ହୋଲିରେ ରଙ୍ଗ ଛଡ଼ାଉଥିଲେ..

ରଙ୍ଗର ପର୍ବ ହୋଲି। ଏହି ଖେଳର ମଜା ନିଆରା। ବେଶ୍‌ ମଉଜ ମସ୍ତିରେ ସାଙ୍ଗମାନଙ୍କ ସହ ହୋଲି ଖେଳିବା ପରେ ଶରୀରରେ ଲାଗିଥିବା ରଙ୍ଗକୁ ଛଡ଼ାଇବା କଥା ଆସିଥାଏ। ଏଭଳି କେତେକ ରଙ୍ଗ ଅଛି, ଯାହା ସହଜରେ ଛାଡ଼ି ନ ଥାଏ। ତେଣୁ ସେହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇପାରନ୍ତି….

ନିଜ କେଶକୁ କେମିକାଲଠାରୁ ଦୂରେଇ ରଖିବାକୁ ହେଲେ ହୋଲି ଖେଳିବା ପୂର୍ବରୁ ଆପଣ ପ୍ରଥମେ କେଶରେ ତେଲ ଭଲ ଭାବେ ଲଗାଇ ଦିଅନ୍ତୁ।
ସ୍କିନ୍‌ ଉପରେ ଭଲ ଭାବେ ନଡ଼ିଆ ତେଲ ଲଗାଇ ମାଲିସ୍‌ କରିଦିଅନ୍ତୁ।
ନଖ ଉପରେ କୌଣସି ବି ନେଲ ପେଣ୍ଟ ଲଗାଇ ଦିଅନ୍ତୁ।
ଏପରି କରିବା ଦ୍ୱାରା କେଶ, ନେଲ, ସ୍କିନ୍‌ ଉପରେ ରଙ୍ଗ ଲାଗିବନି। ଫଳରେ ଏହା ସହଜରେ ଛାଡିଯିବ।
ଆପଣ ହୋଲି ଖେଳିବା ସମୟରେ ମୁଣ୍ଡରେ ହ୍ୟାଟ କିମ୍ବା କ୍ୟାପ୍‌ ଲଗାଇ ଖେଳିପାରିବେ।
ଯଦି ଆପଣଙ୍କ ସ୍କିନ୍‌ ସାବୁନ୍‌ ଲଗାଇବା ଦ୍ୱାରା ଡ୍ରାଏ ହୋଇଯାଉଥାଏ, ତେବେ ଆପଣ ଏକ ପାତ୍ରରେ ଅଟା ନିଅନ୍ତୁ। ଏହାପରେ ସେଥିରେ ଅଳ୍ପ ତେଲ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ପରେ ଏହାକୁ ଭଲଭାବେ ଶରୀରରେ ଲଗାଇ ଦିଅନ୍ତୁ। ପରେ ଏହାକୁ ରଗଡ଼ି ରଗଡ଼ି ସଫା କରନ୍ତୁ।
ରଙ୍ଗ ଛଡ଼ାଇବାକୁ ହେଲେ ଫେସ୍‌ପ୍ୟାକ୍‌ ଏକ ଭଲ ଅପସନ୍‌। ଏହାକୁ ପ୍ରସ୍ତୁତ କରିବାକୁ ହେଲେ ଏକ ପାତ୍ରରେ ବେସନ, ହଳଦୀ, ଅଟା ଓ ସୋରିଷ ତେଲକୁ ଭଲ ଭାବେ ମିଶାନ୍ତୁ। ଏବେ ଏହାକୁ ଶରୀର ଏବଂ ମୁହଁରେ ଲଗାନ୍ତୁ। ପୁଣି ଧୀରେ ଧୀରେ ଏହାକୁ ସ୍କ୍ରବ୍‌ କରନ୍ତୁ। ଦେଖିବେ ଲାଗିଥିବା ରଙ୍ଗ ଛାଡ଼ିଯିବ।
ଏକ ପାତ୍ର ନେଇ ସେଥିରେ ମୁଲ୍‌ତାନୀ ମାଟି ପାଉଡର ନିଅନ୍ତୁ। ସେଥିରେ କ୍ଷୀର କିମ୍ବା ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ପେଷ୍ଟକୁ ମୁହଁ ଓ ଶରୀରରେ ଲଗାନ୍ତୁ। ତା’ପରେ ଏହାକୁ ଧୀରେ ଧୀରେ ରଗଡ଼ି ଭଲଭାବେ ଧୋଇ ଦିଅନ୍ତୁ।
ନଖକୁ ସାବୁନ୍‌ରେ ଭଲ ଭାବେ ସଫା କରନ୍ତୁ ଓ ଏକ ମଗରେ ପାଣି ନିଅନ୍ତୁ। ସେଥିରେ ଏକ ଚାମଚ ବେକିଂ ସୋଡା, ଲେମ୍ବୁରସ ମିଶ୍ରଣ ପାଣିରେ ହାତକୁ ପାଞ୍ଚ ମିନିଟ୍‌ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ପୁଣି ହାତକୁ ବ୍ରଶ ସାହାଯ୍ୟରେ ଧୀରେ ଧୀରେ ସଫା କରି କ୍ରିମ୍‌ ଲଗାନ୍ତୁ। ଏହା ଦ୍ୱାରା ରଙ୍ଗ ସଫା ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?