ପାରମ୍ପରିକ ରୀତିନୀତିରେ ରଙ୍ଗ ଖେଳି ଭାଇଚାରାର ବାର୍ତ୍ତା ବାଣ୍ଟିଲେ

ଥୁଆମୂଳ ରାମପୁର,୫ା୩: ଅଧ୍ୟାତ୍ମିକତା ଓ ପାରମ୍ପରିକ ରୀତିନୀତି ମଧ୍ୟରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସ୍ଥାନରେ ରଙ୍ଗର ପର୍ବ ‘ହୋଲି’ ଅତି ଉତ୍ସାହ ଓ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ସହରଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ରଙ୍ଗ ଓ ଅବିରରେ ରଙ୍ଗେଇ ହୋଇଛନ୍ତି ଆବାଳବୃଦ୍ଧବନିତା। ପର୍ବ ଅବସରରେ ସ୍ଥାନୀୟ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଗ୍ରାମର ମୁଖ୍ୟ ମନ୍ଦିର ଆଗରେ ଏକତ୍ରିତ ହୋଇ ଯୁବକ ଓ ଶିଶୁମାନେ ପରସ୍ପରକୁ ରଙ୍ଗ ଏବଂ ଅବିର ଲଗାଇ ଖୁସି ମନାଇଥିଲେ। ଅନେକ ସ୍ଥାନରେ ଯୁବକ ସଂଘ ପକ୍ଷରୁ ‘ଦହି ହାଣ୍ଡି’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗ୍ରାମର ବା ପଡ଼ା ଛକ ମଝିରେ ବନ୍ଧାଯାଇଥିବା ଦହି ହାଣ୍ଡିକୁ ଫୁଟାଇବା ପାଇଁ ଯୁବକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ କେତେକ ସ୍ଥାନରେ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା, ଯାହା ଗ୍ରାମବାସୀଙ୍କୁ ବେଶ ମନୋରଞ୍ଜନ ଯୋଗାଇଥିଲା। ବିଭିନ୍ନ ଗ୍ରାମାଞ୍ଚଳରେ କୁନିକୁନି ଶିଶୁମାନେ ଦଳଗତ ଭାବେ ରଙ୍ଗ ଖେଳିବା ସହ ଫଟୋ ଉଠାଇ ଏହି ଦିନଟିକୁ ସ୍ମରଣୀୟ କରିଛନ୍ତି। ଯୁବକ ଓ ବୟୋଜ୍ୟେଷ୍ଠମାନେ ପରସ୍ପରକୁ ରଙ୍ଗ ଲଗାଇ ଭାଇଚାରାର ବାର୍ତ୍ତା ବାଣ୍ଟିଥିଲେ। ଉତ୍ସବର ଖୁସିରେ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଥିଲା। ହୋଲି ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଗଣ୍ଡଗୋଳ ନ ଘଟେ, ସେଥିପାଇଁ ଥୁଆମୂଳ ରାମପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଥାନା ଅଧିକାରୀ କୈବଲ୍ୟ ସେଠ୍‌ଙ୍କ ସମେତ ପୋଲିସ କର୍ମଚାରୀମାନେ ବିଭିନ୍ନ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ମୁତୟନ ହୋଇ ସତର୍କ ଦୃଷ୍ଟି ରଖିଥିଲେ। ପୋଲିସର କଡ଼ା ପାଟ୍ରୋଲିଂ ଯୋଗୁ ସମଗ୍ର ବ୍ଲକରେ ହୋଲି ପର୍ବ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଏହି ପର୍ବ ମାଧ୍ୟମରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଭାଇଚାରାର ବାର୍ତ୍ତା ଦେଇଛନ୍ତି। ରଙ୍ଗବୋଳା ମୁହଁରେ ହସର ଲହରି ଖେଳିଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ସଜାଗ ଦୃଷ୍ଟି ଦିଆଯାଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ସନ୍ତୋଷ ପ୍ରକାଶ କରିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ରିଷିଡ଼ାରେ ଧୂମ୍‌ଧାମ୍‌ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସମଗ୍ର ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାତୃରାମ ସୋହନ ଲାଲ ବିହାର ରିଷିଡ଼ା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ…

ସିର୍ଜାପାଲିରେ ଜନ୍ମାଷ୍ଟମୀ ଉତ୍ସବ: କଂସ ଦରବାର ମୁଖ୍ୟ ଆକର୍ଷଣ

କର୍ଲାମୁଣ୍ଡା,୪।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ କେସିଙ୍ଗା ବ୍ଲକ ସିର୍ଜାପାଲି ଗ୍ରାମରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏହି…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ଥୁଆମୂଳ ରାମପୁରରେ ପକ୍ସୋ ଆଇନ ଓ ପୀଡ଼ିତା କ୍ଷତିପୂରଣ ଉପରେ ସଚେତନତା କାର୍ଯ୍ୟକ୍ରମ

ଥୁଆମୂଳ ରାମପୁର, ୩।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ ଗ୍ରାମ ବିକାଶ ଶିକ୍ଷା ନିକେତନ ପରିସରରେ ତାଲୁକ ଆଇନ ସେବା ସମିତି…

ପୁଣି ଦାଦନ ଦୁଖଃ: ଚିକିତ୍ସା ସେବା ନ ପାଇ ଚାଲିଗଲା ଜୀବନ

ଧର୍ମଗଡ଼, ୩ା୯ (ଘାଷିରାମ ଜଗତ): ଅର୍ଥାଭାବରୁ ଚିକିତ୍ସାସେବା ନ ପାଇ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି…

ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କୁ ଲାପଟପ ବଣ୍ଟନ: ଶିକ୍ଷାକୁ ସହଜ କରିବାକୁ ଉଦ୍ୟମ

କର୍ଲାମୁଣ୍ଡା,୩।୯(ପ୍ରଦୀପ କୁମାର ସାହୁ):ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ଶିକ୍ଷାକୁ ସହଜ ଓ ଡିଜିଟାଲ ମାଧ୍ୟମରେ ଆହୁରି ସୁଗମ କରିବା ଉଦ୍ଦେଶ୍ୟରେ ଜିଲାପାଳଙ୍କ ପକ୍ଷରୁ ଲାପଟପ ବଣ୍ଟନ କରାଯାଇଛି। ଜିଲାପାଳଙ୍କ ଆବାସିକ…

ଶୌଚ ହେବାକୁ ଯାଇଥିଲେ, ଆଉ ଫେରିଲେନି: ଗୋଡ଼ ଖସିଯିବାରୁ ପୋଖରୀ ଗଭୀର ପାଣିରେ ବୁଡ଼ି ଚାଲିଗଲା…

ଥୁଆମୂଳ ରାମପୁର,୨ା୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମହୁଲପାଟଣା ଫାଣ୍ଡି ଅଧୀନସ୍ଥ ଉପରଚବରି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri