ପ୍ରଭାବିତ ହୋଇପାରେ ଏକ ତୃତୀୟାଂଶ ବିଶ୍ୱ ଅର୍ଥନୀତି’

ନୂଆଦିଲ୍ଲୀ,୩।୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୌଗୋଳିକ କାରଣରୁ ଚଳିତ ବର୍ଷ ବିଶ୍ବ ଅର୍ଥ ବ୍ୟବସ୍ଥା କଠିନ ସମୟ ଓ ମାନ୍ଦାବସ୍ଥା ଦେଇ ଗତି କରିପାରେ ବୋଲି ନିକଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ଏମଡି କ୍ରିଷ୍ଟଲୀନା ଜାର୍ଜିଭର ମତପ୍ରକାଶ କରିଛନ୍ତି। ଏପରିକି ୨୦୨୩ରେ ବିଶ୍ବ ଅର୍ଥନୀତି ପାଇଁ କଠିନ ପରିସ୍ଥିତି ଓ ଅନେକ ସମସ୍ୟା ଆସିପାରେ ବୋଲି କ୍ରିଷ୍ଟଲୀନା ଚେତାବନୀ ଦେଇଛନ୍ତି। ସେହିଭଳି ଚଳିତ ବର୍ଷ ବୈଶ୍ବିକ ଅର୍ଥବ୍ୟବସ୍ଥା ଏକ ତୃତୀୟାଂଶ ମାନ୍ଦାବସ୍ଥା ଦେଇ ଗତି କରିବ ବୋଲି ଆଇଏମ୍‌ଏଫ ପକ୍ଷରୁ ଆକଳନ କରାଯାଇଛି। ବିଶେଷ କରି ଆମେରିକା, ୟୁରୋପୀୟ ସଂଘ ଏବଂ ଚାଇନାରେ ବ୍ୟାପକ ମାନ୍ଦାବସ୍ଥା ଲାଗି ରହିବା ସହ ଚଳତ ବର୍ଷ ୨୦୨୨ତୁଳନାରେ ଅଧିକ କଠିନ ରହିବ ବୋଲି କ୍ରିଷ୍ଟଲୀନା ଚେତାବନୀ ଦେଇଛନ୍ତି। ସେହିପରି ନିକଟରେ ଏକ କର୍ମଶାଳାରେ ଯୋଗ ଦେବା ଅବସରରେ ଏକ ସାକ୍ଷାତକାରରେ କ୍ରିଷ୍ଟଲୀନା ଏଭଳି ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଦୀର୍ଘ ୧୦ ମାସ ବିତି ଯାଇଥିଲେ ମଧ୍ୟ ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅବସାନ ହେଉନଥିବା ବେଳେ ଏହି ସମୟରେ ମୁଦ୍ରାସ୍ଫୀତି ମଧ୍ୟ ଦ୍ରୁତି ଗତିରେ ବୃଦ୍ଧି ପାଉଛି। ଫଳରେ ଉଚ୍ଚ ସୁଧ ହାର ଏବଂ ଚାଇନାରେ ପୁଣି ଥରେ କୋଭିଡ ସଂକ୍ରମଣର ଭୟାବହତା ବିଶ୍ୱ ମାନ୍ଦାବସ୍ଥାକୁ ଆହୁରି ଅଧିକ ଗତିଶୀଳ କରାଉଛି ବୋଲି କ୍ରିଷ୍ଟଲୀନା ମତପ୍ରକାଶ କରିଛନ୍ତି। ଅପରପକ୍ଷରେ କୋଭିଡ ସଂକ୍ରମଣ ମଧ୍ୟ ଧୀରେ ଧୀରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଥିବାବେଳେ କ୍ରିଷ୍ଟଲୀନାଙ୍କ ଚେତାବନୀକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ବିଶେଷ କରି ସ୍ଥିତି ଏଭଳି ହୋଇପାରେ ଯେ ପୂର୍ବ ଲହରଗୁଡିକର ପ୍ରଭାବ ମଧ୍ୟ ଦେଖିବାକୁ ମିଳିପାରେ। ଯାହାଦ୍ୱାରା ଯେଉଁଠାରେ ମାନ୍ଦାବସ୍ଥା ନାହିଁ ସେଠାରେ ମଧ୍ୟ ମାନ୍ଦାବସ୍ଥା ଭଳି ସ୍ଥିତି ଉତ୍ପନ୍ନ ହୋଇପାରେ ବୋଲି ବିଶେଷଜ୍ଞମାନେ ମଧ୍ୟ ପୂର୍ବନୁମାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଆଇଏମଏଫ୍‌ ଗତବର୍ଷ ଅକ୍ଟୋବରରେ ୨୦୨୩ ଆର୍ଥିକ ବୃଦ୍ଧି କମିବା ନେଇ ଆକଳନ କରିଥିଲା। ଏହି ପରିପ୍ରେକ୍ଷୀରେ ଆଇଏମଏଫ୍‌ କହିଥିଲା ଯେ ବୈଶ୍ବିକ ବୃଦ୍ଧି ହାର ୨୦୨୨ରେ ୩.୨% ରହିବ। ପରବର୍ତ୍ତୀ ସମୟରେ ଏହାର ପରିମାଣ ହ୍ରାସ ଘଟି ୨୦୨୩ରେ ପ୍ରାୟ ୨.୭% ହେବା ନେଇ ଆଇଏମଏଫ ପୂର୍ବ ଅନୁମାନ କରିଛି। ସେହିଭଳି ୨୦୨୧ ରେ ଏହା ପରିମାଣ ହାରାହାରି ୬% ରହିଥିଲା। ଏପରିକି ବୈଶ୍ବିକ ଆର୍ଥିକ ସଙ୍କଟ ଏବଂ କୋଭିଡ-୧୯ ମହାମାରୀ ସମୟକୁ ବାଦ୍‌ ଦେଲେ ସ୍ଥିତି ନିୟନ୍ତ୍ରଣରେ ରହିଥିଲା। ବିଶେଷ କରି ୨୦୦୧ପରେ ଏହି ଆର୍ଥିକ ବୃଦ୍ଧି ସବୁଠୁ କମ୍‌ ବୋଲି ଆକଳନ କରାଯାଉଛି। ସେହିପରି ଆଗାମୀ ୩ ମାସ ଚାଇନା ପାଇଁ ବେଶ୍‌ କଠିନ ହେବ ଏବଂ ବୈଶ୍ବିକ ବୃଦ୍ଧି ଉପରେ ତା’ର ନକାରାତ୍ମକ ପ୍ରଭାବ ପଡିବ ବୋଲି ଆଇଏମଏଫ୍‌ ଆଶଙ୍କା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri