ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ୧୦ ଭରି ସୁନା ଗହଣା ସହ…

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଆମପାଣି ଗ୍ରାମର ବ୍ୟବସାୟୀ ସନ୍ତୋଷ କୁମାର ସାହୁ ତାଙ୍କ ପରିବାର ଲୋକଙ୍କ ସହିତ ବୁଧବାର ଘରେ ନ ଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ କବାଟ ଭାଙ୍ଗି କଳାକନା ବୁଲାଇଛନ୍ତି। ମାଲିକ ପରିବାର ରାତି ପ୍ରାୟ ୧୧ଟା ସମୟରେ ଘରକୁ ଫେରି କବାଟ ଖୋଲିବା ପରେ ଘର ଭିତରପଟୁ ବନ୍ଦଥିଲା। ଏହାପରେ ସେମାନେ ଚୋରି ହୋଇଥିବା ସନ୍ଦେହ କରି ପାଖ ପଡୋଶୀ ଲୋକଙ୍କୁ ଡାକି କବାଟ ଭାଙ୍ଗି ଘରକୁ ପିଶିଥିଲେ। ପରେ ଘରେ ଚୋରି ହୋଇଥିବା ଜାଣି ଆମ ପାଣି ପୋଲିସକୁ ସୂଚନା ଦେଇଥିଲେ। ଦୁର୍ବୃତ୍ତମାନେ ଘର ପଛପଟୁ ଲୁହା କବାଟ ଭାଙ୍ଗି ଘରେ ଥିବା ଆଲମୀରା ଭାଙ୍ଗି ପ୍ରାୟ ୩ ଲକ୍ଷ ଟଙ୍କା ଓ ୧୦ ଭରି ସୁନାଗହଣା ସହ ଅନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଘର ମାଲିକ ସନ୍ତୋଷ ସାହୁ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଲାହାର ତାଙ୍କ ଟିମ ସହିତ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରାଯାଇଥିଲା। ସାଇଣ୍ଟିଫିକ ଟିମ ବିଭିନ୍ନ ନମୁନା ସଂଗ୍ରହ କରିଥିବାବେଳେ ସନ୍ଧାନୀ କୁକୁର ଚୋରି ହୋଇଥିବା ଘର ନିକଟରୁ ଜାତୀୟ ରାଜପଥ ଆମପାଣି ମୁଖ୍ୟରାସ୍ତା ଦେଇ ବିଜୁ ଏକ୍ସପ୍ରେସୱେ ହୋଇ ପୁଣି ଘର ପର୍ଯ୍ୟନ୍ତ ଫେରିଥିଲା। ହେଲେ ଚୋରି ସମ୍ପର୍କରେ କୌଣସି ସ୍ପଷ୍ଟ ଜଣାପଡିନାହିଁ। ଆମପାଣି ହେଉଛି କଳାହାଣ୍ଡି ଓ ନବରଙ୍ଗପୁର ଜିଲାର ଶେଷ ସୀମାନ୍ତରେ ଅବସ୍ଥିତ । ଆମପାଣି ଗ୍ରାମରେ ଦୀର୍ଘ ବର୍ଷ ପରେ ଏତେ ବଡ଼ ଧରଣର ଚୋରି ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି। ତେଣୁ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ଜନସାଧାରଣରେ ଦାବି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ସ୍ପେନିସ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଲା ଇରାନ

ତେହରାନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଆକର୍ଷଣୀୟ ଘଟଣା ଘଟୁଛି। ଇସ୍ରାଏଲରେ ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରରେ IRGC…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଦୁର୍ନୀତି: ସ୍ତ୍ରୀ ନାଁରେ ଜିଏସଟି ବିଲ କରି ହେରାଫେରି

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି…

ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ

ପୁରୀ,୨୩।୩: ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଅର୍ଦ୍ଧାଧିକ ଦେଶ ସ୍କୁଲରେ ଫୋନ୍‌ ନିଷେଧ କଲେଣି: ୟୁନେସ୍କୋ

ନୂଆଦିଲ୍ଲୀ,୨୩ା୩(ପି.ଟି.): ଶ୍ରେଣୀଗୃହରେ ପିଲାମାନଙ୍କ ଧ୍ୟାନ ହ୍ରାସ ପାଇବା ସହ ଇଣ୍ଟରନେଟ୍‌, ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍‌ ଜରିଆରେ ସେମାନଙ୍କୁ ଡରାଇବା, ଅପମାନିତ କରିବା ଓ ବଦନାମ କରିବା…

ବାଇକକୁ ଧକ୍କା ଦେଲା ବୋଲେରୋ: ଚାଲିଗଲା ୨ ଜଣଙ୍କ ଜୀବନ

ଜୟପୁର,୨୩।୩(ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅନ୍ତର୍ଗତ ଥୋଡରିପୁଟ ନିକଟରେ ବାଇକକୁ ଧକ୍କା ଦେଇଛି ଏକ ବୋଲେରୋ ଗାଡି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ…

୨ ଗୁଣା ତରଳୁଛି ହିମାଳୟ ଗ୍ଲେସିୟର

କାଠମାଣ୍ଡୁ,୨୩ା୩(ପି.ଟି.): ହିନ୍ଦୁକୁଶ ହିମାଳୟରେ ଥିବା ଗ୍ଲେସିୟର ୨୦୦୦ରୁ ପୂର୍ବାପେକ୍ଷା ୨ ଗୁଣ ହାରରେ ତରଳୁଛି। ୧୯୯୦ରୁ ୨୦୨୦ ମଧ୍ୟରେ ୧୨ ପ୍ରତିଶତ ଅଞ୍ଚଳ ଗ୍ଲେସିୟର ହରାଇଲାଣି ବୋଲି ଆଇସିଆଇଏମ୍‌ଓଡି…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri