Posted inଜାତୀୟ

ନିୟମ ଅନୁପାଳନ ହୋଇନାହିଁ

ନୂଆଦିଲ୍ଲୀ,୩ା୧ (ସ୍ବ.ପ୍ର.):ଓଡ଼ିଶାକୁ ପରିଭ୍ରମଣରେ ଆସିଥିବା ୨ ରୁଷୀୟ ପର୍ଯ୍ୟଟକ ତଥା ସେଠାକାର ଏମ୍‌ପି ଆଣ୍ଟୋଭ ପାଭେଲ (୬୫) ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭ(୬୧)ଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ସୃଷ୍ଟି ହେଉଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ୟୁକ୍ରେନ୍‌ ଆକ୍ରମଣକୁ ପାଭେଲ ସମାଲୋଚନା କରି ଚର୍ଚ୍ଚାକୁ ଆସିଥିଲେ। ରାୟଗଡ଼ାର ସାଇ ଇଣ୍ଟରନ୍ୟାଶନାଲ ହୋଟେଲରେ ରହଣୀ ସମୟରେ ଗତ ଡିସେମ୍ବର ୨୨ରେ ବିଦାନୋଭଙ୍କ ମୃତ୍ୟୁ ଘଟିଥିବାବେଳେ ୨୪ ତାରିଖରେ ହୋଟେଲର ତୃତୀୟ ମହଲାରୁ ପଡ଼ି ପାଭେଲଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ପାଭେଲଙ୍କ ଭଳି ଅନ୍ୟ କେତେଜଣ ପୁଟିନ୍‌ ବିରୋଧୀ ରୁଷୀୟ ନାଗରିକଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ତେଣୁ ପାଭେଲଙ୍କ ମୃତ୍ୟୁକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହୋଇଛି। ଏଭଳି ସ୍ଥଳେ ଏହି ଘଟଣାକୁ ପରିଚାଳନା କରିବାରେ ଓଡ଼ିଶା ପୋଲିସର ଭୂମିକାକୁ ନେଇ ସମାଲୋଚନା କରାଯାଉଛି। ବିସ୍ମୟର କଥା, ପାଭେଲଙ୍କ ମୃତ୍ୟୁ ପରେ ପୋଲିସ ଏସ୍‌ଓପି (ସାଧାରଣରେ ଯେଉଁ ସବୁ ନିୟମ ଅନୁପାଳନ କରିବା କଥା) ପାଳନ କରିନାହିଁ।
ଜଣେ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟଣାରେ ପୋଲିସ କ’ଣ କରିବା ଉଚିତ ସେନେଇ କେନ୍ଦ୍ର ସରକାରଙ୍କ ଏସ୍‌ଓପି ରହିଛି। ତଦନୁଯାୟୀ ପୋଲିସ ଜଣେ ବିଦେଶୀ ନାଗରିକଙ୍କ ମୃତଦେହ ପାଇବା ପରେ ଯୋଗାଯୋଗର ଶୀଘ୍ର ମାଧ୍ୟମକୁ ବ୍ୟବହାର କରି ସ୍ବରାଷ୍ଟ୍ର ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟକୁ ସୂଚନା ଦେବା ଜରୁରୀ। ଉକ୍ତ ସୂଚନାରେ ମୃତ ବିଦେଶୀଙ୍କ ସମସ୍ତ ତଥ୍ୟ, ଯେପରି କି ସେ କେଉଁ ଦେଶର ନାଗରିକ, ଜନ୍ମ ତାରିଖ, ମାତାପିତା, ଆବାସିକ ଠିକଣା, ପାସ୍‌ପୋର୍ଟ ନମ୍ବର ଓ ତାହା କେଉଁ ତାରିଖ, ସ୍ଥାନରୁ ଜାରି ହୋଇଛି
ଏବଂ ମୃତ୍ୟୁର ଠିକ୍‌ ତାରିଖ, ସମୟ ଓ କାରଣ ଉଲ୍ଲେଖ ରହିବା ଆବଶ୍ୟକ। ସେହିପରି ମୃତଦେହର ବ୍ୟବଚ୍ଛେଦ ହୋଇଛି କି ନାହିଁ। ଯଦି ହୋଇଛି, ତାହାର ରିପୋର୍ଟକୁ ପୋଲିସ ପଠାଇବା ସାଙ୍ଗକୁ ଇଣ୍ଟରପୋଲ ଓ୍ବିଙ୍ଗ୍‌ର ହସ୍ତକ୍ଷେପ ଆବଶ୍ୟକ କରୁଛି କି ନାହିଁ ତାହା ଜଣାଇବାକୁ ପଡ଼ିଥାଏ। ଏହାଛଡ଼ା ମୃତଦେହର ସତ୍କାର ହୋଇଛି କି ନାହିଁ କିମ୍ବା ତାହାର ସ୍ଥିତି ଏବଂ ଶରୀରରେ ଦୃଶ୍ୟମାନ ହେଉଥିବା କୌଣସି ଚିହ୍ନ ଓ ପୋଷାକ ସମ୍ପର୍କରେ ସବିଶେଷ ତଥ୍ୟ ମଧ୍ୟ ଦେବାକୁ ପଡ଼ିଥାଏ। ଅସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ପୋଲିସ ବିଦେଶୀ ନାଗରିକଙ୍କୁ ଚିହ୍ନଟ ପାଇଁ ତାଙ୍କର ଫିଙ୍ଗରପ୍ରିଣ୍ଟ୍‌ ଏବଂ ଫଟୋ ସଂଗ୍ରହ କରିବାକୁ ଏସ୍‌ଓପିରେ ଉଲ୍ଲେଖ ରହିଛି। ସମସ୍ତ ତଥ୍ୟ ପୋଲିସ ଦେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଦେଶୀ ନାଗରିକଙ୍କ ମୃତ୍ୟୁ ସମ୍ପର୍କରେ ସମ୍ପୃକ୍ତ ଦୂତାବାସକୁ ସୂଚିତ କରାଯାଇଥାଏ।
ସୂଚନାଥାଉ କି, ପାଭେଲ ଖ୍ରୀଷ୍ଟଧର୍ମାବଲମ୍ବୀ ହୋଇଥିବାବେଳେ ତାଙ୍କ ମୃତଦେହକୁ ସମାଧି ଦିଆଯିବା ପରିବର୍ତ୍ତେ ପୋଡ଼ିଦିଆଯାଇଥିଲା। ଏଭଳି ତରବରିଆ ପଦକ୍ଷେପକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଏହାଛଡ଼ା ମୃତଦେହ ସତ୍କାର ପୂର୍ବରୁ ପାଭେଲଙ୍କ ପରିବାର ଏବଂ ରୁଷିଆ ଦୂତାବାସର ସହମତି ପାଇଛି କି ନାହିଁ ତାହା ପୋଲିସ ସ୍ପଷ୍ଟ କରୁନାହିଁି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri