ଶ୍ରାବଣ ମାସରେ ନିଶ୍ଚୟ ଲଗାନ୍ତୁ ଏହି ୫ ଗଛ; ଚମକିବ ଭାଗ୍ୟ…

ଆରମ୍ଭ ହୋଇଛି ଶ୍ରାବଣ ମାସ। ଏହି ମାସଟି ଭଗବାନ ଶିବଙ୍କ ମାସ ବୋଲି କୁହାଯାଏ। ଏହାଛଡ଼ା ପର୍ଯ୍ୟାବରଣ ଏବଂ ଭାଗ୍ୟ ଦୃଷ୍ଟିକୋଣରୁ ଏହି ମାସରେ ଅନେକ ଗଛ ଲଗାଯିବାର ମାନ୍ୟତା ରହିଛି। ଆସନ୍ତୁ ଜାଣିବା ଶ୍ରାବଣ ମାସରେ କେଉଁ ଗଛ ଲଗାଇବା ଦ୍ୱାରା ଭାଗ୍ୟ ମଜଭୂତ ହୋଇଥାଏ।

-ତୁଳସୀ: ତୁଳସୀ ଗଛ ଶ୍ରାବଣ ମାସରେ ଲଗାଇବା ଉଚିତ। ଏହାକୁ କାର୍ତ୍ତିକରେ ମଧ୍ୟ ଲଗାଇପାରିବେ। ଏହି ଗଛ ଲଗାଇବା ଦ୍ୱାରା ଜୀବନରେ ସଫଳତା, ସୁଖସମୃଦ୍ଧି ଏବଂ ଉତ୍ତମ ସ୍ବାସ୍ଥ୍ୟ ମିଳିଥାଏ। ତେବେ ପ୍ରତ୍ୟେହ ଏହି ଗଛର ଚାରିପଟେ ବୁଲିବା ସହ ନିୟମିତ ଭାବେ ଘିଅର ଦୀପ ଜାଳିବା ଉଚିତ।

-କଦଳୀ: ଶ୍ରାବଣ ମାସ ଏକାଦଶୀ ନଚେତ ଗୁରୁବାର ଦିନ ଘରର ପଛରେ ନଚେତ ଛାତର ପଛପଟେ କଦଳୀ ଗଛ ଲଗାନ୍ତୁ। ଏହି ଗଛକୁ କେବେହେଲେ ଘରର ଆଗରେ ଲଗାଇବା ଉଚିତ ନୁହେଁ। ବୈବାହିକ ଜୀବନର ସମସ୍ୟା ଦୂର କରିବା ଲାଗି ନିୟମିତ ଭାବେ କଦଳୀ ଗଛରେ ପାଣି ଦେବା ଭଲ ବୋଲି କୁହାଯାଏ।

-ଡାଳିମ୍ବ: ଶ୍ରାବଣ ମାସରେ ଘରର ସମ୍ମୁଖରେ ଅଥବା ମୁଖ୍ୟ ଦ୍ୱାର ନିକଟରେ ରାତି ସମୟରେ ଡାଳିମ୍ବ ଗଛ ଲଗାଇବା ଶୁଭ। ଏହାକୁ ଲଗାଇବା ଦ୍ୱାରା ଘରର ପରିବେଶ ଭଲ ରହିଥାଏ। ସମସ୍ତ ନକରାତ୍ମକ ଶକ୍ତି କମ୍‌ ହୋଇଥାଏ। ଏହାଛଡ଼ା ଘର ଉପରେ କୌଣସି ତନ୍ତ୍ର-ଯନ୍ତ୍ରର ପ୍ରଭାବ ପଡ଼ି ନ ଥାଏ ବୋଲି ମାନ୍ୟତା ରହିଛି।

-ଅଁଳା: ଶ୍ରାବଣ ମାସର ଶନିବାର ଦିନ ଅଁଳା ଗଛ ଲଗାଇବା ଉଚିତ। ଘରର ମୁଖ୍ୟ ଦ୍ୱାରର ବାମପଟେ ଏହାକୁ ଲଗାଇବା ଶୁଭ। ନିୟମିତ ଭାବେ ଏହି ଗଛର ମୂଳରେ ସୋରିଷ ତେଲର ଦୀପ ଜାଳନ୍ତୁ। ଏପରି କରିବା ଦ୍ୱାରା ଶନି ସମ୍ବନ୍ଧୀୟ କଷ୍ଟ ଦୂର ହୋଇଥାଏ। ସ୍ବାସ୍ଥ୍ୟ ଭଲ ରୁହେ। ବିଜୟାଦଶମୀ ଦିନରେ ଏହି ଗଛକୁ ପୂଜା କଲେ ଧନର ଅଭାବ ରୁହେ ନାହିଁ।

-ଅଶ୍ୱସ୍ଥ ଗଛ: ଶ୍ରାବଣ ମାସର ଗୁରୁବାର ଦିନ ଅଶ୍ୱସ୍ଥ ଗଛ ଲଗାଇବା ଶୁଭ। ହେଲେ ଘରେ କେବେହେଲେ ଏହି ଗଛ ଲଗାନ୍ତୁ ନାହିଁ। ପାର୍କ ନଚେତ ରାସ୍ତା କଡ଼ରେ ଏହାକୁ ଲଗାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri