ଗୋଟିଏ ବର୍ଷରେ ୩୯ ଫିଲ୍ମ କରିଥିଲେ ଏହି ଅଭିନେତା

ମୁମ୍ବାଇ: ଅଭିନୟ ଦୁନିଆରେ ଏପରି ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ନିଜ କ୍ୟାରିୟରରେ ଏପରି କାର୍ଯ୍ୟ କରିଛନ୍ତି, ଯାହାଙ୍କୁ ମୃତ୍ୟୁ ପରେ ମଧ୍ୟ ସେମାନେ ଦର୍ଶକଙ୍କ ହୃଦୟରେ ରହିଯାଇଛନ୍ତି। ଏହିପରି ଜଣେ ଅଭିନେତା ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ସୁପରଷ୍ଟାର ପ୍ରେମ୍‌ ନାଜିର ଥିଲେ। ତାଙ୍କର ଅଭିନୟ ଏତେ ବଳିଷ୍ଠ ଥିଲା ଯେ, ସେ ସେହି ସମୟ ମଧ୍ୟରେ ପ୍ରତ୍ୟେକ ଫିଲ୍ମ ନିର୍ମାତାଙ୍କର ପ୍ରଥମ ପସନ୍ଦ ହୋଇ ରହିଥିଲେ। ୧୯୭୯ରେ ସେ ଗୋଟିଏ ବର୍ଷରେ ୩୯ଟି ଫିଲ୍ମ କରିବାର ରେକର୍ଡ ସୃଷ୍ଟି କରିଥିଲେ।

ପ୍ରେମ ନାଜିର ତାଙ୍କ ଅଭିନୟ କ୍ୟାରିୟରରେ ଅନେକ ଫିଲ୍ମରେ କାମ କରିଥିଲେ। ସେ ତାଙ୍କ ଅଭିନୟ କ୍ୟାରିୟରରେ ୭୦୦ରୁ ଅଧିକ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସେଥିରେ ସେ ପ୍ରାୟ ୪୦ଟି ଫିଲ୍ମରେ ଡବଲ ରୋଲ୍‌ କରିଥିବା ଦେଖିବାକୁ ମିଳିଥିଲା।

ପ୍ରେମ ତାଙ୍କ ସମଗ୍ର କ୍ୟାରିୟରରେ ଅନେକ ବ୍ୟାକ୍‌-ଟୁ-ବ୍ୟାକ୍‌ ହିଟ୍‌ କରିଥିଲେ। ସେ ଏକ ରୋମାଣ୍ଟିକ ହିରୋ ଭାବରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ରୋମାନ୍ସ କିଙ୍ଗ୍‌ କୁହାଯାଉଥିବା ଶାହାରୁଖ ମଧ୍ୟ ତାଙ୍କ ପଛରେ ରହିଯାଇଥିଲେ। ଏହି କାରଣରୁ ସେ ପ୍ରଥମେ ମାଲାୟାଲମ ସୁପରଷ୍ଟାର ମାନ୍ୟତା ପାଇଥିଲେ। ୫୦ ଦଶକରେ ତାଙ୍କର ସର୍ବାଧିକ ମହିଳା ପ୍ରଶଂସକ ଥିଲେ। ସେ ଇଣ୍ଡଷ୍ଟ୍ରିରେ ବେଶ ଲୋକପ୍ରିୟ ଥିଲେ। ୧୯୫୬ରୁ ୭୬ପର୍ଯ୍ୟନ୍ତ ସେ ଅନେକ ସାମାଜିକ ଏବଂ ଧାର୍ମିକ ଫିଲ୍ମରେ କାମ କରିଥିଲେ। ତାଙ୍କର ଉତ୍କୃଷ୍ଟ କଳା ସାରା ଦେଶରେ ମାଲାୟାଲମ ଇଣ୍ଡଷ୍ଟ୍ରିକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?