Posted inଜାତୀୟ

ଲାଲକିଲ୍ଲାରେ ତୃତୀୟ ବିସ୍ଫୋରଣ: ଦେଖନ୍ତୁ ଦିଲ୍ଲୀରେ ୧୯୯୭ ପରଠାରୁ ହୋଇଥିବା ପ୍ରମୁଖ ବିସ୍ଫୋରଣର ତାଲିକା

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟ ଏକ କାର୍‌ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ଓ ୨୪ ଜଣ ଆହତ ହେବା ପରେ ପୁଣି ଥରେ ଦିଲ୍ଲୀରେ ଅତୀତର ଭୟଙ୍କର ବିସ୍ଫୋରଣଗୁଡ଼ିକର ସ୍ମୃତି ତାଜା ହୋଇଯାଇଛି। ସୂଚନା ମୁତାବକ, ୧୯୯୭ ମସିହା ପରଠାରୁ ଲାଲକିଲ୍ଲା ନିକଟରେ ଏହା ହେଉଛି ତୃତୀୟ ବଡ଼ ଧରଣର ବିସ୍ଫୋରଣ।

୧୯୯୭ ପରଠାରୁ ଦିଲ୍ଲୀରେ ହୋଇଥିବା ଅନ୍ୟାନ୍ୟ ପ୍ରମୁଖ ବିସ୍ଫୋରଣର ତାଲିକା
ଗତ ଦୁଇ ଦଶନ୍ଧି ମଧ୍ୟରେ ଦିଲ୍ଲୀର ଜନଗହଳିପୂର୍ଣ୍ଣ ବଜାରରୁ ଆରମ୍ଭ କରି ନ୍ୟାୟିକ ଅଞ୍ଚଳ ପର୍ଯ୍ୟନ୍ତ ଅନେକ ବିସ୍ଫୋରଣ ହୋଇଛି, ଯେଉଁଥିରେ ଅନେକ ଧନଜୀବନ ନଷ୍ଟ ହୋଇଛି:

ଜାନୁଆରୀ ୯, ୧୯୯୭: ITO ନିକଟସ୍ଥ ଦିଲ୍ଲୀ ପୋଲିସ୍ ମୁଖ୍ୟାଳୟ ସାମନାରେ ବୋମା ବିସ୍ଫୋରଣରେ ୫୦ ଆହତ।

ଅକ୍ଟୋବର ୨୯, ୨୦୦୫: ସରୋଜିନୀ ନଗର, ପାହାଡ଼ଗଞ୍ଜ ବଜାର ଏବଂ ଗୋବିନ୍ଦପୁରୀରେ ବସ୍‌ରେ ହୋଇଥିବା ତିନୋଟି ବିସ୍ଫୋରଣରେ ୫୯ରୁ ଅଧିକ ମୃତ ଓ ୧୦୦ରୁ ଅଧିକ ଆହତ।

ସେପ୍ଟେମ୍ବର ୧୩, ୨୦୦୮: କନଟ୍ ପ୍ଲେସ୍, କରୋଲ ବାଗ୍ ଏବଂ ଗ୍ରେଟର କୈଳାସରେ ୪୫ ମିନିଟ୍ ମଧ୍ୟରେ ୫ଟି ସିରିଏଲ୍ ବିସ୍ଫୋରଣ। ଏଥିରେ ୨୫ ମୃତ ଓ ୧୦୦ରୁ ଅଧିକ ଆହତ ହୋଇଥିଲେ।

ଡିସେମ୍ବର ୩୦, ୧୯୯୭: ପଞ୍ଜାବୀ ବାଗ ନିକଟରେ ବସ୍‌ରେ ବୋମା ବିସ୍ଫୋରଣରେ ୪ ମୃତ ଓ ୩୦ ଆହତ।

ମେ ୨୨, ୨୦୦୫: ଦୁଇଟି ସିନେମା ହଲ୍‌ରେ ସିରିଏଲ୍ ବିସ୍ଫୋରଣରେ ୧ ମୃତ ଓ ୬୦ ଆହତ।

ମେ ୨୫, ୨୦୧୧: ଦିଲ୍ଲୀ ହାଇକୋର୍ଟ ବାହାରେ କାର୍ ପାର୍କିଂରେ ସାମାନ୍ୟ ବିସ୍ଫୋରଣ (କୌଣସି ମୃତାହତ ନାହିଁ)।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ଜାହାଜ ଚଳାଚଳ ପକ୍ଷରୁ ବଡ଼ ସୂଚନା: ଆଉ ୨ ଭାରତୀୟ ଏଲ୍‌ପିଜି ବୋଝେଇ ଟ୍ୟାଙ୍କର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରିବ

ନୂଆଦିଲ୍ଲୀ,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ଖବର: ଏମାନଙ୍କୁ ଏପ୍ରିଲରେ ମିଳିବ ୩ ମାସର…

ନୂଆଦିଲ୍ଲୀ,୨୧।୩: ଦେଶରେ ଲକ୍ଷ ଲକ୍ଷ ରାଶନ କାର୍ଡଧାରୀ ଅଛନ୍ତି। ଯେଉଁମାନେ ପ୍ରତି ମାସରେ ରାଶନ କାର୍ଡ ମାଧ୍ୟମରେ ରାଶନ ପାଆନ୍ତି। କିନ୍ତୁ ଏହି ଏପ୍ରିଲ ମାସରେ ରାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri