ପୋଲିସ ୟୁନିଫର୍ମରେ ଆସି ଟଙ୍କା ସୁନା ଗହଣା ଲୁଟି ନେଲେ ଚୋର…

ଇସଲାମାବାଦ,୨।୧୨ : ପୋଲିସ ୟୁନିଫର୍ମ ପିନ୍ଧିଥିବା ଚୋର ପାକିସ୍ତାନର କରାଚି ସହରର ଗୁଲଶାନ-ଇ-ମାୟମାର ଅଞ୍ଚଳରେ ଅନେକ ଘର ଲୁଟି ନେଇଛନ୍ତି। ଲାହୋରର ଗୁରୁ ନାନକ ପ୍ରକାଶ ପର୍ବରେ ଯୋଗଦେବାକୁ ଯାଇଥିବା ଭାରତୀୟ ଶିଖ କାନୱାଲ ଜିତ ସିଂ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପୋଲିସ ୟୁନିଫର୍ମ ପରିଧାନ କରିଥିବା ଚୋରମାନେ ଲୁଟ କରିଥିଲେ।

କରାଚିରୁ ପୀଡିତଙ୍କ ପରିବାର ଅନୁଯାୟୀ, ଚୋରମାନେ ସିନ୍ଧ ପୋଲିସ କର୍ମଚାରୀଙ୍କ ୟୁନିଫର୍ମରେ ଏବଂ ସାଦା ପୋଷାକରେ ଥିଲେ। ସୁନା, ଅଳଙ୍କାର, ମୋବାଇଲ ଫୋନ ଏବଂ ନଗଦ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟ କରିଥିଲେ।

ଚୋରମାନେ ଗୋଟିଏ ଘର ପରେ ଅନ୍ୟ ଘରଗୁଡିକୁ ମଧ୍ୟ ଟାର୍ଗେଟ କରିଥିଲେ ଏବଂ ସାମଗ୍ରୀ ସହିତ ସିସିଟିଭି ଫୁଟେଜ ମଧ୍ୟ ନେଇଯାଇଥିଲେ। ଗତ ମାସରେ ସୁରଜନ ସହରରୁ ସମାନ ଘଟଣାରେ କରାଚି ପୋଲିସ ଦୁଇ ଅପରାଧୀଙ୍କୁ ଗିରଫ କରିଥିଲା।

ବରିଷ୍ଠ ପୋଲିସ ଅଧୀକ୍ଷକ ମେହରୋଜ ଅଲି କହିଛନ୍ତି ଉଭୟ ଏକ ୬ଜଣିଆ ଗ୍ୟାଙ୍ଗର ସଦସ୍ୟ, ଯେଉଁମାନେ ପୋଲିସ ୟୁନିଫର୍ମ ପିନ୍ଧି ଡକାୟତି କରିଥିଲେ। ସୂଚନାଯୋଗ୍ୟ ନିକଟରେ ପୋଲିସ ୟୁନିଫର୍ମରେ ଥିବା ଚୋରମାନେ ଏକ ଶିଖ ପରିବାରକୁ ମଧ୍ୟ ଲୁଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଲା ଅନାସ୍ଥା ପ୍ରସ୍ତାବ

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ ସଭ୍ୟଙ୍କ ମଧ୍ୟରୁ…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

ବୈଠକ ପୂର୍ବରୁ ସରକାରଙ୍କୁ ଅଲ୍ଟିମେଟମ ଦେଲା CJP, ରଖିଲା ଏହି ବଡ଼ ସର୍ତ୍ତ

ନୂଆଦିଲ୍ଲୀ,୨୫।୭: CJP ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ କ୍ଷତିପୂରଣ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ପ୍ରସଙ୍ଗ ସମ୍ପର୍କରେ ସଂଗଠନ ଆଜି (ଶନିବାର) ଏକ ଲିଖିତ ଚୁକ୍ତି…

ଚତୁର୍ଥୀ ରାତିରେ ଚାଲିଗଲା ବବଲୁଙ୍କ ଜୀବନ: ସକାଳୁ ସକାଳୁ ଜଣାପଡ଼ିଲା କାରଣ

ଲକ୍ଷ୍ନୌ,୨୫।୭: ଉତ୍ତର ପ୍ରଦେଶର ବଦାଉଁ ଜିଲାର ଉଘାଇତି ଥାନା ଅଞ୍ଚଳରେ ଅବସ୍ଥିତ ରିଓନାଇ ଗାଁରେ ବିବାହ ଉତ୍ସବର କିଛି ଘଣ୍ଟା ମଧ୍ୟରେ ଶୋକର ଛାୟା ଖେଲିଯାଇଛି। କନ୍ୟାକୁ…

ଯୁବପିଢ଼ିଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ RSS ମୁଖ୍ୟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଆମ୍ବେଦକର ଭବନରେ ବିଶ୍ୱମଙ୍ଗଳ୍ୟ ସଭା ଦ୍ୱାରା ଆୟୋଜିତ ‘ଯୁଗାନୁକୂଳ ମାତୃତ୍ୱ’ କାର୍ଯ୍ୟକ୍ରମରେ ଭାଷଣ ଦେଇ ସଂଘ ମୁଖ୍ୟ ମୋହନ ଭାଗବତ ଯୁବପିଢ଼ି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

CJP ହିଂସାକୁ ନେଇ ବଡ଼ ଖୁଲାସା, ଜନ୍ତର-ମନ୍ତରରେ ୨୫୦୦ରୁ ଅଧିକ…

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହିଛି । ଏହି ସମୟରେ Facial Recognition System ଦ୍ବାରା ହିଂସା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri