ପୁଣି ଚର୍ଚ୍ଚାରେ ସୋନୁ

ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ଗରିବଙ୍କ ଦେବଦୂତ ସାଜିଥିବା ସୋନୁ ସୁଦ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି ଯାହାକୁ ଦେଖିବା ପରେ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି ଯେ ସୋନୁ ପୁଣିଥରେ ଗରିବଙ୍କ ଦେବଦୂତ ପାଲଟି ଯାଇଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ସୋନୁ ବିମାନ ବନ୍ଦରରୁ ବାହାରିବା ପରେ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ବାହାରେ ପ୍ରବଳ ଭିଡ ଲାଗିଛି । ସେଠାରେ ସେ ତାଙ୍କ କାରରେ ବସି ବାହାରିବା ବେଳେ ସୁରକ୍ଷାକର୍ମୀଙ୍କ ସୁରକ୍ଷା ଭିତରେ ବି ଅନେକ ଲୋକ କିଏ କାର୍‌ରେ ତ ପୁଣି କିଏ ବାଇକରେ ସୋନୁଙ୍କ ସହ ରାଲିରେ ଯିବା ଭଳି ମନେ ହେଉଛି । ଏହି ସମୟରେ ସେ ତାଙ୍କ କାରର ରୁଫ୍ ଅନ୍ କରି ସମସ୍ତଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଉଛନ୍ତି । ଏହି ସମୟରେ ମଝି ରାସ୍ତାରେ ଗୋଟିଏ ପରିବାର ହାତରେ ଏକ ବ୍ୟାନର ଧରି ଠିଆ ହୋଇଛନ୍ତି । ମାତା ପିତାଙ୍କ ସହ ଦୁଇଟି କୁନିକୁନି ପିଲାବି ନଜର ଆସୁଛନ୍ତି । ଉକ୍ତ ବ୍ୟାନରରେ ଭୁଲ ଇଂରାଜୀ ହେଉପଛେ ଲେଖାଯାଇଛି, ‘ହେଲ୍ପ ମି ସୋନୁ ସାର୍‌’ । ଆଉ ଏହାକୁ ଦେଖିବା ପରେ ସୋନୁ ଗାଡିରୁ ଓହ୍ଲାଇ ଆସି ସେମାନଙ୍କ ପାଖକୁ ଯାଉଥିବା ବେଳେ ପରିବାରର ମହିଳା ଜଣକ ଆସି ସୋନୁଙ୍କ ଗୋଡ ଧରିପକାଉଥିବା ଦେଖାଯାଇଛି । ଏହା ଦେଖି ସୋନୁ ସାମାନ୍ୟ ବିଚଳିତ ହୋଇଗଲା ଭଳି ମନେ ହେଉଛି । ହେଲେ ତାଙ୍କ କଥା କିଛି ଶୁଭୁ ନ ଥିବା ବେଳେ ଭିଡିଓରେ ଯାହା ଅନୁମାନ କରାଯାଉଛି ସୋନୁ ନିଶ୍ଚିତ ଭାବେ ଏହି ପରିବାରକୁ ସାହାଯ୍ୟ କରିବାକୁ କଥା ଦେଇଥିବେ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକାଠି ହେଲେ ମଲାଇକା-ଅରବାଜ୍‌!

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବଂ ଚଳଚ୍ଚିତ୍ର ନିର୍ମାତା ଅରବାଜ ଖାନ ସେମାନଙ୍କ ସମ୍ପର୍କକୁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଯଦିଓ ଉଭୟ ୧୮ ବର୍ଷର ବୈବାହିକ...

ମାମୁଁ ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ! କୃଷ୍ଣା କହିଲେ…

ବମ୍ବେ: ବୁଝାମଣାର ଅଭାବ ହେଲେ ଫିକା ପଡ଼ିଥାଏ ସମ୍ପର୍କ। ସେଭଳି କିଛି ଘଟିଛି ସୁପରଷ୍ଟାର ଗୋବିନ୍ଦାଙ୍କ ଏବଂ ଭଣଜା କୃଷ୍ଣା ଅଭିଷେକଙ୍କ କ୍ଷେତ୍ରରେ। ମାମୁଁଙ୍କୁ କୃଷ୍ଣା...

ସୋନୁ ସୁଦ୍‌ଙ୍କୁ ବିବାହ ପାଇଁ ବିହାର ଡାକିଲେ ଯୁବତୀ

ଅଭିନେତା ସୋନୁ ସୁଦ୍‌ ବର୍ତ୍ତମାନ କେବଳ ଜଣେ କଳାକାର ଭାବରେ ନୁହେଁ ବରଂ ଗରିବଙ୍କ ଭଗବାନ୍‌ ଭାବରେ ଜଣାଶୁଣା। ଲକ୍‌ଡାଉନ୍‌ ସମୟରେ ସେ ହଜାର ହଜାର...

ନଭେମ୍ବରରେ ରିଲିଜ ହେବ ଦୃଶ୍ୟମ ୨

ମୁମ୍ବାଇ: ଅଜୟ ଦେବଗନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଦୃଶ୍ୟମ ୨ ଖୁବଶୀଘ୍ର ସିନେମାହଲରେ ରିଲିଜ୍ ହେବାକୁ ଯାଉଛି । ହାଇଦ୍ରାବାଦରେ ଶୁଟିଂ ଶେଷ ହେବା ପରେ...

ନାଗା-ସମନ୍ଥାଙ୍କ ବିଚ୍ଛେଦ ପାଇଁ ବଲିଉଡ୍‌ର ଜଣେ ସୁପରଷ୍ଟାର ଦାୟୀ: କଙ୍ଗନା

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଏବଂ ସମନ୍ଥା ପ୍ରଭୁ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ୪ ବର୍ଷର ବୈବାହିକ ଜୀବନରେ...

‘ବଚ୍ଚନ ପାଣ୍ଡେ’ର ନୂଆ ଗୀତରେ ଜମୁଛି ଜ୍ୟାକଲିନ-ଅକ୍ଷୟଙ୍କ କେମେଷ୍ଟ୍ରି

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ନୂଆ ଗୀତ ରିଲିଜ୍ ହୋଇଛି । ଆକ୍ସନ, କମେଡିର ନିର୍ମାତା ସମ୍ପୂର୍ଣ୍ଣ ଗୀତଟିକୁ ସୋସିଆଲ...

କରୋନାରେ ଏହି ପ୍ରସିଦ୍ଧ ଅଭିନେତା ଭାଇଙ୍କ ପରଲୋକ

ବଲିଉଡ୍‌ ଅଭିନେତା ଦିଲୀପ କୁମାରଙ୍କ ସାନ ଭାଇ ଅସଲମ ଖାନଙ୍କର ମୃତ୍ୟୁ ଘଟିଛି। ସେ କରୋନା ପଜିଟିଭ ଥିଲେ। ତାଙ୍କୁ ୮୦ ବର୍ଷ ହୋଇଥିଲା।ଅସଲମଙ୍କ ବଡ...

ଫଟୋ ମାଧ୍ୟମରେ କାଜୋଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜୋଲ ସୋମବାର ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସ୍ତ୍ରୀଙ୍କର ଏହି ସ୍ବତନ୍ତ୍ର ଅବସରକୁ ଅଭୂଲା କରିବାକୁ ସ୍ବାମୀ ଅଜୟ ଦେବଗନ...

Advertisement
Archives

Model This Week