ଜିନ୍‌ପିଙ୍ଗଙ୍କ ସହ ହାତ ମିଳାଇଲେ ନାହିଁ ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ, ଜାଣନ୍ତୁ କାହିଁକି କଲେ ଏପରି…

ବେଜିଂ,୩ା୯: ଚାଇନାର ତିଆଞ୍ଜିନ୍‌ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଥିଲା। ମାଲେସିଆର ପ୍ରଧାନମନ୍ତ୍ରୀ ଅନଓ୍ବର ଇବ୍ରାହିମଙ୍କ ସ୍ତ୍ରୀ ଓ୍ବାନ ଅଜିଜା ଓ୍ବାନ ଇସମାଇଲ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ସହ ହାତ ମିଳାଇବାକୁ ମନା କରିଥିଲେ। ଜିନ୍‌ପିଙ୍ଗ SCO ଶିଖର ସମ୍ମିଳନୀର ସଦସ୍ୟ ଦେଶଗୁଡ଼ିକର ସର୍ବୋଚ୍ଚ ନେତାମାନଙ୍କୁ ସ୍ବାଗତ କରୁଥିଲେ। ଏହି ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ହାତ ମିଳାଇବାକୁ ମନା କରିଥିଲେ।

ପ୍ରକୃତରେ ଜିନ୍‌ପିଙ୍ଗ ଏବଂ ତାଙ୍କ ସ୍ତ୍ରୀ ପେଙ୍ଗ ଲିୟୁଆନ ମାଲେସିଆର ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସ୍ତ୍ରୀଙ୍କୁ ସ୍ବାଗତ କରୁଥିଲେ। ଏହି ସମୟରେ ଜିନ୍‌ପିଙ୍ଗ ଅନଓ୍ବର ଇବ୍ରାହିମଙ୍କ ସହ ହାତ ମିଳାଇ ତାଙ୍କ ସ୍ତ୍ରୀଙ୍କ ଆଡ଼କୁ ହାତ ବଢ଼ାଇଥିଲେ, କିନ୍ତୁ ମାଲେସିଆର ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ଓ୍ବାନ୍‌ ଅଜିଜା ହାତ ମିଳାଇବାକୁ ମନା କରିଥିଲେ। ସେ ତାଙ୍କ ହାତ ଯୋଡ଼ି ନମସ୍ତେ କହିଲେ ଏବଂ ସମ୍ମାନାର୍ଥେ ମୁଣ୍ଡ ନୁଆଇଁଲେ। ଜିନ୍‌ପିଙ୍ଗ ଏପରି ପରିସ୍ଥିତି ପାଇଁ ପ୍ରସ୍ତୁତ ନ ଥିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ। ଓ୍ବାନ ଅଜିଜା କିନ୍ତୁ ଜିନ୍‌ପିଙ୍ଗଙ୍କ ପତ୍ନୀଙ୍କ ସହ ହାତ ମିଳାଇଥିଲେ।

ଜିନ୍‌ପିଙ୍ଗଙ୍କ ସହ ହାତ ମିଳାଇବା ପାଇଁ କୌଣସି ସ୍ପଷ୍ଟ କାରଣ ଦିଆଯାଇ ନାହିଁ। ତଥାପି ଏହାର କୌଣସି ମାଲେସିଆନ ପରମ୍ପରା କିମ୍ବା ଧାର୍ମିକ କାରଣ ଥାଇପାରେ। ଅଜିଜା ମାଲେସିଆର ଜଣେ ବରିଷ୍ଠ ରାଜନେତା। ସେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ମାଲେସିଆର ଉପପ୍ରଧାନମନ୍ତ୍ରୀ ମଧ୍ୟ ରହିସାରିଛନ୍ତି।

ମାଲେସିଆ ଏବଂ ଚାଇନା ମଧ୍ୟରେ ସମ୍ପର୍କ ବହୁତ ଭଲ ରହିଛି। ଯଦିଓ କିଛି ପାର୍ଥକ୍ୟ ରହିଛି ତଥାପି ଆର୍ଥିକ ଏବଂ ରାଜନୈତିକ ସ୍ତରରେ ସହଯୋଗ ନିରନ୍ତର ଦେଖାଯାଇଛି। ଚାଇନା ମଧ୍ୟ ଏପର୍ଯ୍ୟନ୍ତ ମାଲେସିଆର ଏକ ପ୍ରମୁଖ ବାଣିଜି୍ୟକ ଅଂଶୀଦାର ହୋଇଆସିଛି। ଦୁଇ ଦେଶ ମଧ୍ୟରେ ଅନେକ କ୍ଷେତ୍ରରେ ବାଣିଜ୍ୟ ହୋଇଛି। ଯନ୍ତ୍ରପାତି, ଇଲେକ୍ଟ୍ରୋନିକ୍ସ, ତେଲ ଏବଂ ଗ୍ୟାସ ତାଲିକାରେ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ତ୍ରିଶୂଳୀ ସୁଡ଼ଙ୍ଗ ଭିତରେ ‘ହରେ କୃଷ୍ଣ’ ଜପ କରୁଥିଲେ ସଞ୍ଜୟ; ଜନ୍ମାଷ୍ଟମୀରେ ମିଳିଲା ନୂଆ ଜୀବନ

କାଠମାଣ୍ଠୁ,୪।୯: ନେପାଳର ତ୍ରିଶୁଳିରେ ଥିବା ଏକ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରୁ ଶୁକ୍ରବାର ଦୁଇଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri