ଏହି ୪ ପ୍ରକୃତିର ଲୋକଙ୍କ ସହ ମିଶିଲେ ହୋଇଯିବେ ବରବାଦ; ସର୍ପଠାରୁ ବି ଏମାନେ ଭୟଙ୍କର…

ଜଣେ ମହାନ ରାଜନେତା ଭାବରେ ବିବେଚିତ ହୋଇଥିବା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟରେ ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ଶ୍ଳୋକରେ ଜଣେ ବ୍ୟକ୍ତି କିଭଳି ଏବଂ କେଉଁ ପରିସ୍ଥିତିରେ ନଷ୍ଟ ହୋଇଯାଏ ବୋଲି ସେ କହିଛନ୍ତି। ଏଥିସହ ସେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି ଯିଏ ସାପ ଅପେକ୍ଷା ଅଧିକ ବିପଦଜନକ। ଆସନ୍ତୁ ଜାଣିବା…

ମନୁଷ୍ୟକୁ କୁକର୍ମ ବିଷୟରେ ସଚେତନ କରି ଚାଣକ୍ୟ କୁହନ୍ତି, ଦୂରାଚାରି ବ୍ୟକ୍ତି, ଦୁଷ୍ଟ ସ୍ବଭାବ ଥିବା ମନୁଷ୍ୟ, ବିନା କାରଣରେ ଅନ୍ୟର କ୍ଷତି ଘଟାଉଥିବା ବ୍ୟକ୍ତି ଏବଂ ଦୁଷ୍ଟ ବ୍ୟକ୍ତିଙ୍କ ସହିତ ବନ୍ଧୁତା ରଖୁଥିବା ବ୍ୟକ୍ତି ଯେତେ ଶ୍ରେଷ୍ଠ ହୋଇ ଥାଉ ନା କାହିଁକି ସେ ଶୀଘ୍ର ଖରାପ ହୋଇଯାଏ। କାରଣ କୁସଙ୍ଗରେ ରହିବାର ପ୍ରଭାବ ନିଶ୍ଚିତ ପଡ଼ିଥାଏ। ଜ୍ଞାନୀ ବ୍ୟକ୍ତି ଦୁର୍ଜନଠାରୁ ଦୂରରେ ରହିବା ଉଚିତ। କାରଣ ମସ୍ତକରେ ମଣି ଥିଲେ ସୁଦ୍ଧା ସର୍ପ ବିପଦଜନକ।

ଚାଣକ୍ୟ କୁହନ୍ତି ଉଭୟ ସାପ ଏବଂ ଦୁଷ୍ଟ ଲୋକଙ୍କ ମଧ୍ୟରେ ସାପ ଭଲ। କାରଣ ସାପ ଥରେ କାମୁଡ଼େ କିନ୍ତୁ ଦୁଷ୍ଟମାନେ ସବୁବେଳେ କ୍ଷତି କରିବାକୁ ପ୍ରସ୍ତୁତ ରହିଥାଏ।

ଏହି କାରଣରୁ ସମସ୍ତେ ମନ୍ଦ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଉଚିତ। ଦୁଷ୍ଟ ଲୋକର ମୁହଁରେ ପ୍ରସନ୍ନତା ଥାଏ। ତାଙ୍କ ବାଣୀ ଚନ୍ଦନ ପରି ଥଣ୍ଡା କିନ୍ତୁ ତାଙ୍କ ମନ ଖରାପ ଭାବନାରେ ପୂର୍ଣ୍ଣ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମେଟାଲ ଜୁଏଲେରି

ଆଜିକାଲି ଅନେକ ଯୁବତୀଙ୍କ ପସନ୍ଦ ମେଟାଲ ଜୁଏଲେରି। ଏହା ଖୁବ୍‌ କମ୍‌ ଦାମ୍‌ରେ ମାର୍କେଟରେ ମିଳିବା ସହ ଆକର୍ଷଣୀୟ ବି ହୋଇଥାଏ। ବ୍ଲାକ୍‌ ମେଟାଲ ଏବଂ...

ନିଦ୍ରାହୀନତା ଭଳି ବଡ଼ ବଡ଼ ସମସ୍ୟାରୁ ମୁକ୍ତି ଚାହୁଁଥିଲେ

ସ୍ବାସ୍ଥ୍ୟ ହିଁ ସମ୍ପଦ। ନିଜକୁ ସୁସ୍ଥ ରଖିବା ଲାଗି ମଣିଷ ସର୍ବଦା ତତ୍ପର। ତେବେ ଏପରି କିଛି ଜିନିଷ ଅଛି, ଯାହାକୁ ଖାଇବା ଫଳରେ ଅନେକ...

ପନିର ପକୋଡ଼ା

ଆବଶ୍ୟକ ସାମଗ୍ରୀ- ପନିର- ୨୦୦ ଗ୍ରାମ୍‌, ଧଳା ରାଶି- ୪ ବଡ଼ ଚାମଚ, ମଇଦା- ୪ ବଡ଼ ଚାମଚ, ରସୁଣ- ୫-୭ଟି, ଅଦା- ଛୋଟ ଖଣ୍ଡ,...

ସ୍ତନ୍ୟପାନର ଉପକାରିତା

ସ୍ତନ୍ୟପାନ କରାଇବା ଦ୍ୱାରା ମା’ ଦେହରୁ ଅଯଥା ଚର୍ବିଅଂଶ ହ୍ରାସ ହୁଏ। ଫଳରେ ପ୍ରସବ ପରବର୍ତ୍ତୀ ମୋଟାପଣ ଦୂର ହୋଇଥାଏ। କ୍ଷୀର ଖୁଆଇବା ଦ୍ୱାରା ମା’ର...

ରକ୍ତଚାପ ମାପିବ ସ୍ମାର୍ଟଗ୍ଲାସ୍‌

ମାଇକ୍ରୋସଫ୍ଟ ନିଜ ସ୍ମାର୍ଟ ଗ୍ଲାସ୍‌(ଚଷମା)ର ଆସନ୍ତା ପିଢ଼ି ବିକଶିତ କରିବାରେ ଲାଗିଛି। ଏହା ରକ୍ତଚାପ ମାପିବା ଡିଭାଇସ୍‌ ରୂପେ କାମ କରିବ। ଏହାର ନା ଗ୍ଲୋବେଲା...

ସନ୍‌ଟ୍ୟାନ୍‌ରୁ ମୁକ୍ତି

ଖରାଦିନେ ସନ୍‌ବର୍ନ ଓ ସନ୍‌ଟ୍ୟାନ୍‌ ସମସ୍ୟା ଅଧିକାଂଶଙ୍କଠାରେ ଦେଖାଯାଏ। ଖରାରେ ଟିକେ ବୁଲିଗଲେ ସ୍କିନ୍‌ କଲର ଡାର୍କ ହେବା ସହ ଝାଳ ବାହାରି ପିମ୍ପଲ ସମସ୍ୟା...

ଅଦାରସରେ ରହିଛି ବହୁ ଔଷଧିୟ ଗୁଣ

ସାଧାରଣତଃ ଚା’ରେ ଅଦାର ବ୍ୟବହାର କରାଯାଇଥାଏ। ମାତ୍ର ଅଦାରେ ବହୁ ଔଷଧିୟ ଗୁଣ ଭରି ରହିଛି। ଏଥିରେ ଆଣ୍ଟି ଇମ୍ଫ୍ଲେମେଟ୍ରି ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ...

ଶିଶୁଙ୍କୁ ମୋବାଇଲ୍‌ରେ ଗୀତ ଶୁଣାଉଛନ୍ତି କି? ହୋଇପାରେ ଏହିସବୁ ସମସ୍ୟା

ଛୋଟ ପିଲାଙ୍କ ପାଇଁ କୋଳାହଳପୂର୍ଣ୍ଣ ପରିବେଶ ଅତ୍ୟନ୍ତ ବିପଜ୍ଜନକ। କୌଣସି କାରଣରୁ ପିଲା ଅଝଟ କଲେ ପରିବାର ଲୋକେ ମୋବାଇଲ୍‌ରେ ଗୀତ ଶୁଣାଇଦିଅନ୍ତି ନଚେତ୍‌ ଟିଭି...

Advertisement
Archives

Model This Week