Posted inଖେଳ

ମାତ୍ର ୨୧ ମିନିଟ୍‌ରେ ଶତକ ହାସଲ କରିଥିଲେ ଏହି କ୍ରିକେଟର୍‌: ଆଜି ବି ରେକର୍ଡ ଅଛି କାଏମ, ନାଁ ଜାଣିଲେ…

ଲଣ୍ଡନ,୩।୧୦: କ୍ରିକେଟରେ ଦ୍ରୁତତମ ଶତକ ବିଷୟରେ ଯେତେେ ବଳେ ଆଲୋଚନା କରାଯାଏ, ଲୋକମାନେ ପ୍ରାୟତଃ କମ ବଲ୍‌ରେ ମାରିଥିବା ଶତକ ବିଷୟରେ କୁହନ୍ତି। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ, କେଉଁ ଖେଳାଳି ସବୁଠାରୁ କମ ସମୟ ମଧ୍ୟରେ ଶତକ ହାସଲ କରିବାର ରେକର୍ଡ ରଖିଛନ୍ତି। ଏହି ସଫଳତା ଇଂଲଣ୍ଡ ଅଲରାଉଣ୍ଡର ଗ୍ଲେନ ଚାପେଲ ହାସଲ କରିଥିଲେ। ଚାପେଲ ୧୯୯୩ରେ ଏକ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଏକ ରେକର୍ଡ ସ୍ଥାପନ କରିଥିଲେ, ଯାହା ୩୨ ବର୍ଷ ପରେ ମଧ୍ୟ ଅତୁଟ ରହିଛି।

ଲାଙ୍କାଶାୟାର ପାଇଁ ଖେଳୁଥିବା ଚାପେଲ ୧୫ ଜୁଲାଇ ୧୯୯୩ରେ ଗ୍ଲାମୋର୍ଗାନ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ। ଲାଙ୍କାଶାୟାର ଦ୍ୱିତୀୟ ଇନିଂସରେ ଚାପେଲଙ୍କୁ ଇନିଂସ ଓପନ କରିବାକୁ ପଠାଇଥିଲା। କ୍ରିଜ୍‌ରେ ପାଦ ଦେବା ମାତ୍ରେ ସେ ବୋଲରମାନଙ୍କ ଉପରେ ଆକ୍ରମଣ କରିଥିଲେ। ଚାପେଲ ମାତ୍ର ୨୧ ମିନିଟ ଏବଂ ୨୭ ବଲ୍‌ରେ ତାଙ୍କର ଶତକ ପୂରଣ କରିଥିଲେ। ଏହି ଇନିଂସରେ ସେ ୧୦ ଚୌକା ଏବଂ ୯ ଛକା ମାରିଥିଲେ। ସମୟ ଦୃଷ୍ଟିରୁ, ଏହା ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେଏପର୍ଯ୍ୟନ୍ତ ସବୁଠାରୁ ଦ୍ରୁତତମ ଶତକ।
ପୂର୍ବରୁ, ଏହି ସଫଳତା ଅଷ୍ଟ୍ରେଲିଆର ଟମ ମୁଡି ହାସଲ କରିଥିଲେ। ୧୯୯୦ ମସିହାରେ ୱାରୱିକଶାୟାର ବିପକ୍ଷରେ ଗ୍ଲାମୋର୍ଗାନ ପାଇଁ ଖେଳୁଥିବା ମୁଡି ମାତ୍ର ୨୬ ମିନିଟରେ ଶତକ ହାସଲ କରିଥିଲେ। ଚାପେଲ ମୁଡିଙ୍କ ରେକର୍ଡ ଭାଙ୍ଗି ନୂତନ ଇତିହାସ ସୃଷ୍ଟି କରିଥିଲେ।
ଲାଙ୍କାଶାୟାର ପ୍ରଥମ ଇନିଂସରେ ୩୧୦ ରନ କରିଥିଲା। ଜବାବରେ, ଗ୍ଲାମୋର୍ଗାନ ୩୦୩ ରନରେ ସେମାନଙ୍କର ଇନିଂସ ଘୋଷଣା କରିଥିଲା, ଯାହା ଲାଙ୍କାଶାୟାରକୁ ମାତ୍ର ୭ ରନର ଲିଡ ଦେଇଥିଲା। ଚାପେଲଙ୍କ ବିସ୍ଫୋରକ ଇନିଂସ ପରେ ଲାଙ୍କାଶାୟାର ମାତ୍ର ୧୨ ଓଭରରେ ୨୩୫ ରନ କରିବା ପରେ ସେମାନଙ୍କର ଇନିଂସ ଘୋଷଣା କରିଥିଲା। ଗ୍ଲାମୋର୍ଗାନ ବିଜୟ ପାଇଁ ୨୪୩ ରନ ଆବଶ୍ୟକ କରିଥିଲା, ଯାହାକୁ ସେମାନେ ମାତ୍ର ୫୨.୧ ଓଭରରେ ହାସଲ କରିଥିଲେ। ଏହି ସମୟ ମଧ୍ୟରେ ସେମାନେ ୩ ଉଇକେଟ ହରାଇଥିଲେ। ଚାପେଲଙ୍କ ଧମାକାଦାର ଶତକ ଦଳକୁ ସାହାଯ୍ୟ କରି ନ ଥିଲା, କିନ୍ତୁ ଏହି ଇନିଂସ କ୍ରିକେଟ ଇତିହାସରେ ଚିରକାଳ ପାଇଁ ଲିପିବଦ୍ଧ ହୋଇ ରହିଛି।

ଗ୍ଲେନ ଚାପେଲଙ୍କ ଘରୋଇ କ୍ୟାରିଅର୍‌ ଏକ ଚମତ୍କାର ଥିଲା, କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ଭାଗ୍ୟ ତାଙ୍କ ପକ୍ଷରେ ନ ଥିଲା। ୨୦୦୬ ମସିହାରେ ସେ ଇଂଲଣ୍ଡ ପାଇଁ ତାଙ୍କର ଏକଦିବସୀୟ ଡେବ୍ୟୁ କରିଥିଲେ, କିନ୍ତୁ ସେହି ମ୍ୟାଚରେ ଆହତ ହୋଇଥିଲେ। ମାତ୍ର ଚାରି ଓଭର ବୋଲିଂ କରିବା ପରେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା ଏବଂ ସେ ଆଉ କେବେ ଇଂଲଣ୍ଡ ଜର୍ସି ପିନ୍ଧିବାର ସୁଯୋଗ ପାଇଲେ ନାହିଁ।

ଚାପେଲଙ୍କ ରେକର୍ଡ ୩୨ ବର୍ଷ ପରେ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି। ଆଜିର ଦ୍ରୁତ ଗତିର କ୍ରିକେଟ ଏବଂ ଟି-୨୦ ଯୁଗରେ ମଧ୍ୟ, କୌଣସି ଖେଳାଳି ଏତେ କମ ସମୟ ମଧ୍ୟରେ ଶତକ ହାସଲ କରିନାହାଁନ୍ତି। ଏହି କାରଣରୁ କ୍ରିକେଟ ପ୍ରେମୀଙ୍କ ପାଇଁ ଏହି ଇନିଂସ କୌଣସି କିମ୍ବଦନ୍ତୀଠାରୁ କମ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?