Posted inଜାତୀୟ

ପାଇଖାନା ପାଣି ପିଇବାକୁ ବାଧ୍ୟ କରାଯାଇଥିଲା

କୋଚି, ୧୨ା୬(ଆଇଏଏନ୍‌ଏସ୍‌): ନାଇଜେରିଆ ଜେଲରେ ୧୦ ମାସ ରହିବା ପରେ ଶନିବାର ଘରକୁ ଫେରିଥିବା କେରଳର ୩ ଜଣ ନାବିକ ଗଣମାଧ୍ୟମ ଆଗରେ ସେମାନଙ୍କ ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି। ବନ୍ଦୀ ଥିବାବେଳେ ସେମାନଙ୍କୁ ଶୌଚାଳୟ ପାଣି ପିଇବାକୁ ବାଧ୍ୟ କରାଯାଇଥିଲା। ମ୍ୟାଲେରିଆ ଯୋଗୁ ସେମାନଙ୍କୁ ଏକାଧିକ ଥର ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ସେମାନେ ଘରକୁ ଫେରି ପରିବାର ସଦସ୍ୟଙ୍କୁ ଦେଖିତ୍ବା ଆଶା ଛାଡ଼ିଦେଇଥିଲେ ବୋଲି କହିଛନ୍ତି।
ହିରୋଇକ୍‌ ଆଇଡନ୍‌ ଜାହାଜରେ ମୁଖ୍ୟ ଅଫିସର ଥିବା କୋଚିର ସାନୁ ଜୋସେଫ, ତୃତୀୟ ଅଫିସର କୋଲାମ୍‌ର ଭି. ବିଜିଥ୍‌ ଏବଂ ମୁଲାଭୁକାଡ୍‌ର ମିଲ୍‌ଟନ୍‌ ଡି’କାଉଥ୍‌ ଶନିବାର ସେମାନଙ୍କ ଘରେ ପହଞ୍ଚତ୍ଛନ୍ତି। ଇକୁଏଟୋରିଆଲ ଗିନିର ଜଳରାଶି ମଧ୍ୟରେ ଜାହାଜ ପ୍ରବେଶ କରିବା ଅଭିଯୋଗରେ ସେଠାର ସରକାର ନାବିକମାନଙ୍କୁ ଗିରଫ କରିଥିଲେ। ସେଠାକାର ଜେଲରେ ସେମାନେ ୩ ମାସ ରହିଥିଲେ। ଜାହାଜ କମ୍ପାନୀ ଇକୁଟୋରିଆଲ୍‌ ଗିନିକୁ ପର୍ଯ୍ୟାପ୍ତ ମୁକ୍ତି ଅର୍ଥ ଦେବା ପରେ ମଧ୍ୟ ନାବିକମାନଙ୍କୁ ଛଡ଼ାଯାଇ ନ ଥିଲା। ଇତିମଧ୍ୟରେ ନାଇଜେରିଆ ସରକାର ସେମାନଙ୍କ ବିରୋଧରେ ସାନି ଅଭିଯୋଗ ଆଣିଥିଲେ। ନାଇଜେରିଆ ତେଲ ଟ୍ୟାଙ୍କରରୁ ସେମାନେ ତେଲ ଚୋରାଚାଲାଣ କରିଥିବା ଅଭିଯୋଗ ଆଣି ନାଇଜେରିଆ ପୋଲିସ ଉକ୍ତ ଜାହାଜ ଓ ନାବିକମାନଙ୍କୁ ନିଜ ଜେଲ୍‌କୁ ନେଇଯାଇଥିଲା। ପରବର୍ତ୍ତୀ ୮ ମାସ ନାବିକମାନେ ନାଇଜେରିଆ ଜେଲରେ କାଟିଥିଲେ। ଭାରତ ସରକାରଙ୍କ ସମେତ ଅନ୍ୟ କେତେକ ସଂସ୍ଥା ମାମଲାରେ ହସ୍ତକ୍ଷେପ କରି ନାବିକମାନଙ୍କୁ ମୁକ୍ତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ଦୀପାବଳି ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା! ୭-୮% ମହଙ୍ଗା ହେବ…

ନୂଆଦିଲ୍ଲୀ,୨୨।୯: ଆଗକୁ ଆସୁଛି ଦଶହରା, ଛଠ ପୂଜା ଓ ଦୀପାବଳି ଭଳି ବଡ଼ ପାର୍ବଣ। ପାର୍ବଣ ପାଇଁ ଲୋକେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ବଢ଼ୁଥିବା ମହଙ୍ଗା…

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି…

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୧୦ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଘୋଷଣା

ନୂଆଦିଲ୍ଲୀ,୨୨।୯: ଉତ୍ତର ପ୍ରଦେଶରୁ ୧୦ଟି ଏବଂ ଉତ୍ତରାଖଣ୍ଡରୁ ଗୋଟିଏ – ଏହିପରି ମୋଟ ୧୧ଟି ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ।…

ଓୱାଇସିଙ୍କ ବୟାନକୁ ନେଇ ହଇଚଇ, କହିଲେ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କୁ….

ନୂଆଦିଲ୍ଲୀ,୨୨।୯: ରାଜନୈତିକ ପ୍ରସଙ୍ଗରେ ନିଜ ମତ ରଖୁଥିବା AIMIM ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି…

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?