କ୍ଷୁଦ୍ର ଜଳସେଚନ ଉପବିଭାଗରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ: ଠିକାଦାର ସଂଘର କାର୍ଯ୍ୟାଳୟ ଘେରାଉ, ଭୟରେ ଲୁଚିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ବଣାଇଁ, ୧୯।୬ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ କ୍ଷୁଦ୍ର ଜଳସେଚନ ଉପବିଭାଗରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗକୁ ନେଇ ଠିକାଦାର ମହାସଂଘ ପକ୍ଷରୁ ଶୁକ୍ରବାର କାର୍ଯ୍ୟାଳୟ ଘେରାଉ କରାଯାଇଥିବା ଦେଖାଯାଇଛି।

ବଣାଇଁ କ୍ଷୁଦ୍ର ଜଳସେଚନ ଉପବିଭାଗ ଅଧୀନ ଲହୁଣିପଡ଼ା ଅଞ୍ଚଳର ଗଣିଘସା ନିକଟରେ ନିର୍ମାଣାଧୀନ କଉଧର-(୨) ଚେକ୍ ଡ୍ୟାମ୍‌ର କାମ ଠିକାଦାର ନିଭା ମିଶ୍ର କରୁଛନ୍ତି। ସମ୍ପୃକ୍ତ କାର୍ଯ୍ୟଟି ୬୨ ଲକ୍ଷ ୪୯ ହଜାର ଟଙ୍କା ବ୍ୟୟ ଅଟକଳରେ ହେଉଥିବା ବେଳେ ଅତ୍ୟନ୍ତ ନିମ୍ନମାନର କାମ ହେଉଥିବା ନେଇ ସ୍ଥାନୀୟ ଲୋକେ ଠିକାଦାର ମହାସଂଘ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଆଜି ବଣାଇଁରେ ପହଞ୍ଚିଥିଲେ। ଠିକାଦାର ମହାସଂଘର ସଭାପତି ତାପସ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳଙ୍କୁ ବଣାଇଁ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଅସହଯୋଗ କରିଥିବାରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇଉଠିଥିଲା।

ଉତ୍ୟକ୍ତ ଠିକାଦାରମାନେ ଉପବିଭାଗୀୟ କାର୍ଯ୍ୟାଳୟକୁ ଘେରାଉ କରିବା ପରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟଜିତ ରାଉତ ସେଠାରେ ପହଞ୍ଚି ଆଲୋଚନା କରିଥିଲେ। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସେ ତଦନ୍ତର ପ୍ରତିଶ୍ରୁତି ଦେବା ସହ ଠିକାଦାର ସଂଘର ଉପସ୍ଥିତିରେ ତଦନ୍ତ କରାଯିବ ବୋଲି କହିଥିଲେ। ଏଥିରେ ସଂଘ ପକ୍ଷରୁ ପୂର୍ଣ୍ଣ ସହଯୋଗ କରାଯିବ ବୋଲି କର୍ମକର୍ତ୍ତାମାନେ ଜଣାଇଥିଲେ।

ଏ ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟଜିତ ରାଉତ କହିଛନ୍ତି ଯେ, ସମ୍ପୃକ୍ତ ଠିକା ସଂସ୍ଥା କର୍ତ୍ତୃପକ୍ଷ ନିର୍ଦ୍ଦେଶ ମାନୁ ନଥିବାରୁ ସେ ଅସହାୟ ଅନୁଭବ କରୁଛନ୍ତି। ତାଙ୍କ କହିବା ଅନୁଯାୟୀ, ଜାନୁଆରୀ ମାସରେ ଆରମ୍ଭ ହୋଇଥିବା ଏହି କାମ ମେ’ ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଥିଲା, କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୪୫ ପ୍ରତିଶତ କାମ ସମ୍ପନ୍ନ ହୋଇ ବନ୍ଦ ରହିଛି। ଏପରିକି ପ୍ରକଳ୍ପର ଅଟକଳ ମୂଲ୍ୟର ପ୍ରାୟ ଅଧା, ଅର୍ଥାତ୍ ପ୍ରାୟ ୩୦ ଲକ୍ଷ ଟଙ୍କା ବିଲ୍‌ ଆକାରରେ ଉଠାଯାଇ ସାରିଥିବା ସେ ସୂଚନା ଦେଇଛନ୍ତି।

ଠିକାଦାର ମହାସଂଘର ସଭାପତି ତାପସ କୁମାର ଆଚାର୍ଯ୍ୟଙ୍କ କହିବା ମୁତାବକ, ନାମକୁ ମାତ୍ର ନିଭା ମିଶ୍ର ଠିକାଦାର ଥିବା ବେଳେ ତାଙ୍କ ସ୍ୱାମୀ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି। ଏହି ମହଙ୍ଗା ସମୟରେ ୧୫ ପ୍ରତିଶତ କମ୍‌ ଦରରେ କାମ କରିବା ପାଇଁ ଟେଣ୍ଡରରେ ଉଲ୍ଲେଖ କରାଯାଇଥିବାରୁ ସେମାନେ କାମ ପାଇଛନ୍ତି। କିନ୍ତୁ ବାସ୍ତବରେ ଏତେ କମ୍‌ ଦରରେ ଗୁଣାତ୍ମକ କାମ କରିବା ସମ୍ଭବ ନୁହେଁ। ତେଣୁ ନିମ୍ନମାନର କାର୍ଯ୍ୟ କରି ବିଲ୍‌ ଉଠାଇ ନେବାକୁ ଚକ୍ରାନ୍ତ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ସାଧାରଣ ଜନତାଙ୍କ ଅଭିଯୋଗକୁ ପ୍ରାଥମିକତା ଦେଇ ଠିକାଦାର ମହାସଂଘ ପକ୍ଷରୁ ଏହାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ସଂଘର ସଦସ୍ୟମାନଙ୍କ ଉପସ୍ଥିତିରେ ତଦନ୍ତ କରାଯିବାକୁ ସଂଘ ସଭାପତି ତାପସ ଆଚାର୍ଯ୍ୟ ଦାବି କରିଛନ୍ତି।

ପରିଶେଷରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ଏକ ତଦନ୍ତ ଟିମ୍ ଠିକାଦାର ମହାସଂଘର ତତ୍ତ୍ୱାବଧାନରେ ସମ୍ପୃକ୍ତ ସ୍ଥାନକୁ ଗସ୍ତ କରିଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?