Posted inଜାତୀୟ

ନିୟମ ଅନୁପାଳନ ହୋଇନାହିଁ

ନୂଆଦିଲ୍ଲୀ,୩ା୧ (ସ୍ବ.ପ୍ର.):ଓଡ଼ିଶାକୁ ପରିଭ୍ରମଣରେ ଆସିଥିବା ୨ ରୁଷୀୟ ପର୍ଯ୍ୟଟକ ତଥା ସେଠାକାର ଏମ୍‌ପି ଆଣ୍ଟୋଭ ପାଭେଲ (୬୫) ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭ(୬୧)ଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ସୃଷ୍ଟି ହେଉଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ୟୁକ୍ରେନ୍‌ ଆକ୍ରମଣକୁ ପାଭେଲ ସମାଲୋଚନା କରି ଚର୍ଚ୍ଚାକୁ ଆସିଥିଲେ। ରାୟଗଡ଼ାର ସାଇ ଇଣ୍ଟରନ୍ୟାଶନାଲ ହୋଟେଲରେ ରହଣୀ ସମୟରେ ଗତ ଡିସେମ୍ବର ୨୨ରେ ବିଦାନୋଭଙ୍କ ମୃତ୍ୟୁ ଘଟିଥିବାବେଳେ ୨୪ ତାରିଖରେ ହୋଟେଲର ତୃତୀୟ ମହଲାରୁ ପଡ଼ି ପାଭେଲଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ପାଭେଲଙ୍କ ଭଳି ଅନ୍ୟ କେତେଜଣ ପୁଟିନ୍‌ ବିରୋଧୀ ରୁଷୀୟ ନାଗରିକଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ତେଣୁ ପାଭେଲଙ୍କ ମୃତ୍ୟୁକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହୋଇଛି। ଏଭଳି ସ୍ଥଳେ ଏହି ଘଟଣାକୁ ପରିଚାଳନା କରିବାରେ ଓଡ଼ିଶା ପୋଲିସର ଭୂମିକାକୁ ନେଇ ସମାଲୋଚନା କରାଯାଉଛି। ବିସ୍ମୟର କଥା, ପାଭେଲଙ୍କ ମୃତ୍ୟୁ ପରେ ପୋଲିସ ଏସ୍‌ଓପି (ସାଧାରଣରେ ଯେଉଁ ସବୁ ନିୟମ ଅନୁପାଳନ କରିବା କଥା) ପାଳନ କରିନାହିଁ।
ଜଣେ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟଣାରେ ପୋଲିସ କ’ଣ କରିବା ଉଚିତ ସେନେଇ କେନ୍ଦ୍ର ସରକାରଙ୍କ ଏସ୍‌ଓପି ରହିଛି। ତଦନୁଯାୟୀ ପୋଲିସ ଜଣେ ବିଦେଶୀ ନାଗରିକଙ୍କ ମୃତଦେହ ପାଇବା ପରେ ଯୋଗାଯୋଗର ଶୀଘ୍ର ମାଧ୍ୟମକୁ ବ୍ୟବହାର କରି ସ୍ବରାଷ୍ଟ୍ର ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟକୁ ସୂଚନା ଦେବା ଜରୁରୀ। ଉକ୍ତ ସୂଚନାରେ ମୃତ ବିଦେଶୀଙ୍କ ସମସ୍ତ ତଥ୍ୟ, ଯେପରି କି ସେ କେଉଁ ଦେଶର ନାଗରିକ, ଜନ୍ମ ତାରିଖ, ମାତାପିତା, ଆବାସିକ ଠିକଣା, ପାସ୍‌ପୋର୍ଟ ନମ୍ବର ଓ ତାହା କେଉଁ ତାରିଖ, ସ୍ଥାନରୁ ଜାରି ହୋଇଛି
ଏବଂ ମୃତ୍ୟୁର ଠିକ୍‌ ତାରିଖ, ସମୟ ଓ କାରଣ ଉଲ୍ଲେଖ ରହିବା ଆବଶ୍ୟକ। ସେହିପରି ମୃତଦେହର ବ୍ୟବଚ୍ଛେଦ ହୋଇଛି କି ନାହିଁ। ଯଦି ହୋଇଛି, ତାହାର ରିପୋର୍ଟକୁ ପୋଲିସ ପଠାଇବା ସାଙ୍ଗକୁ ଇଣ୍ଟରପୋଲ ଓ୍ବିଙ୍ଗ୍‌ର ହସ୍ତକ୍ଷେପ ଆବଶ୍ୟକ କରୁଛି କି ନାହିଁ ତାହା ଜଣାଇବାକୁ ପଡ଼ିଥାଏ। ଏହାଛଡ଼ା ମୃତଦେହର ସତ୍କାର ହୋଇଛି କି ନାହିଁ କିମ୍ବା ତାହାର ସ୍ଥିତି ଏବଂ ଶରୀରରେ ଦୃଶ୍ୟମାନ ହେଉଥିବା କୌଣସି ଚିହ୍ନ ଓ ପୋଷାକ ସମ୍ପର୍କରେ ସବିଶେଷ ତଥ୍ୟ ମଧ୍ୟ ଦେବାକୁ ପଡ଼ିଥାଏ। ଅସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ପୋଲିସ ବିଦେଶୀ ନାଗରିକଙ୍କୁ ଚିହ୍ନଟ ପାଇଁ ତାଙ୍କର ଫିଙ୍ଗରପ୍ରିଣ୍ଟ୍‌ ଏବଂ ଫଟୋ ସଂଗ୍ରହ କରିବାକୁ ଏସ୍‌ଓପିରେ ଉଲ୍ଲେଖ ରହିଛି। ସମସ୍ତ ତଥ୍ୟ ପୋଲିସ ଦେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଦେଶୀ ନାଗରିକଙ୍କ ମୃତ୍ୟୁ ସମ୍ପର୍କରେ ସମ୍ପୃକ୍ତ ଦୂତାବାସକୁ ସୂଚିତ କରାଯାଇଥାଏ।
ସୂଚନାଥାଉ କି, ପାଭେଲ ଖ୍ରୀଷ୍ଟଧର୍ମାବଲମ୍ବୀ ହୋଇଥିବାବେଳେ ତାଙ୍କ ମୃତଦେହକୁ ସମାଧି ଦିଆଯିବା ପରିବର୍ତ୍ତେ ପୋଡ଼ିଦିଆଯାଇଥିଲା। ଏଭଳି ତରବରିଆ ପଦକ୍ଷେପକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଏହାଛଡ଼ା ମୃତଦେହ ସତ୍କାର ପୂର୍ବରୁ ପାଭେଲଙ୍କ ପରିବାର ଏବଂ ରୁଷିଆ ଦୂତାବାସର ସହମତି ପାଇଛି କି ନାହିଁ ତାହା ପୋଲିସ ସ୍ପଷ୍ଟ କରୁନାହିଁି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ବାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?