Posted inଜାତୀୟ

ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋଦି

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଷ୍ଟାର କ୍ରିକେଟର ଋଷଭ ପନ୍ତ ଶୁକ୍ରବାର ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଦୁର୍ଘଟଣା ହରିଦ୍ୱାରା ଜିଲାର ମଙ୍ଗଲୋରରେ ଘଟିଛି। ଶୁକ୍ରବାର ସକାଳେ ଦିଲ୍ଲୀ-ଡେରାଡୁନ ରାଜମାର୍ଗରେ ଥିବା ଏକ ଡିଭାଇଡରରେ ତାଙ୍କ କାର୍‌ ପିଟି ହୋଇ ଜଳିଯାଇଥିଲା। କୌଣସି ମତେ ସେ କାର ଝରକାରୁ ବାହାରି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି। କିନ୍ତୁ ୨୫ବର୍ଷୀୟ ପନ୍ତଙ୍କୁ ଗଭୀର କ୍ଷତ ଲାଗିଛି। ତାଙ୍କ ମୁଣ୍ଡ, ପିଠି ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ହରିଦ୍ୱାରର ଏସ୍‌ଏସ୍‌ପି ଅଜୟ ସିଂହ କହିଛନ୍ତି। ତୁରନ୍ତ ତାଙ୍କୁ ପ୍ରଥମେ ରୁରକି ହସ୍ପିଟାଲ ପରେ ଡେରାଡୁନ ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଅନ୍ୟପଟେ ପନ୍ତଙ୍କ ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କରିଛନ୍ତି। ଉକ୍ତ ଟୁଇଟରେ ମୋଦି ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ତାଙ୍କର ଭଲ ସ୍ବାସ୍ଥ୍ୟ ପାଇଁ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଏପିର ‘କେଜରିଓ୍ବାଲ ଗ୍ୟାରେଣ୍ଟି କାର୍ଡ’

ନୂଆଦଲ୍ଲୀ,୧୯।୧: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେ ଏହାକୁ ନେଇ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ସବୁଦଳ ପ୍ରସ୍ତୁତ ହେଉଛନ୍ତି। ଏଠାରେ ଶାସକ...

ଚାଲି ଚାଲି ନାମାଙ୍କନ ପତ୍ର ଦାଖଲ କରିବାକୁ ଗଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ପୂର୍ବ ଦିଲ୍ଲୀର ପଟପରଗଞ୍ଜ ବିଧାନସଭା ଆସନରୁ...

ଥମୁନି ମୁକୁଲ-ଶୁଭେନ୍ଦୁଙ୍କ କଳି

କୋଲକାତା,୧୩।୭: ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରୟ ଭାଜପା ଛାଡ଼ି ତୃଣମୂଳକ କଂଗ୍ରେସରେ ଯୋଗଦେବା ପରଠୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା...

ଗଛ ଉପରେ ବସି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି ପିଲା: ଭିଡିଓ ଭାଇରାଲ

ମୁମ୍ବାଇ,୧୮।୮: କରୋନା ଲକ୍‌ଡାଉନ ଯୋଗୁ ଦେଶରେ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପିଲାଙ୍କ ଭବିଷତ୍ୟକୁ ନଜରରେ ରଖି ଅନ୍‌ଲାଇନରେ ପାଠ ପଢ଼ାଇବାକୁ...

ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ରୁହ : ଭାଜପାକର୍ମୀଙ୍କୁ ଶୁଭେନ୍ଦୁଙ୍କ ପରାମର୍ଶ…

କୋଲକାତା,୩।୧୨ : ପଶ୍ଚିମବଙ୍ଗ ବିପକ୍ଷ ନେତା ଶୁଭେନ୍ଦୁ ଅଧିକାରୀ ଭାଜପାକର୍ମୀଙ୍କୁ ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ନେଇଛନ୍ତି। ଆସନ୍ତା ୨୦୨୩ ବର୍ଷରେ ହେବାକୁ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନର ଷଡ଼ଯନ୍ତ୍ର ହୋଇଛି ବିଫଳ: ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୧୫।୧: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନର ପକ୍ଷରୁ ହୋଇଥିବା ଷଡ଼ଯନ୍ତ୍ର ବିଫଳ ହୋଇଛି। ୭୨ତମ ସେନା ଦିବସ...

ସ୍ବପ୍ନାଙ୍କ ଜାମିନକୁ କେନ୍ଦ୍ରର ବିରୋଧ

ଚେନ୍ନାଇ,୧୧।୭: କେରଳ ସୁନା ଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶଙ୍କ ଜାମିନ ଆବେଦନକୁ ଶୁକ୍ରବାର କେନ୍ଦ୍ର ସରକାର ବିରୋଧ କରିଛନ୍ତି। ତାଙ୍କୁୁ ଜାମିନ ଦିଆଗଲେ...

କଂଗ୍ରେସ ଅଧ୍ୟକ୍ଷ ଦୌଡ: ଆଗରେ ଗେହଲଟ

ନୂଆଦିଲ୍ଲୀ,୨୦।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ରାହୁଲ ଗାନ୍ଧୀଙ୍କ ସ୍ଥାନ ନେଇ ପାରନ୍ତି ବୋଲି ଆଲୋଚନା ହେଉଛି। ରାହୁଲଙ୍କ ପରେ...

Advertisement
Archives

Model This Week