ୟୁକ୍ରେନ୍‌ କ୍ଷେପଣାସ୍ତ୍ର ମାଡ଼ରେ ୪୦୦ ରୁଷୀୟ ସୈନ୍ୟ ନିହତ

ମସ୍କୋ,୩ା୧:ୟୁକ୍ରେନ୍‌ର କ୍ଷେପଣାସ୍ତ୍ର ମାଡ଼ରେ ରୁଷିଆର ପାଖାପାଖି ୪୦୦ ସୈନ୍ୟ ନିହତ ହୋଇଥିବା ସୋମବାର କିଭ୍‌ ଦାବି କରିଛି। ପୂର୍ବ ୟୁକ୍ରେନ୍‌ରେ ଥିବା ରୁଷୀୟ ସୈନ୍ୟଙ୍କ କ୍ୟାମ୍ପ ଉପରେ କିଭ୍‌ ସୈନ୍ୟ ଆମେରିକା ଯୋଗାଇଥିବା କ୍ଷେପଣାସ୍ତ୍ରକୁ ମାଡ଼ କରିଥିଲେ। କ୍ରେମ୍‌ଲିନ୍‌ ବିରୋଧରେ ଏହା ୟୁକ୍ରେନ୍‌ର ଗୋଟିଏ ଦିନରେ ସବୁଠୁ ଘାତକ ଆକ୍ରମଣ। ସୈନ୍ୟ ମୃତ୍ୟୁକୁ ନେଇ ରୁଷିଆରେ ଉତ୍ତେଜନା ପ୍ରକାଶ ପାଇଛି। ସୈନ୍ୟମାନଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଇଥିବା କମାଣ୍ଡରଙ୍କୁ ଦଣ୍ଡିତ କରାଯାଉ ବୋଲି ରୁଷୀୟ ଜାତୀୟତାବାଦୀ ବ୍ଲଗରମାନେ ଦାବି କରିଛନ୍ତି। ଅପରପକ୍ଷରେ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସେମାନଙ୍କର ଏକ ଅସ୍ଥାୟୀ ସେନା କ୍ୟାମ୍ପ୍‌ ଉପରେ ୟୁକ୍ରେନ ୪ଟି ମିଶାଇଲ୍‌ ମାଡ଼ କରିଛି। ଏଥିରେ ୬୩ ସୈନ୍ୟ ପ୍ରାଣ ହରାଇଛନ୍ତି। ବିସ୍ଫୋରଣ ଯୋଗୁ ରୁଷିଆ ଅଧିକୃତ ଡୋନେକ୍ସର ଆଞ୍ଚଳିକ ରାଜଧାନୀ ମାକିଭ୍‌କା ଟୁଇନ୍‌ ସିଟିରେ ଥିବା ଅସ୍ଥାୟୀ ବାରାକ ଧ୍ୱଂସ ହୋଇଯାଇଛି। ନୂଆବର୍ଷରେ ରୁଷିଆ ୟୁକ୍ରେନ୍‌ ଉପରେ ଘନ ଘନ ମିଶାଇଲ ମାଡ଼ କରିଥିଲା। ୟୁକ୍ରେନ୍‌ର ବେସାମରିକ ଭିତ୍ତିଭୂମିକୁ କ୍ରେମ୍‌ଲିନ୍‌ ଟାର୍ଗେଟ କରିଥିଲା। ଏଥିସହିତ ରୁଷିଆ କିଭ୍‌କୁ ୪୦ଟି ଡ୍ରୋନ୍‌ ଛାଡ଼ିଥିଲା। ସେଗୁଡ଼ିକୁ ଧ୍ୱଂସ କରିଦିଆଯାଇଥିବା କିଭ୍‌ ମେୟର ଭିଟାଲି କ୍ଲିସ୍‌କୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଶାଓ୍ବର ପରେ ପାକିସ୍ତାନରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ

ଇସ୍‌ଲାମାବାଦ୍‌,୧।୨: ପାକିସ୍ତାନର ସମସ୍ୟା ଥମିବାର ନାମ ନେଉନି। ଗୋଟିଏ ପଟେ ଅର୍ଥନୈତିକ ସଙ୍କଟ ଏବଂ ଅନ୍ୟ ପଟେ ଆତଙ୍କବାଦ ଦେଶର ମେରୁ ହାଡ଼ ଭାଙ୍ଗିଦେଇଛି। ବର୍ତ୍ତମାନ...

