Posted inଜାତୀୟ

ଏନ୍‌କାଉଣ୍ଟରରେ ୧୩ ମାଓବାଦୀ ନିହତ

ଗଡ଼ଚିରୋଲି,୨୨ା୫: ମହାରାଷ୍ଟ୍ର ପୋଲିସକୁ ଶୁକ୍ରବାର ବଡ଼ ସଫଳତା ମିଳିଛି। ଗଡ଼ଚିରୋଲି ଜିଲା ଏଟାପଲ୍ଲୀ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ପୋଲିସ ଏନ୍‌କାଉଣ୍ଟରରେ ୧୩ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ବୋଲି ରାଜ୍ୟ ଗୃହମନ୍ତ୍ରୀ ଦିଲୀପ ଓ୍ବାଲ୍‌ସେ ପାଟିଲ ସୂଚନା ଦେଇଛନ୍ତି।
ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ପୋଲିସକୁ ଗୋଇନ୍ଦା ସୂଚନା ମିଳିଥିଲା। ସି-୬୦ କମାଣ୍ଡୋମାନେ ସେଠାକୁ ଯାଇ ସକାଳ ୬ଟାରେ ତଲାସି ଚଳାଇଥିବାବେଳେ ମାଓବାଦୀମାନେ ଗୁଳିବର୍ଷା କରିଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଦେଢ଼ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ସୁରକ୍ଷା ବଳର ଗୁଳିମାଡ଼ରେ ୭ ମହିଳା ଓ ୬ ପୁରୁଷ ମାଓବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪-୫ ଜଣ ଆହତ ହୋଇ ଜଙ୍ଗଲରେ ଲୁଚିଯାଇଥିଲେ। ଆଣ୍ଟାଇ ନକ୍ସଲ ଅପରେଶନ୍ସ (ଏଏନ୍‌ଓ)ର ଜଣେ ମୁଖପାତ୍ର କହିଛନ୍ତି, ମାଓବାଦୀମାନେ ବଟି ଅସୁଲ ପାଇଁ ସ୍ଥାନୀୟ ଗ୍ରାମଗୁଡ଼ିକୁ ଯିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ମିଳିଥିଲା। ସି-୬୦ କମାଣ୍ଡୋର ଏକ ଟିମ୍‌ ଜଙ୍ଗଲରେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲା। ସେହି ସମୟରେ ୬୦-୭୦ ଜଣ ସଶସ୍ତ୍ର ମାଓବାଦୀ ପୋଲିସ ଟିମ୍‌କୁ ଟାର୍ଗେଟ କରି ଆଖିବୁଜା ଗୁଳି ଚଳାଇଥିଲେ। ପୋଲିସ ପ୍ରଥମେ ମାଓବାଦୀଙ୍କୁ ଆମତ୍ସମର୍ପଣ ପାଇଁ ଅନୁରୋଧ କରିଥିଲା, ଯାହାକୁ ସେମାନେ ଶୁଣି ନ ଥିଲେ। ଏନ୍‌କାଉଣ୍ଟର ସ୍ଥଳରୁ କସାନସୁର ଦଳମ୍‌ର ୧୩ ମାଓବାଦୀଙ୍କ ମୃତଦେହ ମିଳିଛି। ମୃତଦେହ ନିକଟରୁ ଏକେ-୪୭, ଏସ୍‌ଏଲ୍‌ଆର୍‌, କାର୍ବାଇନ୍‌, ୩୦୩ ରିଭଲଭର, ୧୨-ବୋର ରାଇଫଲ୍‌ ଭଳି ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ଉକ୍ତ ସ୍ଥାନରେ ମାଓବାଦୀମାନେ ଏକ ଅସ୍ଥାୟୀ ଶିବିର କରିଥିବା ମନେହେଉଛି। ଜିଲା ତଥା ଆଖପାଖ ଅଞ୍ଚଳର ପୋଲିସକୁ ହାଇଆଲର୍ଟରେ ରଖାଯାଇଛି। ଘଟଣା ପରେ ଗୃହମନ୍ତ୍ରୀ ଦିଲୀପ ଗଡ଼ଚିରୋଲି ପୋଲିସ ମୁଖ୍ୟାଳୟକୁ ଯାଇ ସଞ୍ଜୟ ସାକ୍ସେନା, ସନ୍ଦୀପ ପାଟିଲ, ଅଙ୍କିତ ଗୋୟଲ, ମନୀଷ କଲଭାନିୟା, ସମୀର ଶୈଖ୍‌ ଓ ସୋମୟ ମୁଣ୍ଡେ, ଭାଉସାହେବ ଢୋଲେଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଛତିଶଗଡ଼ ପ୍ରତିପକ୍ଷ ଭୂପେଶ ବଘେଲଙ୍କ ସହ ସୀମାପାର ମାଓବାଦ ଓ ପାରସ୍ପରିକ ସହଯୋଗ ନେଇ ଆଲୋଚନା କରିବେ ବୋଲି ଗୃହମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri