Posted inଖେଳ

ପ୍ରାଇମେରୀ ସ୍କୁଲରେ ପାଠ ପଢ଼ାନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଏକାକୀ ଦମ୍‌ଦାର ପ୍ରଦର୍ଶନ କରି ଗତବର୍ଷ ଦଳକୁ ବିଶ୍ୱକପ୍‌ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିଭଳି ଆଶେସ ସିରିଜରେ ଅଷ୍ଟ୍ରେଲିଆ ନିକଟରୁ ଦଳକୁ ପରାଜୟରୁ ରକ୍ଷା କରିବା ସହ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଗତ ୨ୟ ଟେଷ୍ଟ ମ୍ୟାଚ୍‌ ବିଜୟରେ ଷ୍ଟୋକ୍ସଙ୍କ ପ୍ରଦର୍ଶନ ବେଶ୍‌ ଉଲ୍ଲେଖନୀୟ ରହିଥିଲା। କୁହାଯାଏ ୨୯ ବର୍ଷୀୟ ଷ୍ଟୋକ୍ସ ଯଦି ପଡ଼ିଆରେ ଠିଆ ହୁଅନ୍ତି ତେବେ ଦଳକୁ ଜିତାଇବା ପରେ ହିଁ ଆସିଥାନ୍ତି। ଇଂଲଣ୍ଡ ଦଳର ଏହି ଅଭିଜ୍ଞ ଅଲ୍‌ରାଉଣ୍ଡ ୨୦୧୭ରେ ତାଙ୍କ ପିଲାଦିନର ସାଥୀ କ୍ଲାରେଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କ୍ଲାରେ ଓ ଷ୍ଟୋକ୍ସ ପରସ୍ପରକୁ ପିଲାଦିନରୁ ଚିହ୍ନିଥିବାବେଳେ ପ୍ରଥମେ ବହୁଦିନ ଧରି ଲିଭ୍‌ ଇନ୍‌ ରିଲେଶନରେ ରହିଥିଲେ। ଏହାପରେ ୨୦୧୩ରେ ଷ୍ଟୋକ୍ସଙ୍କ ବାପାଙ୍କ ମୃତ୍ୟୁ ପରେ କ୍ଲାରେଙ୍କ ସହ ତାଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ଷ୍ଟୋକ୍ସଙ୍କ ପ୍ରତିଟି କଠିନ ମୁହୂର୍ତ୍ତରେ ସର୍ବଦା ସାଥୀରେ ଠିଆ ହେଉଥିବା କ୍ଳାରେ ଜଣେ ସ୍କୁଲ ଶିକ୍ଷୟତ୍ରୀ। ଏକ ପ୍ରାଇମେରୀ ସ୍କୁଲରେ ପିଲାଙ୍କୁ ସେ ଶିକ୍ଷାଦାନ କରିଥାନ୍ତି। କ୍ଲାରେ ଓ ଷ୍ଟୋକ୍ସଙ୍କ ଲେଟନ ଓ ଲିବି ନାମରେ ଗୋଟିଏ ପୁଅ ଓ ଝିଅ ସନ୍ତାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଭାସ୍କରଙ୍କ ଆଇପିଏଲ ଦଳର ଅଧିନାୟକ ଧୋନୀ

ନୂଆଦିଲ୍ଲୀ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ପୂର୍ବରୁ ନିଜ ସର୍ବକାଳୀନ ଆଇପିଏଲ ଏକାଦଶ ଘୋଷଣା କରିଛନ୍ତି କିମ୍ବଦନ୍ତୀ ଭାରତୀୟ ଟେଷ୍ଟ ଓପନର ସୁନୀଲ...

୨୦୨୧ ଟୋକିଓ ଅଲିମ୍ପିକ୍ସ : ଧୈର୍ଯ୍ୟ ହରାଇ ନାହାନ୍ତି ସାନିଆ

ନୂଆଦିଲ୍ଲୀ, ୧୭।୪- ଦୀର୍ଘ ଦୁଇବର୍ଷ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଟେନିସରୁ ଦୂରେଇ ରହିବାପରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ଭାରତର ସାନିଆ ମିର୍ଜା। ଲକ୍ଷ୍ୟଥିଲା ଟୋକିଓ ଅଲିମ୍ପିକ୍ସ। ମାତ୍ର କରୋନା...

