ବ୍ୟବଚ୍ଛେଦ ନ କରି ନେଇ ଯାଉଛନ୍ତି ମୃତଦେହ

ନୟାଗଡ଼,୨।୭(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ବ୍ୟବଚ୍ଛେଦ ନ କରି ମୃତଦେହଗୁଡିକୁ ଜୋରଜବରଦସ୍ତ ଘରକୁ ନେଇ ଯାଉଛନ୍ତି। ଖର୍ଚ୍ଚରୁ ମୁକ୍ତି ପାଇଁ ମୃତଦେହଗୁଡିକୁ ବାଇକ୍‌ରେ ନେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। କାର୍ଯ୍ୟାନୁଷ୍ଠାନ ନ ଥିବାରୁ ୧୦ ଦିନ ମଧ୍ୟରେ ୨ଟି ଘଟଣା ଘଟି ସାରିଲାଣି। ଅନ୍ୟପକ୍ଷେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଫାଣ୍ଡି ରହିଥିଲେ ବି କିଛି ସୁଫଳ ମିଳୁନି। ଏଥିରେ ରୋକ୍‌ ଲାଗୁ ନ ଥିବାରୁ ମୃତଦେହ ବାଇକ୍‌ରେ ନେବା ଓ ବ୍ୟବଚ୍ଛେଦ ନ କରି ନେଇ ଯିବା ଘଟଣା ଚିନ୍ତାର କାରଣ ପାଲଟିଲାଣି। ଗତ ୨୩ ତାରିଖରେ ଇଟାମାଟି ଥାନା ଚମ୍ପତିପୁର ଅଞ୍ଚଳରେ ଟ୍ରାକ୍ଟର ଓଲଟି ରାଜା ସିନ୍ଦୁରା(୧୫) ନାମକ ଜଣେ ନାବଳକଙ୍କ ମୃତ୍ୟୁ ଘଟିଥିଲା। ରାଜା ଟ୍ରାକ୍ଟର ସହ ଲଙ୍ଗଳ ନେଇ ବିଲ ଚାଷ କରି ଫେରୁଥିଲେ। ଗଁା ନିକଟସ୍ଥ ବନ୍ଧରେ ଆସୁଥିବାବେଳେ ଟ୍ରାକ୍ଟର ଓଲଟି ପଡିଥିଲା। ନାବାଳକ ଚାଳକ ଟ୍ରାକ୍ଟର ତଳେ ରହି ଗୁରୁତର ହୋଇଥିଲେ। ରାଜାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଡାକ୍ତର ବ୍ୟବଚ୍ଛେଦ କରିବାକୁ କହୁଥିବାବେଳେ ପରିବାର ଲୋକ ମୃତଦେହ ନେଇ ପଳାଇ ଯାଇଥିଲେ। ସେହିଭଳି ଗତ ୧୪ ତାରିଖରେ ନବଘନପୁର ଗଁାର ପଞ୍ଚୁ ବେହେରା(୯୦) ଅସୁସ୍ଥ ହୋଇ ଜିଲା ମୁଖ୍ୟ ଚିକିିସତ୍ାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ମୃତ ଘୋଷଣା କରିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ମୃତଦେହକୁ ବାହାରକୁ ନେବା ପାଇଁ କହିଥିଲେ। ଆମ୍ବୁଲାନ୍ସ ମୃତଦେହ ୧୮୦୦ ଟଙ୍କାରେ ନେବା ପାଇଁ କହିବା ପରେ ପରିବାର ଲୋକ ବାଇକ୍‌ରେ ମୃତଦେହ ନେଇ ଚାଲି ଯାଇଥିଲେ। ଏଭଳି ବିଭିନ୍ନ ସମୟରେ ମୃତଦେହକୁ ବ୍ୟବଚ୍ଛେଦ ନ କରାଇ ନେଇ ଯାଉଛନ୍ତି ସମ୍ପକୀୟ ା ମୃତଦେହ ବ୍ୟବଚ୍ଛେଦ ଗୃହକୁ ଗଲା କି ଅନ୍ୟ କିଏ ଗାଏବ କଲା ଡାକ୍ତର, ଚିକିସତ୍ାଳୟ ମ୍ୟାନେଜର, ହେଲପ ଡେସ୍କ, ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ଜାଣି ପାରୁ ନାହାନ୍ତି। ନବଘନପୁର ଘଟଣାରେ ମୃତଦେହ ବାଇକ୍‌ରେ ଯାଇ ଘରେ ପହଞ୍ଚିଥିଲେ ମଧ୍ୟ କେହି ଜାଣି ପାରି ନ ଥିଲେ। ଚିକିତ୍ସାଳୟରେ ଯେ କେହି ମଲେ ତା’ର ବ୍ୟବଚ୍ଛେଦ ହେବାର ନିୟମ ରହିଛି। ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରୋଗୀଙ୍କ ମୃତ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟଙ୍କୁ ଅବଗତ କରାଇବାର ନିୟମ ରହିଛି। ତେବେ ନିୟମ ଶୀତଳଭଣ୍ଡାରରେ ରହି ଯାଉଥିବାରୁ ଅବ୍ୟବସ୍ଥା ବଢ଼ି ଚାଲିଛି। ଏନେଇ ନୟାଗଡ଼ର ସାମାଜିକକର୍ମୀ ବିଭୂତି ପଟ୍ଟନାୟକ କୁହନ୍ତି, ବ୍ୟବଚ୍ଛେଦ କଲେ ଝାମେଲା ରହୁଛି। ବ୍ୟବଚ୍ଛେଦ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ପୁଣି ଏଥିରେ ମୃତକ ପରିବାର ଅଯଥାରେ ଖର୍ଚ୍ଚାନ୍ତ ହେଉଛି। ପୁଣି ଆମ୍ବୁଲାନ୍ସରେ ମୃତଦେହ ନେଇ ୨ହଜାରୁ ଆରମ୍ଭ ଖର୍ଚ୍ଚ। ମୃତକ ପରିବାର ଅଯଥା ଖର୍ଚ୍ଚରୁ ବର୍ତ୍ତିବା ଓ ଟେନଶନରୁ ମୁକ୍ତି ପାଇଁ ଘରକୁ ବାଇକ୍‌ରେ ନେବାକୁ ଶ୍ରେୟ ମନେ କରୁଛନ୍ତି। ସରକାର ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ କରାଇବାର ତରିକା ନ ବଦଳାଇଲେ ବାଇକ୍‌ରେ ମୃତଦେହ ବୋହିବା ଓ ମନଇଛା ମୃତଦେହ ସ୍ବାସ୍ଥ୍ୟକେନ୍ଦ୍ରରୁ ନେବା ଘଟଣା ବଢ଼ିବ ସନ୍ଦେହ ନାହିଁ। ଜିଲା ମୁଖ୍ୟ ଚିକିତ୍ସାଧାରୀ(ସିଡିଏମ୍‌ଓ) ମକରନ୍ଦ ବେଉରା କୁହନ୍ତି, ସବୁ ମୃତଦେହ ବ୍ୟବଚ୍ଛେଦ କରାଇଲେ ଟେନଶନ ବଢ଼ିବ। ଯେଉଁମାନେ ବ୍ୟବଚ୍ଛେଦ କରିବାକୁ ଆଗ୍ରହୀ ନୁହନ୍ତି ସମ୍ପୃକ୍ତ ପରିବାରକୁ ମୃତଦେହ ହସ୍ତାନ୍ତର ହେଉଛି। ତେବେ ମୃତ୍ୟୁରେ ସନ୍ଦେହ ହେଲେ ଅଥବା ଅଭିଯୋଗ ଥିଲେ ମୃତଦେହ ବ୍ୟବଚ୍ଛେଦ ହେବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri