ ଥିଲେ। ଏନେଇ ଥାନାରେ ୧୯୫/୨୨ରେ ମାମଲା ରୁଜୁ କରାଯାଇ ଦଫା ୩୪୧,୨୯୪,୫୦୬ରେ ତଦନ୍ତ କରାଯାଉଛି। ତଦନ୍ତ ପରେ ସତ୍ୟାସତ୍ୟ ଉନ୍ମୋଚନ ହେବ ବୋଲି ସବଇନ୍ସପେକ୍ଟର ମୋନାଲିସା ବେହେରା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ରେଙ୍ଗାଳି ଡ୍ୟାମର୍‌ ୯ ନମ୍ବର ଗେଟ୍‌

କଣିହାଁ,୨୬।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀନଦୀର ରେଙ୍ଗାଳି ଡ୍ୟାମ୍‌ର ଗୋଟିଏ ଗେଟ୍‌ ଶନିବାର ଖୋଲାଯାଇଛି। ଜଳସ୍ତର ବୃଦ୍ଧି ଯୋଗୁ ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରେ...

ହାଜତ୍‌ରେ କଏଦୀ ମୃତ୍ୟୁ ଘଟଣା: ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ

ଚିତ୍ରକୋଣ୍ଡା,୨୯।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପକାରାଗାରରେ କଏଦୀ ଦାନୁ ଗୋଲୋରୀଙ୍କର ଗତ ରବିବାର ମୃତ୍ୟୁ ଘଟିଥିଲା। ଏ ନେଇ ମୃତ କଏଦୀଙ୍କ ପରିବାର ଲୋକେ ଜେଲ କର୍ତ୍ତୃପକ୍ଷଙ୍କ...

ଖେଳାଳିଙ୍କୁ ପଡ଼ିଆ ମନା, ବ୍ୟବସାୟୀଙ୍କୁ ଅନୁମତି

ଭଞ୍ଜନଗର,୧୭।୨(ଡି.ଏନ.ଏ.): ଭଞ୍ଜନଗର କବିସମ୍ରାଟ ଆଥ୍‌ଲେଟିକ୍‌ ଆସୋସିଏଶନ ଦ୍ୱାରା ପରିଚାଳିତ ଭଞ୍ଜନଗର ଜେଲ ପଡ଼ିଆକୁ ବାଣିଜ୍ୟ ମେଳା ପାଇଁ ଅନୁମତି ଦିଆଯାଇଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ...

ଚିକିଟି ବିଧାନସଭାରେ କଡା ଟକ୍କର

ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀରେ ଭାଜପା ଏବଂ ବିଜେଡି ମଧ୍ୟରେ କଡା ଟକ୍କର ଚାଲିଛି। ପ୍ରଥମ ରାଉଣ୍ଡରେ ବିଜେଡିର ଉଷା ଦେବୀ ୨୩୩୩...

କେନ୍ଦରା ସ୍ବରରେ ଜୀବନ

ଭବାନୀପାଟଣା, ୨୨ା୭(ଡି.ଏନ.ଏ.)-ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ କଳାକାର ପେନ୍‌ସନ ଯୋଜନା ପ୍ରଣୟନ କରାଯାଇଛି। ବୟସର...

ସମିତି କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ

ରୂପ୍‌ସା,୧୨ ।୩(ଡି.ଏନ.ଏ.) ବାଲେଶ୍ୱର ସଦର ବ୍ଲକ ଅଧୀନ କସିପଦା ସେବା ସମବାୟ ସମିତିରେ ଚାଷୀ ଉତ୍ତେଜନା ଦେଖାଦେଇଛି। ଶତାଧିକ ଚାଷୀ ଏଯାବତ୍‌ ସମିତିରେ ଖରିଫ ଧାନ...

ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

କେନ୍ଦୁଝର,୨୧ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ଜଣେ ବ୍ୟକ୍ତିଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଭିଡିଓ ଭାଇରାଲ ଘଟଣାକୁ ନେଇ ଦିନକୁ ଦିନ ଜିଲାରେ ଉତ୍ତେଜନା ପ୍ରକାଶ...

ଲକ୍‌ଡାଉନ ପରବର୍ତ୍ତୀ ପ୍ରଶାସନିକ ପ୍ରସ୍ତୁତି: କ୍ୱାରାଣ୍ଟାଇନରେ ରହିବେ ବହିରାଗତ

ଛତ୍ରପୁର,୧୫ା୪(ଡି.ଏନ୍‌.ଏ.)- ବର୍ଦ୍ଧିତ ଲକ୍‌ଡାଉନ ମେ’୩ରେ ସରିବା ପରେ ବାହାର ରାଜ୍ୟରେ ଥିବା ଗଞ୍ଜାମ ଜିଲାର ଲୋକମାନେ ଘରକୁ ଫେରିବା ସମ୍ଭାବନା ରହିଛି। ଏଥିପାଇଁ ସାମଗ୍ରୀକ ପ୍ରସ୍ତୁତିକୁ...

Advertisement
Archives

Model This Week