ହାମିଲଟନ୍‌ଙ୍କୁ ବିବିସି ପୁରସ୍କାର

ଲଣ୍ଡନ, ୨୨ା୧୨ (ଏପି)- ସାତ ଥର ଫର୍ମୁଲାଓ୍ବାନ ଚାମ୍ପିୟନ ଲୁଇସ୍‌ ହାମିଲଟନ ଚଳିତ ବର୍ଷ ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ବିବିସିର ସ୍ପୋଟର୍‌ସ...

ଇଂଲଣ୍ଡ ଦଳର ଘା’ରେ ଚୂନ ଲଗାଇଲେ ନିଜ ଦେଶର କ୍ରିକେଟର୍‌, କହିଲେ ଏମିତି

ଲଣ୍ଡନ,୨୨।୮: ଭାରତ ବିପକ୍ଷରେ ଇଂଲଣ୍ଡ କ୍ରିକେଟ ଦଳ ଲର୍ଡସ ଟେଷ୍ଟ ହାରିବା ପରେ ଘରୋଇ ଦଳକୁ ପ୍ରଦର୍ଶନ ନେଇ କ୍ରମାଗତ ସମାଲୋଚନାର ସମ୍ମୁଖୀନ ହେଉଛି। ଇଂଲଣ୍ଡର...

୨୦ ବର୍ଷରୁ କମ୍‌ ଏସିଆ ମହିଳା ରଗ୍‌ବୀ ସେଭେନ୍ସ: ଓଡ଼ିଶାର ସୁମିତ୍ରା ଭାରତୀୟ ଦଳ ଅଧିନାୟିକା

ଭୁବନେଶ୍ୱର, ୨୧।୮(କ୍ରୀଡ଼ା ପ୍ରତିନିଧି)-ଲାଓସର ଭେଣ୍ଟିଏନଠାରେ ଚଳିତମାସ ୨୪ ଓ ୨୫ ତାରିଖରେ ହେବାକୁଥିବା ୨୦ ବର୍ଷରୁ କମ୍‌ ଏସିଆ ମହିଳା ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ପାଇଁ...

କାର୍ନି ଶୁଟିଂ ରେଞ୍ଜରେ ଶୁଟରଙ୍କ ମାରପିଟ୍‌

ନୂଆଦିଲ୍ଲୀ,୨୧।୧୦- ସ୍ଥାନୀୟ କାର୍ନି ସିଂ ଶୁଟିଂ ରେଞ୍ଜଠାରେ ସଭିଙ୍କୁ ଚକିତ କଲାଭଳି ବିପଜ୍ଜନକ ଘଟଣା ଦେଖିବାକୁ ମିଳିଛି। ରବିବାର ଦୁଇ ଶୁଟର ଫାୟରିଂ ପଏଣ୍ଟ ନିକଟରେ...

କ୍ରିକେଟରୁ ବ୍ରେକ୍‌ ନେଲେ ଏହି କ୍ରିକେଟ୍‌ର: କାରଣ ରହିଛି ଏମିତି

ସିଡନୀ,୧୮।୫: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଡାନିଏଲ ସିମସ ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ମାନସିକ ଚାପ ଯୋଗୁ ସେ ଏହି ନିଷ୍ପତ୍ତି...

ନକ୍‌ ଆଉଟରେ ନେଦରଲାଣ୍ଡ୍ସ, ସେନେଗାଲ

ଦୋହା, ୩୦।୧୧: ନେଦରଲାଣ୍ଡ୍ସ ଓ ସେନେଗାଲ ଚଳିତ ଫିଫା ବିଶ୍ୱକପର ନକ୍‌ଆଉଟରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ‘ଏ’ରେ ମଙ୍ଗଳବାର ଅନୁଷ୍ଠିତ ୨ଟି ମ୍ୟାଚରେ ନେଦରଲାଣ୍ଡ୍ସ ୨-୦...

Advertisement
Archives

Model This Week