ଅଙ୍ଗନୱାଡି କର୍ମୀଙ୍କୁ ସିଡିପିଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ: ଥାନାରେ ମାମଲା ରୁଜୁ

ସାରସକଣା,୫।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ କଳାପାଣି ଅଙ୍ଗନବାଡି କର୍ମୀଙ୍କୁ ସାରସକଣା ବ୍ଳକ ସିଡିପିଓ ମାନସିକ ଚାପ ଓ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି। ପୁଅ ଅଶୋକ କୁମାର ସିଂ ଝାରପୋଖରିଆ ଥାନାରେ ଏନେଇ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ମୁତାବକ, ଗତ ଶନିବାର ସାନଚାଟରା ନିକଟ ଅଙ୍ଗନୱାଡି କେନ୍ଦ୍ରରେ ସମସ୍ତ ଅଙ୍ଗନୱାଡି କେନ୍ଦ୍ର କର୍ମୀଙ୍କୁ ନେଇ ଆୟୋଜିତ ମାସିକ ବୈଠକ ଅବସରରେ ସୋମବାରୀ ସିଂ(୫୨) ବୈଠକ କକ୍ଷ ନିକଟରେ ପହଞ୍ଚିବା ପରେ ଉପସ୍ଥିତ ସିଡିପିଓ ଭାନୁମତି ବେହେରା ସମସ୍ତ କର୍ମୀଙ୍କୁ କହିଥିଲେ ଯେ, କଳାପାଣି ସେଣ୍ଟରର କର୍ମୀ ଆସିଛି ତାକୁ ଫୁଲମାଳ, ଧୂପ, ଦ୍ବୀପ ଦେଇ ବନ୍ଦାପନା କରି ବେକରେ ଫୁଲମାଳ ପିନ୍ଧାଇଦିଅ। ସିଡିପିଓଙ୍କ ଏଭଳି ବ୍ୟବହାର ଓ ଆଚରଣ ଦେଖି ସୋମବାରୀ ଚେତାଶୂନ୍ୟ ହୋଇପଡିଥିଲେ। ଚେତାଶୂନ୍ୟ ହେବାପରେ ତାଙ୍କୁ ମେଡିକାଲ ନେବା ପରିବର୍ତ୍ତ ସିଡିପିଓ ସେଠାରୁ ପଳାଇଥିଲେ। ସେଠାରେ ଉପସ୍ଥିତ ଅଙ୍ଗନୱାଡି କର୍ମୀମାନେ ସଙ୍ଗେ ସଙ୍ଗେ ତାଙ୍କୁ ଅଟୋରେ ନିକଟସ୍ଥ ଶୀର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ତାଙ୍କ ପରିବାର ଲୋକଙ୍କୁ ଖବର ଦେବାପରେ ମେଡ଼ିକାଲରେ ତାଙ୍କ ପୁଅ ପହଞ୍ଚି ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ।
ପ୍ରକାଶଥାଉ କି, ଗତ ୩୦ ଅଗଷ୍ଟରେ ବଡଚାଟରା ନିକଟରେ ଆୟୋଜିତ ବୈଠକରେ କଳାପାଣିର ଅଙ୍ଗନୱାଡି କର୍ମୀ ସୋମବାରୀଙ୍କୁ ଆଧାର ଲିଙ୍କ ସରିଛି କି ନାହିଁ ବୋଲି ସିଡିପିଓ ପଚାରିଥିଲେ। ସୋମବାରୀ ଲିଙ୍କ ସରିଛି ଏବଂ ଯାହାର ଆଧାର ଭୂଲ ଅଛି ତାହା ହୋଇନାହିଁ ବୋଲି କହିବାରୁ ସିଡିପିଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ବାହାରେ ଖରାରେ ଛିଡା ହେବାକୁ କହିଥିଲେ। କେବଳ ଏତିକି ନୁହେଁ, ଯେତେବେଳେ ଆଧାର ଲିଙ୍କ ଶେଷ କରିବୁ ବୈଠକରେ ବସିବୁ ବୋଲି ସିଡିପିଓ କହିଥିଲେ। ଅନେକ ନେହୁରା ହେବା ପରେ ମଧ୍ୟ ସୋମବାରୀଙ୍କୁ ବୈଠକରେ ବସିବାକୁ ଅନୁମତି ଦିଆଯାଇ ନ ଥିଲା। ଫଳରେ ସେ ଦୁଇ ଘଣ୍ଟା ଖରାରେ ଛିଡା ହୋଇରହିଥିଲେ। ଗତ ୩୧ ଅଗଷ୍ଟରେ ସିଡିପିଓ ଫୋନ ଯୋଗେ କହିଥିଲେ ଯେ, ଆଧାର ଲିଙ୍କ ଠିକ କଲୁ କି ନାହିଁ ନ ହେଲେ ତୋ ଦରମା ବନ୍ଦ କରିଦେବି । ଏହିଭଳି ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକୁ ନେଇ ତାଙ୍କ ମା’ଙ୍କୁ ସର୍ବ ସମ୍ମୁଖରେ ଗାଳି ଗୁଳଜ କରିବା ସହିତ ଅପମାନିତ କରୁଥିବାରୁ ତାଙ୍କ ପୁଅ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି।ତେବେ ଏହି ଘଟଣାକୁ ନେଇ ଅନେକ ସମୟରେ ଯୋଗାଯୋଗ କରିବା ପରେ ମଧ୍ୟ ସିଡିପିଓ ଫୋନ ରିସିଭ କରି ନ ଥିଲେ। ଏନେଇ ଥାନାରେ ୧୯୫/୨୨ରେ ମାମଲା ରୁଜୁ କରାଯାଇ ଦଫା ୩୪୧,୨୯୪,୫୦୬ରେ ତଦନ୍ତ କରାଯାଉଛି। ତଦନ୍ତ ପରେ ସତ୍ୟାସତ୍ୟ ଉନ୍ମୋଚନ ହେବ ବୋଲି ସବଇନ୍ସପେକ୍ଟର ମୋନାଲିସା ବେହେରା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?