ଯୋଗାଣ ସହାୟିକା ବିରୋଧରେ ସାଂଘାତିକ ଅଭିଯୋଗ: ହିତାଧିକାରୀଙ୍କ ଦସ୍ତଖତ ନକଲକରି…

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଯୋଗାଣ ସହାୟିକା ରାଜେଶ୍ୱରୀ ଗୌଡ଼ଙ୍କ ବିରୋଧରେ ସୋମବାର ଜନଜାତି ବହୁଳ ଅଶୋକ ନଗର, ସଅ ଢେପ, ରାଧା ନଗର ପ୍ରଭୃତି ଗ୍ରାମର ବହୁସଂଖ୍ୟକ ମହିଳା ପୁରୁଷ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବଡ଼ିଓଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଯୋଗାଣ ସହାୟିକା ଜଣକ ଜନଜାତି ବହୁଳ ଗାଁ ଲୋକମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ନିୟମିତ ଚାଉଳ ପ୍ରଦାନ ନକରି ହିତାଧିକାରୀ ମାନଙ୍କ ଦସ୍ତଖତ , ନିସାଣୀ ନକଲ କରି ଚାଉଳ ହଡପ କରୁଥିବା ସହ ବିଭିନ୍ନ ସମୟରେ ମହିଳା ହିତାଧିକାରୀ ଙ୍କୁ ଆପତ୍ତି ଜନକ ଭାଷାରେ ଗାଳି ଗୁଲଜ କରି ଜାତିଆଣ ଆକ୍ଷେପ କରୁଥିବା ଦାବିପତ୍ରରେ ଉଲ୍ଲେଖ ରହିଛି। ଯୋଗାଣ ସହାୟିକାଙ୍କ ଭାଇ କାଳୁ ଗୌଡ଼ ବେଆଇନ ଭାବେ ଚାଉଳ ବଣ୍ଟନ ଦାୟିତ୍ୱ ନେଇ ମହିଳା ହିତାଧିକାରୀଙ୍କୁ ଚାଉଳ ନେବା ସମୟରେ ଅସଭ୍ୟ ଭାଷାରେ ଗାଳି କରୁଥିବା ନେଇ ଭୀମସେନ ମଣ୍ଡଳ, ବିପ୍ର ମଣ୍ଡଳ, ଶ୍ୟାମ ମଣ୍ଡଳ ,ରାମଚନ୍ଦ୍ର ମଲ୍ଲିକ,ସତ୍ୟ ଗମାଙ୍ଗ, ଯୁଧିଷ୍ଠିର ଗମାଙ୍ଗ, କମଳ ଲୋଚନ ଗମାଙ୍ଗ, ତବତିଆ ମଣ୍ଡଳ, ଶଙ୍କର ମଣ୍ଡଳ ପ୍ରମୁଖ ବହୁ ସଂଖ୍ୟକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯୋଗାଣ ସହାୟିକାଙ୍କୁ ଏ ନେଇ ପଚାରିବାରୁ ସମସ୍ତ ଅଭିଯୋଗ ମିଥ୍ୟା ଓ କପୋଳକଳ୍ପିତ ବୋଲି କହିଛନ୍ତି। ଏ ନେଇ ସେ ଦୁଃଖ ପ୍ରକାଶ କରିବା ସହ ପଞ୍ଚାୟତର କୌଣସି ହିତାଧିକାରୀଙ୍କୁ ସେ ଦୃର୍ବ୍ୟବହାର କରି ନ ଥିବା ଜଣାଇଛନ୍ତି। ବିଡିଓ ଜିତେନ୍ଦ୍ର ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ଦାବିପତ୍ର ପାଇଛି। ଅଭିଯୋଗ କରିଥିବା ଗ୍ରାମବାସୀ ଏବଂ ଯୋଗାଣ ସହାୟିକାଙ୍କ ଉପସ୍ଥିତିରେ ସନ୍ଧ୍ୟାରେ ବ୍ଲକ କାର୍ଯ୍ୟାଳୟରେ ଆଲୋଚନା କରିଛି। ଯୋଗାଣ ସହାୟିକା ଗ୍ରାମବାସୀଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ନିଜେ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ ର୍ନିଦ୍ଧାରିତ ଚାଉଳ ବଣ୍ଟନ କରିବେ ବୋଲି କହିଛନ୍ତି। ତାଙ୍କ ଭାଇ କାଳୁ ଚାଉଳ ବଣ୍ଟନ କାର୍ଯ୍ୟ କରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri