Posted inଖେଳ

ପନ୍ତଙ୍କ ଲାଗି ଦେବଦୂତ ସାଜିଥିଲେ ଏହି ବସ୍‌ ଡ୍ରାଇଭର: ଜଳନ୍ତା ଗାଡ଼ି ନିକଟରୁ ଦୂରକୁ ନେଇଥିଲେ, ଚାଦର ଢ଼ାଙ୍କି…

ନୂଆଦିଲ୍ଲୀ,୩୦।୧୨: କ୍ରିକେଟର ଋଷଭ ପନ୍ତଙ୍କ କାର୍‌ ଶୁକ୍ରବାର ବଡ଼ ଦୁର୍ଘଟଣାର ଶିକାର ହୋଇଛି। ତାଙ୍କର ମୁଣ୍ଡ ଏବଂ ଆଣ୍ଠୁରେ ଗଭୀର ଆଘାତ ଲାଗିଛି। ସେହିଭଳ ପିଠିରେ ଏବଂ ଗୋଡର କିଛି ଅଂଶରେ ମଧ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି। ତେବେ ପନ୍ତଙ୍କ ଏହି ଦୁର୍ଘଟଣା ରୁର୍‌କି ନିକଟ ମହମ୍ମଦପୁର ଜାଟ ଅଞ୍ଚଳରେ ଘଟିଥିଲା। ଦୁର୍ଘଟଣା ପରେ ଜଣେ ବସ୍‌ ଡ୍ରାଇଭର୍‌ ଦେବଦୂତ ସାଜି ପନ୍ତଙ୍କ ଜୀବନ ରକ୍ଷା କରିଥିଲେ। ସର୍ବପ୍ରଥମେ ଡ୍ରାଇଭର ବସ୍‌ ରୋକି ପନ୍ତଙ୍କୁ କାର୍‌ଠାରୁ ଦୂରକୁ ନେଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ମଧ୍ୟ ପହଞ୍ଚାଇଥିଲେ।

ପନ୍ତ ନିଜର ମର୍ସଡିଜ୍‌ କାର୍‌ ନିଜେ ଚଲାଇ ରୁର୍‌କିରେ ଥିବା ନିଜ ଘରକୁ ଯାଉଥିଲେ। ଏହି ସମୟରେ ତାଙ୍କୁ ନିଦ ଲାଗିବାରୁ କାର୍‌ଟି ଡିଭାଇଡରର ପିଟିହୋଇ ଜଳି ଯାଇଥିଲା। ପନ୍ତ ନିଜେ କାର୍‌ର ଓ୍ବିଣ୍ଡ ସ୍କ୍ରିନ ଭାଙ୍ଗି ବାହାରକୁ ଆସିଥିଲେ। ହେଲେ ବସ୍‌ ଡ୍ରାଇଭର ସୁଶୀଲ ହିଁ ତାଙ୍କ ପାଖରେ ପ୍ରଥମେ ପହଞ୍ଚିଥିଲେ।

ହରିଦ୍ୱାର ଏସ୍‌ଏସ୍‌ପି ଅଜୟ କୁମାରଙ୍କ ଅନୁଯାୟୀ, ଯେଉଁ ସମୟରେ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା, ସେତେବେଳେ ହରିୟାଣା ରୋଡଓ୍ବେଜ୍‌ର ବସ୍‌ ତାଙ୍କ ପଛରେ ଆସୁଥିଲା। ଡ୍ରାଇଭର ସୁଶୀଲ ଦୁର୍ଘଟଣା ଦେଖି ବସ୍‌ ରୋକିଥିଲେ। ପରେ ୧୧୨ ନଂରେ ଫୋନ୍‌ କରି ଏନେଇ ସୂଚନା ଦେଇଥିଲେ। ଏହାପରେ ପନ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ଦୁର୍ଘଟଣା ନେଇ ପଚରାଯିବାରେ ସୁଶୀଲ କହିଛନ୍ତି, ମୁଁ ପନ୍ତଙ୍କୁ ତଳେ ପଡ଼ିଥିବା ଦେଖିଥିଲି। ମୁଁ ଭାବିଲି ସେ ବଞ୍ଚିବେ ନାହିଁ। କାରଣ ତାଙ୍କ ଗାଡ଼ି ହୁତୁ ହୁତୁ ହୋଇ ଜଳୁଥିଲା। ସେଠାରେ ହିଁ ପନ୍ତ ପଡ଼ିଥିଲେ। ମୁଁ ତାଙ୍କୁ ଉଠାଇ କାର୍‌ରୁ ଦୂରକୁ ଆଣିଥିଲେ। ଆଉ କେହି ଗାଡ଼ି ଭିତରେ ଅଛନ୍ତି କି ବୋଲି ପଚାରିଥିଲି। ସେ କହିଥିଲେ ଏକୁଟିଆ ଅଛନ୍ତି। ଏପରିକି ନିଜ ପରିଚୟ ଦେଇଥିଲେ। କ୍ରିକେଟ ବିଷୟରେ ଏତେ କିଛି ଜାଣି ନ ଥିଲି। ଏଣୁ ତାଙ୍କୁ ରାସ୍ତାକଡ଼ରେ ଛିଡ଼ା କରିଥିଲି। ତାଙ୍କ ଶରୀରରେ ପୋଷାକ ନ ଥିଲା। ଏଣୁ ମୋ ପାଖରେ ଥିବା ଚାଦରରେ ତାଙ୍କୁ ଢ଼ାଙ୍କି ଥିଲୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri