Posted inଖେଳ

ଭାରତୀୟ ଦଳର ସମର୍ଥନରେ ପୂର୍ବତନ ପାକିସ୍ତାନ ଅଧିନାୟକ

ଇସଲାମାବାଦ୍‌,୧୧।୯: କୋଚିଂ ଷ୍ଟାଫ୍‌ କୋଭିଡ୍‌-୧୯ ସଂକ୍ରମିତ ହେବା ପରେ ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳିବାକୁ ଅକ୍ଷମତା ପ୍ରକାଶ କରିଥିଲା ଟିମ୍‌ ଇଣ୍ଡିଆ। ଏଭଳି ନିଷ୍ପତ୍ତିକୁ କିଛି ପୂର୍ବତନ କ୍ରିକେଟର ସମାଲୋଚନା କରୁଥିବା ବେଳେ ଭାରତୀୟ ଖେଳାଳିଙ୍କ ସପକ୍ଷରେ ବାହାରିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜମାମ-ଉଲ-ହକ୍‌।

“କୋଭିଡ୍‌ କାରଣରୁ ଭାରତ-ଇଂଲଣ୍ଡ ସିରିଜ୍‌ର ୫ମ ଟେଷ୍ଟ ବାତିଲ ହେବା ଦୁର୍ଭାଗ୍ୟର ବିଷୟ। ଏହା ଏକ ଚମତ୍କାର ସିରିଜ୍‌ ଥିଲା। କିନ୍ତୁ ଭାରତୀୟ ଦଳ କଥା ଚିନ୍ତା କରନ୍ତୁ, ସେମାନେ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ବିନା ଚତୁର୍ଥ ଟେଷ୍ଟ ଖେଳିଥିଲେ। ଖେଳାଳିଙ୍କ ସହ ଟ୍ରେନିଂ କରୁଥିବା ଓ ଡ୍ରେସିଂ ରମ୍‌ ଶେୟାର କରୁଥିବା ଫିଜିଓ ପଜିଟିଭ ଚିହ୍ନଟ ହେବା ପରେ ଖେଳାଳିମାନେ ଚିନ୍ତିତ ହେବା ସ୍ବାଭାବିକ। ଟେଷ୍ଟ ମ୍ୟାଚ୍‌ରେ ଫିଜିଓଙ୍କ ଉପସ୍ଥିତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବିନା ଫିଜିଓରେ ଖେଳିବା ଖୁବ୍‌ କଷ୍ଟକର। କାରଣ ଖେଳାଳି ମ୍ୟାଚ୍‌ ବେଳେ ଆହତ ହେଲେ ତୁରନ୍ତ ଫିଜିଓଙ୍କ ଆବଶ୍ୟକତା ପଡ଼େ। ସେମାନଙ୍କୁ ମ୍ୟାଚ୍‌ ପାଇଁ ଫିଟ୍‌ କରାଇବା ଫିଜିଓ ତଥା ଟ୍ରେନରଙ୍କ ଦାୟିତ୍ୱ। ଟେଷ୍ଟ ମ୍ୟାଚ୍‌ର ପ୍ରତ୍ୟେକ ଦିନର ଖେଳ ପରେ ଫିଜିଓଙ୍କ କାମ ଆରମ୍ଭ ହୁଏ। ସେ ମ୍ୟାଚ୍‌ର ଅଗାମୀ ଦିନ ପାଇଁ ଖେଳାଳିଙ୍କୁ ଫିଟ୍‌ ରଖନ୍ତି। ଏଣୁ ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ମଧ୍ୟ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ରୁ ଓହରିଯିବାକୁ ଭୁଲ କୁହାଯାଇପାରିବ ନାହିଁ”  ବୋଲି ଇଞ୍ଜମାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri