ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା ଶିଖରଚଣ୍ଡୀ, ନୀଳକଣ୍ଠେଶ୍ୱର ଓ କନକ ଦୁର୍ଗା ମନ୍ଦିରରୁ ଚୋରି ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ୪ ଦୁର୍ବୃତ୍ତ ମୁଣ୍ଡିଆ ମାରି ମନ୍ଦିରରେ ପଶି ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ଏବଂ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟି ନେଇଛନ୍ତି। ଏନେଇ ଉକ୍ତ ମନ୍ଦିରର ଟ୍ରଷ୍ଟି ଅଭିଯୋଗ କରିବା ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ଛାନ୍‌ଭିନ୍‌ କରିଥିଲେ। ଏନେଇ ନୀଳକଣ୍ଠେଶ୍ୱର ମନ୍ଦିର ଟ୍ରଷ୍ଟର ରବୀନ୍ଦ୍ର ପାତ୍ର ଅଭିଯୋଗ କରିଥିବାବେଳେ ଶିଖରଚଣ୍ଡୀ ମନ୍ଦିର ଟ୍ରଷ୍ଟର ଆନନ୍ଦ ସାହୁ ଏବଂ କନକଦୁର୍ଗା ମନ୍ଦିର ଟ୍ରଷ୍ଟର ବିଭୁ ପ୍ରସାଦ ରୟ ଅଭିଯୋଗ କରିଛନ୍ତି। ୩ଟି ଅଭିଯୋଗ ଆଧାରରେ ପୋଲିସ ୩ଟି ପୃଥକ୍‌ ମାମଲା ରୁଜୁ କରି ତଦନ୍ତ କରୁଛି। ୩ଟି ମନ୍ଦିରରେ ଲାଗିଥିବା ସିସିଟିଭି ଆଧାରରେ ପୋଲିସ ଲୁଟେରାଙ୍କୁ ଚିହ୍ନଟ କରୁଛି। ସେମାନଙ୍କୁ ଗିରଫ ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ଗୁରୁବାର ରାତି ପ୍ରାୟ ୨ଟାରେ ୪ ଦୁର୍ବୃତ୍ତ ପ୍ରଥମେ ଶିଖରଚଣ୍ଡୀ ମନ୍ଦିର ଭିତରକୁ ପଶି ଚୋରି କରିଥିଲେ। ପରେ ସେମାନେ କନକଦୁର୍ଗା ମନ୍ଦିର ଏବଂ ଶେଷରେ ନୀଳକଣ୍ଠେଶ୍ୱର ମନ୍ଦିରରୁ ଚୋରି କରିଥିଲେ। ୪ ଅଭିଯୁକ୍ତ ମନ୍ଦିର ଆଗରେ ମୁଣ୍ଡିଆ ମାରି ସମସ୍ତ ମନ୍ଦିର ଭିତରକୁ ପଶିବା ପରେ ମନ୍ଦିର ତାଲା ଭାଙ୍ଗି ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଥିଲା। କନକଦୁର୍ଗା ମନ୍ଦିରରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ମା’ଙ୍କ ସୁନା ମୂର୍ତ୍ତି ସହ ରୁପା ଖଟୁଲି, ମା’ଙ୍କ ମଥା ଟିକା ଓ ନୋଥ ସହ ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ଚୋରି କରିଥିଲେ। ସେହିପରି ନୀଳକଣ୍ଠେଶ୍ୱର ମନ୍ଦିର ଓ ଶିଖରଚଣ୍ଡୀ ଗ୍ରାମ ଦେବତୀ ମନ୍ଦିରରୁ ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡିରୁ ଟଙ୍କା ଚୋରି ହୋଇଛି। ୪ ଦୁର୍ବୃତ୍ତ ୩ଟି ମନ୍ଦିର ଚୋରିରେ ସମ୍ପୃକ୍ତ ରହିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଏହି ଚୋରି ଗ୍ୟାଙ୍ଗ୍‌ରେ ଜଣେ ମହିଳା ଲିଡର ସାଜିଥିବା ସିସିଟିଭିରୁ ଦେଖିବାକୁ ମିଳିଛି। ସେ ହିଁ ଅନ୍ୟ ୩ ଦୁର୍ବୃତ୍ତଙ୍କୁ କିଭଳି ଯିବ ଏବଂ କେଉଁଠୁ ଚୋରି କରିବ ସେନେଇ ହାତ ଦେଖାଉଥିବା ସିସିଟିଭିରୁ ଦେଖିବାକୁ ମିଳିଛି। ଏହି ଲୁଟ୍‌ ପଛରେ ଥିବା ଲୁଟେରାମାନେ ପୂର୍ବରୁ ମନ୍ଦିରକୁ ଠାକୁର ଦର୍ଶନ କରିବାକୁ ଆସିଥିବା ପୋଲିସ ସନ୍ଦେହ କରୁଛି। ଏକାଧିକ ଥର ମନ୍ଦିରକୁ ଠାକୁର ଦର୍ଶନ ନଁାରେ ରେକି କରିବାପରେ ଚୋରି ପାଇଁ ଗୁରୁବାର ରାତି ଠିକ୍‌ କରିଥିଲେ। ଆଉ ଶେଷରେ ସେମାନେ ଗୁରୁବାର ବିଳମ୍ବିତ ରାତିରେ ମନ୍ଦିରରେ ପଶି ଚୋରି କରିଥିଲେ। ତେଣୁ ପୋଲିସ ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜରୁ ଚୋରିର ୧୦ଦିନ ପୂର୍ବରୁ କେଉଁମାନେ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲେ, ସେସବୁକୁ ସିସିଟିଭି ଫୁଟେଜରୁ ଯାଞ୍ଚ କରୁଛି। ଦୁର୍ବୃତ୍ତଙ୍କ ଚେହେରା ଏବଂ ପୂର୍ବ ଦିନରେ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ବ୍ୟକ୍ତିଙ୍କ ଚେହେରା ସହ ଯାଞ୍ଚ କରାଯାଉଛି। ଏହି ଲୁଟ୍‌ ପଛରେ ସ୍ଥାନୀୟ ବସ୍ତିର କେତେକ ଲୋକଙ୍କ ହାତ ରହିଥିବା ପୋଲିସ ସନ୍ଦେହ କରୁଛି। ତେଣୁ ହ୍ୟୁମାନ୍‌ ଇଣ୍ଟେଲିଜେନ୍ସ ଏବଂ ସିସିଟିଭି ଆଧାରରେ ଲୁଟେରାଙ୍କୁ ଚିହ୍ନଟ କରାଯାଉଛି ବୋଲି ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri