Posted inଖେଳ

ବିବାହ ପୂର୍ବରୁ ୨ ସନ୍ତାନର ପିତା ହୋଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର

ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ କ୍ରିକେଟରେ ଅନେକ ଉପଲବ୍ଧି ହାସଲ କରଛନ୍ତି। ଏହି ଖେଳାଳି ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ବିବାଦର ସାମ୍ନା କରିଥିଲେ ମଧ୍ୟ ତାଙ୍କ ପ୍ରେମିକା ସବୁବେଳେ ତାଙ୍କ ସହ ରହିଆସିଛନ୍ତି। ୨୦୧୩ରେ ପ୍ରଥମ ଥର ପାଇଁ ବେନ ଷ୍ଟୋକ୍ସ ଏବଂ କ୍ଲାର ରାଟକ୍ଲିଫ ସାକ୍ଷାତ ହୋଇଥିଲେ। ଏହି ସମୟରେ କ୍ଲାର ତାଙ୍କ ବାପାଙ୍କୁ ହରାଇଲେ। ଏତେ କଷ୍ଟ ସମୟରେ ଷ୍ଟୋକ୍ସ କ୍ଲାରଙ୍କ ହୃଦୟ ଜିତିଥିଲେ। ବିବାହର ନିଷ୍ପତ୍ତି କ୍ଲାରଙ୍କ ଦ୍ୱାରା ନିଆଯାଇଥିଲା ଯେତେବେଳେ ବେନ ଷ୍ଟୋକ୍ସ କୋର୍ଟରେ ଚାଲିଥିଲା। ୨୦୧୭ରେ, ଷ୍ଟୋକ୍ସ ନାଁରେ ବାର୍‌ ବାହାରେ କିଛି ଲୋକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ତାଙ୍କୁ ଦଳରୁ ବାହାର କରିଦେଇଥଲା। ଷ୍ଟୋକ୍ସଙ୍କୁ ସବୁ ସ୍ଥାନରେ ସମାଲୋଚନା କରାଯାଉଥିଲା। ଏହି ସମୟରେ କ୍ଲାର ନିଷ୍ପତ୍ତି ନେଇଥିଲେ ଯେ ଷ୍ଟୋକ୍ସଙ୍କୁ ବିବାହ କରିବେ । କଠିନ ସମୟ ମଧ୍ୟରେ ସେ ଷ୍ଟୋକ୍ସଙ୍କୁ ସମର୍ଥନ କରିଥିଲେ। ବିବାହ ପୂର୍ବରୁ କ୍ଲାର ଦୁଇଟି ସନ୍ତାନର ମା ହୋଇଥିଲେ। ବେନ ଷ୍ଟୋକ୍ସ ତାଙ୍କ ପରିବାରର ଅତି ନିକଟତର। ସେ ନିଜ ପରିବାରକୁ ଉତ୍ସର୍ଗ କରି ତାଙ୍କ ପିଠିରେ ଟାଟୁ କରିଛନ୍ତି। ଏହି ଟାଟୁରେ ଏକ ସିଂହୀ ଏବଂ ଦୁଇ ସନ୍ତାନ ନଜର ଆସିଛନ୍ତି।ଏହି ଟାଟୁ ତାଙ୍କ ପରିବାରକୁ ଦର୍ଶାଏ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଦୀପିକା କୁମାରୀ

ପ୍ୟାରିସ୍‌,୨୮।୬: ପ୍ୟାରିସରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପରେ ଭାରତର ତାରକା ମହିଳା ତୀରନ୍ଦାଜ ଦୀପିକା କୁମାରୀ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱକପ ପର୍ଯ୍ୟାୟରେ ପୁନର୍ବାର ବ୍ୟକ୍ତିଗତ...

ପାଓ୍ବରପ୍ଲେରେ ଧୋଇଲେ ମୟଙ୍କ, ଶିଖର

ମୁମ୍ବାଇ,୨୭।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦ୍ୱାରା ଧାର୍ଯ୍ୟ ୨୦୬ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ପଞ୍ଜାବ କିଙ୍ଗ୍ସକୁ ପାଓ୍ବାରପ୍ଲେରେ ବିସ୍ଫୋରକ ଆରମ୍ଭ ଦେଇଛନ୍ତି...

ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ ଫାଇନାଲ:ସେମିଫାଇନାଲରେ ଭାରତ

ହିରୋଶୀମା,୧୮।୬(ପିଟି)- ଏଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ୍‌ ଫାଇନାଲ୍ସ ଟୁର୍ନାମେଣ୍ଟରେ ଭାରତୀୟ ଦଳ ବୃହତ୍‌ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଗୁର୍‌ଜୀତ କୌରଙ୍କ...

ଉନ୍ମୋଚିତ ହେଲା ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଜର୍ସି

ନୂଆଦିଲ୍ଲୀ, ୧୨ା୩- ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ର ଆଗାମୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଶନିବାର ଏହାର ନୂଆ ଜର୍ସି ଉନ୍ମୋଚନ କରିଛି।...

ଆଇପିଏଲ୍‌- ୧୪: ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌

ନୂଆଦିଲ୍ଲୀ,୨୮।୪(ପି.ଟି.): ରିଦିମ୍‌କୁ ଫେରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୩ତମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନରାଇଜର୍ସ...

ଲାଇଭ ଚାଟ୍‌ରେ ମୁହଁ ଦେଖି ବ୍ରତ ଭାଙ୍ଗିଲେ ଧନଶ୍ରୀ, ସ୍ବାମୀ ନ ଥିବାରୁ ଥିଲେ ଦୁଃଖରେ…

ବମ୍ବେ: ଗୁରୁବାର ଥିଲା କରଓ୍ବାଚୌଥ। ଦେଶବିଦେଶରେ ଏହି ବ୍ରତକୁ ସଧବା ନାରୀମାନେ ବେଶ ଧୁମଧାମ୍‌ରେ ପାଳନ କରିଛନ୍ତି। ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଲେଗ୍‌ ସ୍ପିନର...

ମା’ଙ୍କ ସାମ୍ନାରେ ଭୋ’ ଭୋ’ ହୋଇ କାନ୍ଦୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତର ଟେଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ନିଜ ମନ କଥା ଖୁଲାସା କହିଛନ୍ତି। ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରହିବା ପାଇଁ ସେ ତାଙ୍କ ଆଧ୍ୟାତ୍ମିକ ଗୁରୁଙ୍କଠାରୁ...

ଆୟୋଜକ ଦୌଡ଼ରେ ଭାରତ, ସୌଦିଆରବ

ନୂଆଦିଲ୍ଲୀ, ୧୮ା୧୦: ଏସିଆନ କପ୍‌ ୨୦୨୭ର ଆୟୋଜନ ଅଧିକାର ପାଇବା ପାଇଁ କେବଳ ଭାରତ ଓ ସୌଦିଆରବ ମଧ୍ୟରେ ପ୍ରତିଯୋଗିତା ହେବ। ଆଗ୍ରହୀ ଥିବା ଅନ୍ୟ...

Advertisement
Archives

Model This Week