Posted inଖେଳ

କମ ପାଠ ପଢିଛନ୍ତି ଏହିସବୁ ଭାରତୀୟ କ୍ରିକେଟର୍‌: କିନ୍ତୁ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପିଲାମାନଙ୍କ ମାତାପିତାଙ୍କୁ ବିଶେଷ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ମାତାପିତାମାନେ ସେମାନଙ୍କ ଇଚ୍ଛା ପିଲାମାନଙ୍କ ଉପରେ ଲଦିବା ଉଚିତ୍‌ ନୁହେଁ। ପିଲାଟି ପ୍ରତ୍ୟେକ କ୍ଷେତ୍ରରେ ଭଲ ହେବା ଜରୁରୀ ନୁହେଁ। ପ୍ରତ୍ୟେକ ପିଲା ବିଭିନ୍ନ କ୍ଷେତ୍ରରେ ଭଲ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଉଦାହରଣ ଦେଇ କହିଥିଲେ ଯେ, ସଚିନ ଖେଳରେ ଭଲ କିନ୍ତୁ ପାଠପଢ଼ାରେ ଭଲ ନୁହଁନ୍ତି। ଭାରତର କିଛି ସକ୍ରିୟ କ୍ରିକେଟରଙ୍କ ଅଚନ୍ତି,ଯେଉଁମାନେ ବହୁତ କମ ଶିକ୍ଷିତ, କିନ୍ତୁ ସେମାନଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି ଏବଂ ସେମାନେ ଆଜି ଏକ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି।

ଶୁଭମନ ଗିଲ
ଶୁଭମନ ଗିଲ ଭାରତୀୟ ଏକଦିବସୀୟ ଦଳର ଉପ-ଅଧିନାୟକ। ଗିଲ ମୋହାଲିର ମାନବ ମଙ୍ଗଳ ସ୍ମାର୍ଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ। ତଥାପି, ସେ କଲେଜ ଶିକ୍ଷା ହାସଲ କରିପାରି ନ ଥିଲେ। ଗିଲ ଆଜି ୩୨ ରୁ ୩୪ କୋଟି ଟଙ୍କାର ସମ୍ପତ୍ତିର ମାଲିକ।

ହର୍ଷିତ ରାଣା
ଦ୍ରୁତ ବୋଲର ହର୍ଷିତ ରାଣା ସଦ୍ୟତମ ଭାବରେ ଟିମ ଇଣ୍ଡିଆ ପାଇଁ ତିନୋଟି ଫର୍ମାଟରେ ଡେବ୍ୟୁ କରିଛନ୍ତି। ଆଇପିଏଲରେ କେକେଆର ପାଇଁ ଖେଳୁଥିବା ହର୍ଷିତ ରାଣାଙ୍କ ସମ୍ପତ୍ତି ପ୍ରାୟ ୫ କୋଟି ଟଙ୍କା।

ବିରାଟ କୋହଲି
ସାରା ବିଶ୍ୱ ବିରାଟ କୋହଲିଙ୍କ ପାଇଁ ପାଗଳ। ‘କିଙ୍ଗ’ ଭାବରେ ପ୍ରସିଦ୍ଧ ବିରାଟ କୋହଲି କେବଳ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। କିନ୍ତୁ ତାଙ୍କୁ କେବଳ ଭାରତରେ ନୁହେଁ ବରଂ ବିଶ୍ୱର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରେ ଗଣନା କରାଯାଏ। କୋହଲିଙ୍କର ମୋଟ ୧୦୫୦ କୋଟି ଟଙ୍କାର ସମ୍ପତ୍ତି ଅଛି।

ରୋହିତ ଶର୍ମା
ଭାରତୀୟ ଅଧିନାୟକ ରୋହିତ ଶର୍ମା କଲେଜ ଅଧ୍ୟୟନ ପାଇଁ ରିଜଭି କଲେଜ ଅଫ ଆର୍ଟସ, ସାଇନ୍ସ ଆଣ୍ଡ କମର୍ସରେ ଆଡମିସନ ନେଇଥିଲେ କିନ୍ତୁ ସେ ତାଙ୍କର ସ୍ନାତକ ସମାପ୍ତ କରିପାରି ନଥିଲେ। ସେ କ୍ରିକେଟ ଉପରେ ଧ୍ୟାନ ଦେଇଥିଲେ ଏବଂ ଆଜି ତାଙ୍କୁ ମହାନ କ୍ରିକେଟରଙ୍କ ମଧ୍ୟରେ ଗଣନା କରାଯାଏ। ରୋହିତଙ୍କ ସମ୍ପତ୍ତି ପ୍ରାୟ ୨୧୪ କୋଟି ଟଙ୍କା।

ହାର୍ଦ୍ଦିକ ପାଣ୍ଡ୍ୟା
ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। କ୍ରିକେଟରେ କ୍ୟାରିଅର କରିବା ପାଇଁ, ସେ ନବମ ଶ୍ରେଣୀରେ ତାଙ୍କ ପାଠପଢ଼ା ଛାଡି ଦେଇଥିଲେ। ଆଜି ହାର୍ଦ୍ଦିକ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୯୫ କୋଟି ଟଙ୍କା।

ମହମ୍ମଦ ଶାମି
ଭାରତର ଷ୍ଟାର ବୋଲର ମହମ୍ମଦ ଶାମି ଦଶମ ପର୍ଯ୍ୟନ୍ତ ପାଠ ପଢିଥିଲେ। ଏହା ପରେ ସେ ତାଙ୍କ ପାଠପଢ଼ା ଛାଡି ଦେଇଥିଲେ। ଶାମିଙ୍କ ଏବେ ୪୭ କୋଟି ଟଙ୍କାର ମାଲିକ।

ଯଶସ୍ବୀ ଜୟସ୍ବାଲ
ଉତ୍ତର ପ୍ରଦେଶର ଭାଦୋହିର ଏକ ଗାଁରେ ଜନ୍ମିତ ଯଶସ୍ବୀ ଜୟସ୍ବାଲ ତାଙ୍କର ପ୍ରାଥମିକ ଶିକ୍ଷା ଗାଁରେ ହିଁ କରିଥିଲେ। ଏହା ପରେ ସେ ତାଙ୍କ ପରିବାର ସହିତ ମୁମ୍ବାଇ ଆସିଥିଲେ। ଜୟସ୍ବାଲ ମଧ୍ୟ ବହୁତ ଶିକ୍ଷିତ ନୁହଁନ୍ତି। କିନ୍ତୁ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି। ତାଙ୍କର ୧୬ କୋଟି ଟଙ୍କାର ସମ୍ପତ୍ତି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri