ହୋଲିରେ ରଙ୍ଗ ଛଡ଼ାଉଥିଲେ..

ରଙ୍ଗର ପର୍ବ ହୋଲି। ଏହି ଖେଳର ମଜା ନିଆରା। ବେଶ୍‌ ମଉଜ ମସ୍ତିରେ ସାଙ୍ଗମାନଙ୍କ ସହ ହୋଲି ଖେଳିବା ପରେ ଶରୀରରେ ଲାଗିଥିବା ରଙ୍ଗକୁ ଛଡ଼ାଇବା କଥା ଆସିଥାଏ। ଏଭଳି କେତେକ ରଙ୍ଗ ଅଛି, ଯାହା ସହଜରେ ଛାଡ଼ି ନ ଥାଏ। ତେଣୁ ସେହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇପାରନ୍ତି….

ନିଜ କେଶକୁ କେମିକାଲଠାରୁ ଦୂରେଇ ରଖିବାକୁ ହେଲେ ହୋଲି ଖେଳିବା ପୂର୍ବରୁ ଆପଣ ପ୍ରଥମେ କେଶରେ ତେଲ ଭଲ ଭାବେ ଲଗାଇ ଦିଅନ୍ତୁ।
ସ୍କିନ୍‌ ଉପରେ ଭଲ ଭାବେ ନଡ଼ିଆ ତେଲ ଲଗାଇ ମାଲିସ୍‌ କରିଦିଅନ୍ତୁ।
ନଖ ଉପରେ କୌଣସି ବି ନେଲ ପେଣ୍ଟ ଲଗାଇ ଦିଅନ୍ତୁ।
ଏପରି କରିବା ଦ୍ୱାରା କେଶ, ନେଲ, ସ୍କିନ୍‌ ଉପରେ ରଙ୍ଗ ଲାଗିବନି। ଫଳରେ ଏହା ସହଜରେ ଛାଡିଯିବ।
ଆପଣ ହୋଲି ଖେଳିବା ସମୟରେ ମୁଣ୍ଡରେ ହ୍ୟାଟ କିମ୍ବା କ୍ୟାପ୍‌ ଲଗାଇ ଖେଳିପାରିବେ।
ଯଦି ଆପଣଙ୍କ ସ୍କିନ୍‌ ସାବୁନ୍‌ ଲଗାଇବା ଦ୍ୱାରା ଡ୍ରାଏ ହୋଇଯାଉଥାଏ, ତେବେ ଆପଣ ଏକ ପାତ୍ରରେ ଅଟା ନିଅନ୍ତୁ। ଏହାପରେ ସେଥିରେ ଅଳ୍ପ ତେଲ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ପରେ ଏହାକୁ ଭଲଭାବେ ଶରୀରରେ ଲଗାଇ ଦିଅନ୍ତୁ। ପରେ ଏହାକୁ ରଗଡ଼ି ରଗଡ଼ି ସଫା କରନ୍ତୁ।
ରଙ୍ଗ ଛଡ଼ାଇବାକୁ ହେଲେ ଫେସ୍‌ପ୍ୟାକ୍‌ ଏକ ଭଲ ଅପସନ୍‌। ଏହାକୁ ପ୍ରସ୍ତୁତ କରିବାକୁ ହେଲେ ଏକ ପାତ୍ରରେ ବେସନ, ହଳଦୀ, ଅଟା ଓ ସୋରିଷ ତେଲକୁ ଭଲ ଭାବେ ମିଶାନ୍ତୁ। ଏବେ ଏହାକୁ ଶରୀର ଏବଂ ମୁହଁରେ ଲଗାନ୍ତୁ। ପୁଣି ଧୀରେ ଧୀରେ ଏହାକୁ ସ୍କ୍ରବ୍‌ କରନ୍ତୁ। ଦେଖିବେ ଲାଗିଥିବା ରଙ୍ଗ ଛାଡ଼ିଯିବ।
ଏକ ପାତ୍ର ନେଇ ସେଥିରେ ମୁଲ୍‌ତାନୀ ମାଟି ପାଉଡର ନିଅନ୍ତୁ। ସେଥିରେ କ୍ଷୀର କିମ୍ବା ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ପେଷ୍ଟକୁ ମୁହଁ ଓ ଶରୀରରେ ଲଗାନ୍ତୁ। ତା’ପରେ ଏହାକୁ ଧୀରେ ଧୀରେ ରଗଡ଼ି ଭଲଭାବେ ଧୋଇ ଦିଅନ୍ତୁ।
ନଖକୁ ସାବୁନ୍‌ରେ ଭଲ ଭାବେ ସଫା କରନ୍ତୁ ଓ ଏକ ମଗରେ ପାଣି ନିଅନ୍ତୁ। ସେଥିରେ ଏକ ଚାମଚ ବେକିଂ ସୋଡା, ଲେମ୍ବୁରସ ମିଶ୍ରଣ ପାଣିରେ ହାତକୁ ପାଞ୍ଚ ମିନିଟ୍‌ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ପୁଣି ହାତକୁ ବ୍ରଶ ସାହାଯ୍ୟରେ ଧୀରେ ଧୀରେ ସଫା କରି କ୍ରିମ୍‌ ଲଗାନ୍ତୁ। ଏହା ଦ୍ୱାରା ରଙ୍ଗ ସଫା ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ନେଇ ମନରେ ଅନେକ ପ୍ରଶ୍ନ ଉଠୁଛି କି? ସବୁର ଉତ୍ତର ପାଇବା ନେଇ ନିଶ୍ଚିତ ପଢ଼ନ୍ତୁ…

ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟହ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର କରୁଥିବା ବେଳେ କିଛି ସ୍ଥାନରେ...

ବୁଦ୍ଧିମତ୍ତା ବଢ଼ାଇବା ପାଇଁ…

କୌଣସି କାର୍ଯ୍ୟକୁ ସହଜରେ ସମ୍ପାଦନ କରିବା ପାଇଁ ଆମକୁ ବୁଦ୍ଧି ଖଟାଇବାକୁ ପଡ଼ିଥାଏ। ତେଣୁ ବୁଦ୍ଧିମତ୍ତା ସବୁବେଳେ ପ୍ରଖର ରହିବା ନିହାତି ଦରକାର। ତେବେ ଏଥିପାଇଁ...

ଲିଭର ରୋଗ ଚିହ୍ନଟ ହେବାର ନୂଆ ଉପାୟ

ଲିଭର ରୋଗକୁ ଚିହ୍ନଟ କରିବାର ଏକ ନୂଆ ଉପାୟ ନିକଟରେ ଉଦ୍ଭାବିତ ହୋଇଛି। ଏ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି ଆମେରିକାସ୍ଥିତ ଜର୍ଜିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ।...

ଶୀତରେ ଶିଶୁଙ୍କ ଯତ୍ନ

ଧୀରେ ଧୀରେ ଅନୁଭୂତ ହେଲାଣି ଶୀତ। ଆଉ ମା’ମାନଙ୍କଠାରେ ବଢୁଛି ପିଲାଙ୍କ ସ୍ବାସ୍ଥ୍ୟ ଚିନ୍ତା। କାରଣ ବର୍ଷର ଅନ୍ୟଦିନ ତୁଳନାରେ ଏଦିନେ ଶିଶୁଙ୍କଠାରେ ଦେଖାଦେଇଥାଏ ବିଭିନ୍ନ...

ସଂକ୍ରମଣରୁ ମୁକ୍ତି ଦିଏ ଏସବୁ ଫଳ

ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏଣୁତେଣୁ ଖାଇବା ଉଚିତ ହୋଇ ନ ଥାଏ। ଏହା ସହ ଦୈନିକ କିଛି ଫଳ ଖାଇବା ନିହାତି...

ଘରେ କଳହ ଯୋଗୁ ଅଶାନ୍ତି ବଢ଼ୁଛି କି? ଲୁଣକୁ ଏଭଳି ବ୍ୟବହାର କରି…

ଘରର ସୁଖ ଶାନ୍ତି ବୃଦ୍ଧି କରିବାରେ ମଧ୍ୟ ଲୁଣର ରହିଛି ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ସଦସ୍ୟଙ୍କ ଭିତରେ କଳହ ଲାଗୁଥିଲେ କିମ୍ବା...

ଝିଅରୁ ବୋହୂ ହେବା ପୂର୍ବରୁ ଜାଣି ନିଅନ୍ତୁ ଏହି ୪ କଥା

ବିବାହକୁ ନେଇ ପ୍ରାୟତଃ ସମସ୍ତଙ୍କ ମନରେ ଉତ୍ସାହ ଥାଏ । ମନର ମଣିଷ ବିଷୟରେ ଜାଣିବାକୁ ସମସ୍ତେ ଚେଷ୍ଟା କରନ୍ତି। ବର୍ତ୍ତମାନ ବିବାହ ପୂର୍ବରୁ ଦୁହେଁ...

ଆର୍ଟିଫିସିଆଲ୍‌ ଜୁଏଲେରୀ କେୟାର୍‌

ବର୍ତ୍ତମାନ ଭଳିକି ଭଳି ଆର୍ଟିଫିସିଆଲ୍‌ ଜୁଏଲେରୀ ଟ୍ରେଣ୍ଡ୍‌ରେ ରହିଛି। କମ୍‌ ଖର୍ଚ୍ଚରେ ଏକାଧିକ ଜୁଏଲେରୀ କିଣି ହେଉଥିବାରୁ ଏହାକୁ ସମସ୍ତେ ପସନ୍ଦ କରୁଛନ୍ତି। ହେଲେ ସାମାନ୍ୟ...

Advertisement
Archives

Model This Week