ରାଷ୍ଟ୍ରପତିଙ୍କ ଫେସ୍‌ବୁକ୍‌ ପେଜ୍‌ ବ୍ୟାନ

ସୋସିଆଲ ମିଡିଆରେ କରୋନା ସମ୍ପର୍କିତ ଗୁଜବ ପ୍ରଚାର ଯୋଗୁ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍‌ ମଦୁରୋଙ୍କ ପେଜ୍‌ ବନ୍ଦ କରିଛି ଫେସ୍‌ବୁକ। କାର୍‌ଭାଟିଭିର୍‌ ନାମକ ଏକ ଔଷଧକୁ...

ୟୁକ୍ରେନରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ରକେଟ୍‌ ମାଡ଼ କରାଯାଇଛି। ଏଥିଯୋଗୁ ୟୁକ୍ରେନ ଏହାର...

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଗୃହୀତ

ଓ୍ବାଶିଂଟନ, ୨୦।୧୨(ପି.ଟି.):ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ବୁଧବାର ପ୍ରତିନିଧି ସଭାରେ ଗୃହୀତ ହୋଇଛି। ଫଳରେ ତାଙ୍କୁ ସିନେଟରେ ବିଚାରର ସମ୍ମୁଖୀନ ହେବାକୁ ପଡିବ।...

ଏହି ଦେଶରେ କରୋନା ଟିକା ନେଲେ ମାଗଣାରେ ମିଳିବ ଅଣ୍ଡା

ବେଜିଂ,୨୨।୪: କରୋନା ମହାମାରୀ ସମଗ୍ର ବିଶ୍ୱରେ ତା’ର କାୟା ବିସ୍ତାର କରିସାରିଛି। ଏହି ଭାଇରସ୍‌ ପ୍ରଥମେ ଚାଇନାରୁ ହିଁ ଆସିଥିଲା। ଏବେ କେତେକ ଦେଶରେ କରୋନାର...

ଇରାକ୍‌ର ବୋମାମାଡ଼: ୨ ଆଇଏସ୍‌ ଆତଙ୍କବାଦୀ ନିହତ

ବାଗଦାଦ୍‌,୧୭।୮: ଇରାକ୍‌ର ବୋମାମାଡ଼ରେ ୨ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ପୂର୍ବ ଦିୟାଲ ପ୍ରଦେଶରେ ହୋଇଥିବା ଆତଙ୍କବାଦୀ ବିରୋଧୀ ଅପରେଶନ୍‌ରେ ଏହି ସଫଳତା ମିଳିଥିବା କୁହାଯାଉଛି।...

ଛାତ୍ରୀଙ୍କ ଡ୍ରେସ୍‌କୋଡ୍‌ ଉପରେ ଲାଗିଲା ପ୍ରତିବନ୍ଧକ

କାବୁଲ,୨୮ା୪: ତାଲିବାନ ମହିଳା ବିରୋଧୀ ସଂଗଠନ ଭାବରେ ଜଣାଶୁଣା। ତାଲିବାନ ଗତବର୍ଷ ଅଗଷ୍ଟ ମାସରେ ଆଫଗାନିସ୍ତାନକୁ କାବୁ କରିଥିଲା ଏବଂ ସେବେଠାରୁ ଆଫଗାନିସ୍ତାନର ଅବସ୍ଥା ଅତ୍ୟନ୍ତ...

ବିନା ସଂକ୍ରମଣରେ ଶିଶୁଙ୍କ ନିକଟରେ ଦେଖାଯାଉଛି ଆଣ୍ଟିବଡି, ଚିନ୍ତାରେ ବିଶେଷଜ୍ଞ

ମେଲବୋର୍ନ,୧୯ ।୧୧: ଅଷ୍ଟ୍ରେଲିଆରେ ଗୋଟିଏ ପରିବାରର ୩ ଶିଶୁ କରୋନାରେ ସଂକ୍ରମିତ ହୋଇ ନ ଥିଲେ ବି ଏମାନଙ୍କ ନିକଟରେ ଆଣ୍ଟିବଡି ଦେଖାଯାଇଛି । ଯାହାକୁ...

Advertisement
Archives

Model This Week