ପୂର୍ବଜନ୍ମର କର୍ମଯୋଗୁ ବ୍ୟକ୍ତିକୁ ମିଳିଥାଏ ଏହି ୬ ଜିନିଷ: ଆପଣଙ୍କ ପାଖରେ ଅଛି ତ…

ଭାରତର ମହାନ ରାଜନୀତିଜ୍ଞ ତଥା ଅର୍ଥଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ବିଷୟରେ ଉଲ୍ଲେଖ କରିଛନ୍ତି। ତନ୍ମଧ୍ୟରୁ ଗୋଟିଏ ହେଲା ପୂର୍ବଜନ୍ମର କର୍ମ ଏବଂ ତାହାର ଫଳ ବିଷୟରେ। ଆସନ୍ତୁ ସେ ବିଷୟରେ ଜାଣିବା

ଶ୍ଳୋକ:

भोज्यं भोजनशक्तिश्च रतिशक्तिर्वराङ्गना ।

विभवो दानशक्तिश्च नाल्पस्य तपसः फलम् ॥

ଚାଣକ୍ୟ ନିଜ ନୀତିଶାସ୍ତ୍ରର ଦ୍ୱିତୀୟ ଅଧ୍ୟାୟର ଏହି ଶ୍ଳୋକରେ କହିଛନ୍ତି, ମନୁଷ୍ୟକୁ ପାଞ୍ଚୋଟି ଜିନିଷ ନିଜର ପୁର୍ବଜନ୍ମ ଆଧାରରେ ମିଳିଥାଏ। ସେଥିରୁ ପ୍ରଥମଟି ହେଲା ଭୋଜନ।

-ଚାଣକ୍ୟ କୁହନ୍ତି, ଖାଇବାକୁ ମିଳୁଥିବା ଲୋକ ଭାଗ୍ୟବାନ। ଯାହା ଖାଇବାକୁ ଇଚ୍ଛା ତାହା ମିଳିଯିବାଠାରୁ ଅଧିକ ଖୁସିର କଥା ନାହିଁ। ହେଲେ ଖାଲି ଭଲ ଖାଇବା ମିଳିବା ସୁଖ ନୁହେଁ। ଭୋଜନକୁ ଭଲ ଭାବେ ହଜମ କରିବାର ଶକ୍ତି ଥିବା ଜରୁରୀ। କାରଣ ହଜମ କରିବାର ଶକ୍ତି ସମସ୍ତଙ୍କ ପାଖରେ ନ ଥାଏ। ଯାହା ପାଖରେ ଥାଏ ସେ ପୂର୍ବଜନ୍ମରେ ଭଲ କର୍ମ କରିଥାନ୍ତି ବୋଲି ଚାଣକ୍ୟ କହିଛନ୍ତି।

-ଏହାଛଡ଼ା ଶ୍ଳୋକରେ ଚାଣକ୍ୟ ସୁନ୍ଦର ଏବଂ ଗୁଣବାନ ମହିଳାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କୁହନ୍ତି, ଭାଗ୍ୟବାନ ଲୋକକୁ ସର୍ବଗୁଣ ସମ୍ପନ୍ନ ଏବଂ ଉତ୍ତମ ବୁଝାମଣା ଥିବା ସ୍ତ୍ରୀ ମିଳିଥାନ୍ତି। ଏହା ପୂର୍ବଜନ୍ମରେ କରିଥିବା ଭଲ କର୍ମର ଫଳ।

– ଚାଣକ୍ୟ କୁହନ୍ତି, କାମୁକ ଇଚ୍ଛାଶକ୍ତି ଥିବା ବ୍ୟକ୍ତି ଭାଗ୍ୟବାନ। ହେଲେ ସର୍ବଦା କାମ କବଳିତ ହେବା ଉଚିତ ନୁହେଁ। କାରଣ ଉକ୍ତ ବ୍ୟକ୍ତିର ଶୀଘ୍ର ବିନାଶ ହୋଇଥାଏ।

-ଧନର ଉପଯୁକ୍ତ ବ୍ୟବହାର ଜାଣିବା ସୁଖୀ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଏଣୁ ଧନୀ ହେବାଠାରୁ ଟଙ୍କା ଖର୍ଚ୍ଚ କରିବାର ଉପାୟ ଜଣା ରହିବା ଉଚିତ। ଏହି ଗୁଣ ପୁଣ୍ୟଫଳରୁ ପ୍ରାପ୍ତ ହୋଇଥାଏ ବୋଲି ଚାଣକ୍ୟ କହିଛନ୍ତି।

-ସ୍ବଭାବରେ ଦାନୀ ହୋଇଥିବା ବ୍ୟକ୍ତି ବହୁତ କମ୍‌ ଥାଆନ୍ତି। ଏହା ମଧ୍ୟ ପୁଣ୍ୟଫଳରୁ କମ୍‌ ନୁହେଁ। କାରଣ ପୃଥିବୀରେ ଧନୀ ଲୋକଙ୍କ ଅଭାବ ନାହିଁ। ହେଲେ ବି ସବୁ ଧନୀ ଦାନ କରନ୍ତି ନାହିଁ। ହେଲେ ଗରିବଟିଏ ନିଜର ଗୁଜରାଣ୍ଟ ମେଣ୍ଟାଇବାକୁ ରଖିଥିବା ଧନରୁ ଆବଶ୍ୟକଲୋକଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିଥାଏ। ତେବେ ଏହି ଗୁଣ ପୂର୍ବଜନ୍ମର କର୍ମରୁ ମିଳିଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri